Posted inଜାତୀୟ

ନିର୍ବାଚନ କମିଶନରଙ୍କ ଇସ୍ତଫା ଦେବା ଘଟଣା: ସାମ୍ନାକୁ ଆସିଲା ସାଂଘାତିକ ସତ

ନୂଆଦିଲ୍ଲୀ,୧୦।୩: ଲୋକସଭା ନିର୍ବାଚନ ଘୋଷଣା ପୂର୍ବରୁ ଇସ୍ତଫା ଦେଇଛନ୍ତି ନିର୍ବାଚନ କମିଶନର ଅରୁଣ ଗୋଏଲ। ରାଷ୍ଟ୍ରପତି ମଧ୍ୟ ତାଙ୍କର ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି। ତେବେ ଇସ୍ତଫା ଦେବାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଆଗକୁ ନିର୍ବାଚନ ଥିବାବେଳେ ତାଙ୍କର ଅଚାନକ VRS ଦେବାର କାରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
କହିରଖୁଛୁ କି, ଦେଶରେ ଜଣେ ମୁଖ୍ୟ ନିର୍ବାଚନ କମିଶନର ଥିବାବେଳେ ଦୁଇଜଣ ନିର୍ବାଚନ କମିଶନର ଅଛନ୍ତି। ଜଣେ ନିର୍ବାଚନ କମିଶନର ଅବସର ନେଇଥିବାବେଳେ ଆଉ ଜଣେ ନିର୍ବାଚନ କମିଶନର ଅରୁଣ ଗୋଏଲ ଆଶ୍ଚର୍ଯ୍ୟଜନକ ଭାବେ ଅବସର ନେଇଛନ୍ତି। ତେବେ ଆଗକୁ ନିର୍ବାଚନ ଥିବାବେଳେ ନିର୍ବାଚନ କମିଶନରଙ୍କ ଏପରି ପଦକ୍ଷେପ ସମସ୍ତଙ୍କୁ ତାଜୁବ କରିଦେଇଛି।

ଏହି ଭିତରେ ଅରୁଣଙ୍କୁ ନେଇ ଏକ ସାଂଘାତିକ ସତ ସାମ୍ନାକୁ ଆସିଛି। ରାଜନୈତିକ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ଯେ, ଅରୁଣ ପଞ୍ଜାବରୁ ଲୋକସଭା ନିର୍ବାଚନ ଲଢିପାରନ୍ତି। ଏହି କାରଣରୁ ସେ ଇସ୍ତଫା ଦେଇଛନ୍ତି। ଆଗାମୀ ଦିନରେ ସେ ଏକ ରାଜନୈତିକ ଦଳର ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦିତା କରିବେ।

ଟିଭି ନାଇଡ଼ ଭାରତବର୍ଷର ସୂଚନା ଅନୁଯାୟୀ, ନିକଟରେ ସରକାର ନିର୍ବାଚନ କମିଶନରଙ୍କ ନିଯୁକ୍ତି ପାଇଁ ସର୍ଚ୍ଚ କମିଟିର ନାମ ଉପରେ ବିଚାର ବିମର୍ଶ ଆରମ୍ଭ କରିଛନ୍ତି। ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତ ପରେ କୌଣସି ସାମ୍ବାଦିକ ସମ୍ମିଳନୀରେ ଅରୁଣ ଗୋଏଲ ଯୋଗ ଦେଇନାହାନ୍ତିି। ସ୍ବାସ୍ଥ୍ୟଗତ କାରଣରୁ ସେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଉନାହାଁନ୍ତି ବୋଲି ଆୟୋଗ ଆନୁଷ୍ଠାନିକ ଭାବେ ସ୍ପଷ୍ଟ କରିଛିି।

୧୯୯୩ ପରଠାରୁ, ନିର୍ବାଚନ ଆୟୋଗ କେବେବି ଏକ ସଦସ୍ୟ ଭାବେ ହୋଇନାହିଁ। ଅରୁଣ ଗୋଏଲ ତାଙ୍କ ଇସ୍ତଫା ସିଧାସଳଖ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛନ୍ତି। ଏହାର କୌଣସି ଅନ୍ୟ କପି ସେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ନିକଟକୁ ପଠାଇ ନାହାନ୍ତି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯଦିଓ ନିର୍ବାଚନ କମିଶନର ପଦ ନିଯୁକ୍ତ କିମ୍ବା ପଦ ଛାଡିବାରେ ସିଇସିଙ୍କର କୌଣସି ଭୂମିକା ନାହିଁ, ତେଣୁ ନିର୍ବାବାଚନ କମିଶନର୍‌ ଏହି ପଦ ଛାଡିବା ସମୟରେ ସିଇସିଙ୍କୁ ତାଙ୍କ ଇସ୍ତଫା ପତ୍ରର ଏକ କପି କିମ୍ବା ସୂଚନା ଦେବା ଜରୁରୀ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଭବତୀ ଅଛନ୍ତି କି ନୀନା ଗୁପ୍ତା: ନିଜେ ମୁହଁ ଖୋଲିଲେ

ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। କିଏ କିଏ କହୁଛନ୍ତି ସେ କୁଆଡ଼େ ଗର୍ଭବତୀ ଅଛନ୍ତି। ଏସବୁ ଚର୍ଚ୍ଚା ମଧ୍ୟରେ ନୀନା ମୁହଁ ଖୋଲିଛନ୍ତି।…

ରାଗ କେମିତି ନିୟନ୍ତ୍ରଣ କରିବି ଜାଣିପାରୁନାହିଁ…ସଂସଦରେ ଭାବପ୍ରବଣ ହୋଇପଡ଼ିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୩।୩: ସଂସଦର ଉଭୟ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଛି। ଆଜି ଲୋକ ସଭାର ଦୃଶ୍ୟ ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ଥିଲା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ Supplementary Demands…

କଂଗ୍ରେସ ବିଧାୟକ ବେଙ୍ଗାଲୁରୁରେ ଥିବା ସ୍ପଷ୍ଟ କଲେ ଶିବକୁମାର

ବେଙ୍ଗାଲୁରୁ,୧୩।୩: ଓଡ଼ିଶା କଂଗ୍ରେସର ୮ଜଣ ବିଧାୟକ ବେଙ୍ଗାଲୁରୁରେ ଥିବା ସ୍ପଷ୍ଟ କରିଛନ୍ତି କର୍ନାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର। ଏହି ଅବସରରେ ଶିବକୁମାର ପ୍ରତିକ୍ରିୟା ଦେଇ କହିଛନ୍ତି, ଘୋଡ଼ା…

ନ୍ୟାୟ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ଉନ୍ମତ୍ତକାଣ୍ଡ: ତହସିଲଦାରଙ୍କ ଗାଡ଼ି ଭାଙ୍ଗିଲେ, ପୋଲିସକୁ ମରଣାନ୍ତକ ଆକ୍ରମଣ

ବାରିପଦା,୧୩ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବହଳଦା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଅସଦାଚରଣକୁ ନେଇ ଅଭାବନୀୟ ଘଟଣା ଘଟିଛି। ଅଞ୍ଚଳବାସୀ ନ୍ୟାୟ ଦାବିରେ ଜାତୀୟ ରାଜପଥ…

ଆତ୍ମସମର୍ପଣ କରିବ ଇରାନ: ରାଷ୍ଟ୍ରପତି ଟ୍ରମ୍ପଙ୍କ ସାହସିକ ଦାବି

ଓ୍ବାଶିଂଟନ୍‌,୧୩।୩:ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ G7 ନେତାଙ୍କ ସହ ଏକ ଭର୍ଚୁଆଲ ବୈଠକ କରିଛନ୍ତି। ଏହି ବୈଠକ ସମୟରେ ଇରାନ ଏବେ ଆତ୍ମସମର୍ପଣ କରିବାକୁ ଯାଉଛି। ଇରାନର…

‘IPL ଖେଳିବା ଛାଡିଦେବେ…’,ଧୋନିଙ୍କ ଅବସରକୁ ନେଇ ବଡ଼ ଭବିଷ୍ୟବାଣୀ, ସଭିଏଁ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୩।୩: ୨୦୨୬ IPL ସିଜିନ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ (ଆରସିବି ବନାମ ଏସଆରଏଚ) ମଧ୍ୟରେ…

ପେଟ୍ରୋଲ, ଗ୍ୟାସକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ପେଟ୍ରୋଲିୟମ ମନ୍ତ୍ରଣାଳୟ ଯୁଗ୍ମ ସଚିବ କହିଲେ…

ନୂଆଦିଲ୍ଲୀ,୧୩।୩: ଏଣିକି ପେଟ୍ରେଲ୍‌ ଏବଂ ଗ୍ୟାସ କଳାବଜାର କରୁଥିଲେ ହୋଇଯାନ୍ତୁ ସାବଧାନ। ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ। କଳାବଜାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଛନ୍ତି,ପେଟ୍ରୋଲିୟମ…

ଚପଲ ଭିତରେ ଛକିଥିଲା ସାପ, ମାରିଲା ଚୋଟ: ପରୀକ୍ଷାର ଶେଷ ଦିନରେ ଘଟିଗଲା..

ପୁରୁଷୋତ୍ତମପୁର,୧୩।୩ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଶୋଳଘର ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛତ। ଶୁକ୍ରବାର ସାପ କାମୁଡି ଜଣେ ଚତୁର୍ଥ ଶ୍ରେଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri