Odisha Elections 2024
Posted inଜାତୀୟ

ନିର୍ବାଚନ କମିଶନରଙ୍କ ଇସ୍ତଫା ଦେବା ଘଟଣା: ସାମ୍ନାକୁ ଆସିଲା ସାଂଘାତିକ ସତ

ନୂଆଦିଲ୍ଲୀ,୧୦।୩: ଲୋକସଭା ନିର୍ବାଚନ ଘୋଷଣା ପୂର୍ବରୁ ଇସ୍ତଫା ଦେଇଛନ୍ତି ନିର୍ବାଚନ କମିଶନର ଅରୁଣ ଗୋଏଲ। ରାଷ୍ଟ୍ରପତି ମଧ୍ୟ ତାଙ୍କର ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି। ତେବେ ଇସ୍ତଫା ଦେବାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଆଗକୁ ନିର୍ବାଚନ ଥିବାବେଳେ ତାଙ୍କର ଅଚାନକ VRS ଦେବାର କାରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
କହିରଖୁଛୁ କି, ଦେଶରେ ଜଣେ ମୁଖ୍ୟ ନିର୍ବାଚନ କମିଶନର ଥିବାବେଳେ ଦୁଇଜଣ ନିର୍ବାଚନ କମିଶନର ଅଛନ୍ତି। ଜଣେ ନିର୍ବାଚନ କମିଶନର ଅବସର ନେଇଥିବାବେଳେ ଆଉ ଜଣେ ନିର୍ବାଚନ କମିଶନର ଅରୁଣ ଗୋଏଲ ଆଶ୍ଚର୍ଯ୍ୟଜନକ ଭାବେ ଅବସର ନେଇଛନ୍ତି। ତେବେ ଆଗକୁ ନିର୍ବାଚନ ଥିବାବେଳେ ନିର୍ବାଚନ କମିଶନରଙ୍କ ଏପରି ପଦକ୍ଷେପ ସମସ୍ତଙ୍କୁ ତାଜୁବ କରିଦେଇଛି।

ଏହି ଭିତରେ ଅରୁଣଙ୍କୁ ନେଇ ଏକ ସାଂଘାତିକ ସତ ସାମ୍ନାକୁ ଆସିଛି। ରାଜନୈତିକ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ଯେ, ଅରୁଣ ପଞ୍ଜାବରୁ ଲୋକସଭା ନିର୍ବାଚନ ଲଢିପାରନ୍ତି। ଏହି କାରଣରୁ ସେ ଇସ୍ତଫା ଦେଇଛନ୍ତି। ଆଗାମୀ ଦିନରେ ସେ ଏକ ରାଜନୈତିକ ଦଳର ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦିତା କରିବେ।

ଟିଭି ନାଇଡ଼ ଭାରତବର୍ଷର ସୂଚନା ଅନୁଯାୟୀ, ନିକଟରେ ସରକାର ନିର୍ବାଚନ କମିଶନରଙ୍କ ନିଯୁକ୍ତି ପାଇଁ ସର୍ଚ୍ଚ କମିଟିର ନାମ ଉପରେ ବିଚାର ବିମର୍ଶ ଆରମ୍ଭ କରିଛନ୍ତି। ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତ ପରେ କୌଣସି ସାମ୍ବାଦିକ ସମ୍ମିଳନୀରେ ଅରୁଣ ଗୋଏଲ ଯୋଗ ଦେଇନାହାନ୍ତିି। ସ୍ବାସ୍ଥ୍ୟଗତ କାରଣରୁ ସେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଉନାହାଁନ୍ତି ବୋଲି ଆୟୋଗ ଆନୁଷ୍ଠାନିକ ଭାବେ ସ୍ପଷ୍ଟ କରିଛିି।

୧୯୯୩ ପରଠାରୁ, ନିର୍ବାଚନ ଆୟୋଗ କେବେବି ଏକ ସଦସ୍ୟ ଭାବେ ହୋଇନାହିଁ। ଅରୁଣ ଗୋଏଲ ତାଙ୍କ ଇସ୍ତଫା ସିଧାସଳଖ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛନ୍ତି। ଏହାର କୌଣସି ଅନ୍ୟ କପି ସେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ନିକଟକୁ ପଠାଇ ନାହାନ୍ତି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯଦିଓ ନିର୍ବାଚନ କମିଶନର ପଦ ନିଯୁକ୍ତ କିମ୍ବା ପଦ ଛାଡିବାରେ ସିଇସିଙ୍କର କୌଣସି ଭୂମିକା ନାହିଁ, ତେଣୁ ନିର୍ବାବାଚନ କମିଶନର୍‌ ଏହି ପଦ ଛାଡିବା ସମୟରେ ସିଇସିଙ୍କୁ ତାଙ୍କ ଇସ୍ତଫା ପତ୍ରର ଏକ କପି କିମ୍ବା ସୂଚନା ଦେବା ଜରୁରୀ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଅଧ ରାତିରେ କ୍ଷମା ମାଗିଲେ ସମ୍ବିତ ପାତ୍ର: କହିଲେ, ମୋ ଭୁଲ୍‌ ପାଇଁ ଆଗାମୀ ୩ ଦିନ ଉପବାସ କରିବି

ନୂଆଦିଲ୍ଲୀ/ଭୁବନେଶ୍ୱର,୨୧।୫:ଓଡିଶାର ପୁରୀ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ସମ୍ମିତ ପାତ୍ର ପ୍ରଭୁ ଜଗନ୍ନାଥଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭକ୍ତ ବୋଲି କହି କ୍ଷମା ମାଗିଛନ୍ତି।...

୫ମ ପର୍ଯ୍ୟାୟରେ ୬୦% ମତଦାନ

ନୂଆଦିଲ୍ଲୀ,୨୧।୫: ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ୬୦.୪୮ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ତଥ୍ୟରୁ ଜଣାପଡ଼ିଛି। ସୋମବାର ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ...

ଇରାନ ରାଷ୍ଟ୍ରପତିଙ୍କ ବିୟୋଗରେ ମଙ୍ଗଳବାର ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳିବ ଭାରତ

ନୂଆଦିଲ୍ଲୀ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ଏବଂ ବୈଦେଶିକ ମନ୍ତ୍ରୀଙ୍କ ମୃତ୍ୟୁ ପରେ ଇରାନରେ ୫ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବାକୁ...

ପତ୍ନୀ ସୁନୀତାଙ୍କ ସହ କେଜ୍‌ରିଓ୍ବାଲଙ୍କ ପ୍ରଥମ ରୋଡ ଶୋ’, କହିଲେ ମୋଦି ଜୀ…

ନୂଆଦିଲ୍ଲୀ,୨୦।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ସୋମବାର ପତ୍ନୀ ସୁନୀତା କେଜ୍‌ରିଓ୍ବାଲଙ୍କ ସହ ଏକ ରୋଡ ଶୋ’ କରିଛନ୍ତି। ଏହି ସମୟରେ ସେ କହିଛନ୍ତି, ଭଲ...

ଭୋଟ୍‌ ବର୍ଜନ କରିଥିବା ଭୋଟରଙ୍କୁ ବୁଝାଇବାକୁ ରାଏବରେଲି ଯାଇଥିଲେ ରାହୁଲ, ଶୁଭିଲା ଜୟ ଶ୍ରୀ ରାମ ନାରା, ଆଉ ତା’ପରେ…

ନୂଆଦିଲ୍ଲୀ,୨୦।୫: ସୋମବାର ଲୋକ ସଭା ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟ ପାଇଁ ମତଦାନ ହୋଇଛି। ଏହି ସମୟରେ ଉତ୍ତରପ୍ରଦେଶର ହଟ ସିଟ ରାଏବରେଲିରେ ଏକ ଗାଁର...

ଯେଉଁ ମନ୍ଦିରକୁ ଯାଉଛନ୍ତି କଙ୍ଗନା, ସେହି ମନ୍ଦିରକୁ ସଫା କରିବା ଜରୁରୀ, ବିକ୍ରମାଦିତ୍ୟ ସିଂଙ୍କ ବିବାଦୀୟ ବୟାନ

ମଣ୍ଡି,୨୦।୫: ହିମାଚଳ ପ୍ରଦେଶର ମଣ୍ଡି ସଂସଦୀୟ ଆସନରୁ କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂ ଭାଜପା ପ୍ରାର୍ଥୀ କଙ୍ଗନା ରାଣାଓ୍ବତଙ୍କୁ ଟାର୍ଗେଟ କରିଛନ୍ତି। ଦେବ ସମାଜ ବିଷୟରେ...

୨୦ ଫୁଟ୍‌ ଖାଲକୁ ଖସିଲା ପିକ୍‌ଅପ୍‌:୧୭ ମୃତ

ରାୟପୁର,୨୦।୫: ଛତିଶଗଡର କାୱାର୍ଡା ଜିଲାର କୁକଦୁରରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଠାରେ ଏକ ପିକଅପ ଗାଡି ୨୦ ଫୁଟ୍‌ ଖାଇକୁ ଓଲଟି ପଡ଼ିବାରୁ...

ଅହମଦାବାଦ ବିମାନ ବନ୍ଦରରେ ବଡ ଆକ୍ସନ, ଧରାହେଲେ ଇସଲାମିକ ଷ୍ଟେଟର ୪ ଆତଙ୍କବାଦୀ

ଅହମଦାବାଦ,୨୦।୫: ଗୁଜୁରାଟର ଅହମଦାବାଦରେ ଇସଲାମିକ ଷ୍ଟେଟର ୪ ଆତଙ୍କବାଦୀ ଧରାପଡିଛନ୍ତି। ଗୁଜୁରାଟ ଏଟିଏସ ଅହମଦାବାଦ ବିମାନବନ୍ଦରରୁ ସମସ୍ତ ୪ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏହି ଆତଙ୍କବାଦୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri