ବିସିସି ବ୍ୟାଙ୍କର ୧୦ଜୋନ୍‌ରେ ନିର୍ଦ୍ଦେଶକ ନିର୍ବାଚନ

ବ୍ରହ୍ମପୁର ଅଫିସ,୧୫ା୧୦: ବ୍ରହ୍ମପୁର ସମବାୟ କେନ୍ଦ୍ର (ବିସିସି) ବ୍ୟାଙ୍କ ପରିଚାଳନା ପରିଷଦ ନିର୍ଦ୍ଦେଶକ ନିର୍ବାଚନ ପାଇଁ ଗତ ୮ ତାରିଖରୁ ଆରମ୍ଭ ହୋଇଥିବା ନାମାଙ୍କନ, ପ୍ରାର୍ଥିପତ୍ର ଯାଞ୍ଚ ଓ ପ୍ରତ୍ୟାହାର ପ୍ରକ୍ରିୟା ଶୁକ୍ରବାର ଶେଷ ହୋଇଛି। ଲଢ଼େଇରେ ରହିଥିବା ୧୦ ଜୋନ୍‌ର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଏବଂ ସେମାନଙ୍କୁ ମିଳିଥିବା ଚିହ୍ନ ଶନିବାର ପ୍ରକାଶ କରାଯିବ। ସମବାୟ ନିର୍ବାଚନରେ ଦଳୀୟ ଚିହ୍ନ ବ୍ୟବହାର ହେଉ ନ ଥିବାରୁ ସମସ୍ତେ ସ୍ବାଧୀନ ପ୍ରାର୍ଥୀ ହୋଇଥିବା ଜଣାପଡ଼ିଛି। ତେବେ ଶାସକ ବିଜେଡି ସମର୍ଥିତ ସଂଖ୍ୟାଧିକ ପ୍ରାର୍ଥୀ ଥିବା ବେଳେ ସେହି ଦଳ ସମର୍ଥିତ ବିଦ୍ରୋହୀ ମଧ୍ୟ ନିର୍ବାଚନ ମଇଦାନରେ ଥିବା ଲକ୍ଷ୍ୟ କରାଯାଇଛି।
କାର୍ଯ୍ୟାଳୟ କାନ୍ଥରେ ଲାଗିଥିବା ବିଜ୍ଞପ୍ତି ପ୍ରକାରେ ବ୍ୟାଙ୍କର ୧୫ ଜୋନ୍‌ରୁ ବେଗୁନିଆପଡ଼ାର ୨ନଂ ଜୋନ, ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ନଂ ୨ର ୭ନଂ ଜୋନ, ଚିକିଟି ବ୍ଲକର ୮ନଂ ଜୋନ, ପାତ୍ରପୁର ବ୍ଲକର ୯ନଂ ଜୋନ ଏବଂ ହିଞ୍ଜିଳି ବ୍ଲକର ୧୨ନଂ ଜୋନ ଅପ୍ରତିଦ୍ୱନ୍ଦ୍ୱୀ ହୋଇଛି। ତେଣୁ ଅବଶିଷ୍ଟ ୧୦ ଜୋନ୍‌ରେ ଆସନ୍ତା ୩୦ ତାରିଖରେ ଭୋଟ ଲଢ଼େଇ ହେବ। ଏହି ୧୦ଟି ଜୋନରେ ସମୁଦାୟ ୨୫ ଜଣ ମହିଳା ଓ ପୁରୁଷ ପ୍ରାର୍ଥୀ ଅଛନ୍ତି।
ଚିହ୍ନରେ ନିର୍ବାଚନ ହେଉନଥିଲେ ମଧ୍ୟ ବିଜେଡି ସମର୍ଥିତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା। ଏହାକୁ ବିରୋଧ କରି ବିଦ୍ରୋହୀ ନ ସାଜିବାକୁ କଡ଼ା ଚେତାବନୀ ମଧ୍ୟ ଦିଆଯାଇଥିଲା। ତଥାପି ଏହାକୁ ନ ମାନି ଶାସକ ଦଳ ମନୋନୀତିଙ୍କ ବିରୋଧରେ ସେହି ଦଳର କେତେକ ପ୍ରାର୍ଥୀ ହୋଇଛନ୍ତି। ଶୁକ୍ରବାରରୁ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛନ୍ତି। ବିଦ୍ରୋହୀଙ୍କ ବିରୋଧରେ ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ କରାଯିବାର ଜିଲା ବିଜେଡି ସଭାପତି ସ୍ପଷ୍ଟ କରିଛନ୍ତି। ଅକ୍ଟୋବର ୩୦ ସନ୍ଧ୍ୟାରେ ଭୋଟ ଫଳାଫଳ ଘୋଷଣା ହେବ ଓ ଏହାର ୧୫ ଦିନ ମଧ୍ୟରେ ବ୍ୟାଙ୍କ ପରିଚାଳନା ବୋର୍ଡ ସଭାପତି ପଦ ନିମନ୍ତେ ନିର୍ବାଚନ ହେବ। ପରବର୍ତ୍ତି ପର୍ଯ୍ୟାୟରେ ୩ଟି ଜୋନ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ ୩ ମହିଳା ନିର୍ଦ୍ଦେଶିକା ଭାବେ ନିର୍ବାଚିତ ହେବେ। ସେମାନଙ୍କ ମଧ୍ୟରୁ ଜଣେ ଉପସଭାପତି ହେବାର ବିଧି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରୁ ମିଳିଲା ଶୁଭଲକ୍ଷ୍ମୀଙ୍କ ମୃତଦେହ, ହତ୍ୟା ସନ୍ଦେହ, ପଡ଼ୋଶୀ ଘରକୁ ପଶିଲା ସନ୍ଧାନୀ କୁକୁର

