Posted inଜାତୀୟ

ନିର୍ବାଚନରେ ଉପହାର ମାମଲା: ସରକାର କାହିଁକି ସର୍ବଦଳୀୟ ବୈଠକ ଡାକୁ ନାହାନ୍ତି ପ୍ରଶ୍ନ କଲେ ସିଜେଆଇ…

ନୂଆଦିଲ୍ଲୀ, ୨୪।୮ : ର୍ନିବାଚନ ସମୟରେ ରାଜନୈତିକ ଦଳ ପକ୍ଷରୁ ପ୍ରଦାନ କରାଯାଉଥିବା ଉପହାର ଏବଂ ଲୋଭାଣିଆ ପ୍ରତିଶ୍ରୁତି ନେଇ ଶୁଣାଣି ସୁପ୍ରିମକୋର୍ଟରେ ବୁଧବାର ହୋଇଛି। ଏନେଇ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ.ଭି ରମନା କହିଛନ୍ତି ଯେ କେନ୍ଦ୍ର ସରକାର କାହିଁକି ଏହି ପ୍ରସଙ୍ଗରେ ବିଚାର କରିବାକୁ ଏକ ବିଶେଷଜ୍ଞ କମିଟି ଗଠନ କରୁ ନାହାନ୍ତି। ସରକାର କାହିଁକି ସର୍ବଦଳୀୟ ବୈଠକ ଡାକୁ ନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ଏହି ପ୍ରସଙ୍ଗରେ ସୋଲିସିଟର ଜେନେରାଲ ଏସ.ଜି ମେହେଟ୍ଟା କହିଛନ୍ତି, ମାମଲା ଏବେ ଆପଣଙ୍କ ସମ୍ମୁଖରେ ରହିଛି। ସରକାର ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିକାଶ ସିଂ କମିଟି ଗଠନ ନେଇ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଆରଏମ ଲୋଡାଙ୍କ ନାମ ପରାମର୍ଶ ଦେଇଥିଲେ।

ଅପରପକ୍ଷରେ ସୋଲିସିଟର ଜେନେରାଲ କମିଟି ଗଠନ ପାଇଁ ପୂର୍ବତନ ସୋଲିସିଟର ଜେନେରାଲ ବିନୋଦ ରାୟଙ୍କ ନାମ ଉପସ୍ଥାପନ କରିଥିଲେ। ପ୍ରଧାନ ବିଚାରପତି ଏନ.ଭି ରମନା, ବିଚାରପତି ହିମା କୋହଲି ଏବଂ ସିଟି ରବିକୁମାରଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ ଏହାର ଶୁଣାଣି କରିଛନ୍ତି। ରମନା କହିଛନ୍ତି, ମୁଁ ଏହି ମାମଲାକୁ ଏକ ନୂତନ ବେଞ୍ଚକୁ ପଠାଉଛି, ଯାହା ମନିଫେଷ୍ଟୋ ମାମଲାରେ ଦିଆଯାଇଥିବା ପୂର୍ବ ନିଷ୍ପତ୍ତି ଉପରେ ଦୃଷ୍ଟି ଦେବେ।

ସିଜେଆଇ କହିଛନ୍ତି, ସବୁଠାରୁ ବଡ ସମସ୍ୟା ହେଉଛି କମିଟିର ନେତୃତ୍ୱ କିଏ ନେବେ। ଏହା ହେଉଛି ରାଜନୈତିକ ଦଳ ଯାହା ପ୍ରତିଶୃତି ଦେଇଥାଏ ଏବଂ ଏହି ପ୍ରସଙ୍ଗ ବ୍ୟକ୍ତିଗତ ନୁହେଁ। ଯେପରି ମୁଁ ନର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କଲେ, ମୁଁ ୧୦ ଟି ଭୋଟ ମଧ୍ୟ ପାଇବି ନାହିଁ । ବର୍ତ୍ତମାନର ବ୍ୟବସ୍ଥାରେ ପାର୍ଟି ଗୁରୁତ୍ୱପୂର୍ଣ୍ଣ । ସିଜେଆଇ କହିଛନ୍ତି ଯେ ଆଜିର ବିରୋଧୀ ଦଳ ଆସନ୍ତାକାଲି କ୍ଷମତାକୁ ଆସିପାରେ। ସେମାନେ ଶାସନକୁ ପରିଚାଳନା କରିବେ। ତେଣୁ ମାଗଣା ଉପହାର ଯାହା ଅର୍ଥନୀତିକୁ ନଷ୍ଟ କରିପାରେ, ସେଥିପ୍ରତି ଦୃଷ୍ଟି ଦେବାକୁ ପଡିବ। ତେଣୁ ଆଲୋଚନା କରିବାର ଆବଶ୍ୟକତା ଅଛି ବୋଲି ସିଜେଆଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

ଏନ୍‌ଏଚ୍‌ଏଆଇର ବଡ଼ ଘୋଷଣା: ଏପ୍ରିଲ ୧ରୁ ବଢ଼ିବ…

ନୂଆଦିଲ୍ଲୀ,୩୦ା୩: ଏପ୍ରିଲ ୧ରୁ ଫାସ୍‌ଟାଗ୍‌ ବାର୍ଷିକ ଦେୟ ବଢ଼ିବ ବୋଲି ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ପକ୍ଷରୁ ଘୋଷଣା କରାଯାଇଛି। ଗତବର୍ଷ ଆରମ୍ଭ ହୋଇଥିବା ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri