Categories: ଜାତୀୟ

୧୭ ନଭେମ୍ବରରେ ନିର୍ବାଚନୀ ଖର୍ଚ୍ଚ ସମୀକ୍ଷା…

କୋଲକାତା,୨୮।୯: ପଶ୍ଚିମବଙ୍ଗ ଭବାନୀପୁର ବିଧାନସଭା ଆସନରେ ସେପ୍ଟେମ୍ବର ୩୦ରେ ଉପନିର୍ବାଚନ ହେବ। ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ପାଇଁ କରାଯାଇଥିବା ଖର୍ଚ୍ଚର ସମୀକ୍ଷା ନଭେମ୍ବର ୧୭ରେ କରାଯିବ। ଏନେଇ ମଙ୍ଗଳବାର କୋଲକାତା ହାଇକୋର୍ଟଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଭବାନୀପୁର ଉପନିର୍ବାଚନରେ ବିଜୟ ହାସଲ କରିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଅପରିହାର୍ଯ୍ୟ ହୋଇପଡ଼ିଛି। ମମତାଙ୍କ ବିରୋଧରେ ଭାଜପା ପକ୍ଷରୁ ପ୍ରିୟଙ୍କା ଟେବରଓ୍ବାଲଙ୍କୁ ପ୍ରାର୍ଥୀ କରାଯାଇଛି। ଏହି ବିଧାନସଭା ଆସନରୁ ୨୦୧୧ ଏବଂ ୨୦୧୬ରେ ମମତା ବିଜୟୀ ହୋଇଥିଲେ।

Share