ରାଜନଗର, ୪ା୪(ଭାସ୍କର ରାଉତରାୟ): ନିଖୋଜ ଥିବା ଶୁଭଲକ୍ଷ୍ମୀଙ୍କ ମୃତଦେହ ଶୁକ୍ରବାର କେନାଲରୁ ମିଳିଛି। ଗାଁ ନିକଟ କେନାଲରେ ଖୋଜାଖୋଜି ପୂର୍ବରୁ ମୃତଦେହ ଭାସି ଆସିଥିବା ଦେଖିବାକୁ ମିଳିଥିଲା।…

ଶେଷ ହେବ ନାହିଁ ଯୁଦ୍ଧ? ଚିନ୍ତାରେ ପଡ଼ିଲାଣି ଆମେରିକା, ବଢାଇପାରେ ଡିଫେନ୍ସ ବଜେଟ

ଓ୍ବାଶିଂଟନ,୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ୩୬ ତମ ଦିନରେ ପହଞ୍ଚିଛି। ନିରନ୍ତର ଆକ୍ରମଣ ଏବଂ ପ୍ରତିଶୋଧମୂଳକ ଆକ୍ରମଣ ମଧ୍ୟରେ, ପରିସ୍ଥିତି କ୍ରମଶଃ…

ଗଛ କାଟୁଥିବା ବେଳେ ଉପରେ ପଡିଗଲା ଡାଳ; ୨୦ ଫୁଟ ଉପରେ ଝୁଲି ରହିଲେ ଯୁବକ, ତାପରେ…

ଉଦଳା,୪।୪(ସନ୍ତୋଷ କୁମାର ବାଛିନୀ): କପ୍ତିପଦା ଥାନା କଟୁରିଆ ଗ୍ରାମରେ ଅଭାବନୀୟ ଘଟଣା । ଗଛ ଉପରେ ଚଢ଼ି ଡାଳ କାଟୁଥିବା ବେଳେ ଉପରେ ପଡିଗଲା ଆଉ ଏକ…

ଇରାନକୁ ଫାଇନାଲ୍‌ ଅଲ୍ଟିମେଟମ: ହର୍ମୁଜ ନ ଖୋଲିଲେ…

ଓ୍ବାଶିଂଟନ୍‌,୪।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଅଲ୍ଟିମେଟମ ଦେଇଛନ୍ତି। ସେ କହିଛନ୍ତି, ଇରାନ ଯଦି ହର୍ମୁଜ ଷ୍ଟ୍ରେଟ୍‌ ନ ଖୋଲେ, ତେବେ ଆମେରିକା ପାଓ୍ବାର…

ଇରାନକୁ ନୁହେଁ, ବରଂ ନିଜ ପାଇଁ ସମୟସୀମା ଧାର୍ଯ୍ୟ କଲେ ଟ୍ରମ୍ପ, ଏହି ତାରିଖକୁ ରଖିଥିଲେ ଡେଡ ଲାଇନ

ଓ୍ବାଶିଂଟନ,୪।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଆତ୍ମସମର୍ପଣ ପାଇଁ ଏପ୍ରିଲ ୬ ପର୍ଯ୍ୟନ୍ତ ସମୟସୀମା ଦେଇଥିଲେ। ତଥାପି, ଏହା ଏବେ ସ୍ପଷ୍ଟ ହୋଇଯାଇଛି ଯେ ଏହି…

ବାଇକ୍‌କୁ ଧକ୍କାଦେଲା ଟ୍ରାକ୍ଟ୍ରର, ଚାଲିଗଲା ୨ ଜଣଙ୍କ ଜୀବନ

ଧାମନଗର,୪ା୪(ସନ୍ତୋଷ କୁମାର ମହାପାତ୍ର/ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ବିଜ୍ଞାପିତ ଅଞ୍ଚଳ ଭଣ୍ଡାରିପଦୀ ଛକ ମୁଖ୍ୟ ରାସ୍ତାରେ ଶନିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ୨…

RCBକୁ ପଛରେ ପକାଇ ମହାରେକର୍ଡ କଲା ଚେନ୍ନାଇ ସୁପର୍‌ କିଙ୍ଗ୍ସ: ପ୍ରଥମ ଦଳ ଭାବେ…

ନୂଆଦିଲ୍ଲୀ,୪।୪: ଚେନ୍ନାଇ ସୁପର କିଙ୍ଗସ IPLରେ ଏପରି ଏକ ସଫଳତା ହାସଲ କରିଛି ଯାହା ପୂର୍ବରୁ ଅନ୍ୟ କୌଣସି ଦଳ କରିପାରି ନାହିଁ। ଚେନ୍ନାଇ ଏବେ ଇଣ୍ଡିଆନ…

ଠାକୁରଘରେ ପଶିିଯିବାରୁ ଦଳିତ ବୃଦ୍ଧାଙ୍କୁ ଆକ୍ରମଣ, ଥାନାର ଦ୍ୱାରସ୍ଥ ହେବା ପରେ…

ପଟ୍ଟାମୁଣ୍ଡାଇ,୪ା୪(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିନ ଖଣତା ଗ୍ରାମର ଜଣେ ଦଳିତ ମାନସିକ ବିକାରଗ୍ରସ୍ତ ବୃଦ୍ଧାଙ୍କୁ ଗୁରୁବାର ଆକ୍ରମଣ ହୋଇଛି। ଗ୍ରାମର ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri