Categories: ଜାତୀୟ

ଆଜି ଗୁଜରାଟ, ହିମାଚଳ ପ୍ରଦେଶ ନିର୍ବାଚନ ପାଇଁ ବାଜିପାରେ ବିଗୁଲ

ନୂଆଦିଲ୍ଲୀ,୧୪।୧୦: ଗୁଜରାଟ ଏବଂ ହିମାଚଳ ପ୍ରଦେଶରେ ନିର୍ବାଚନ ପାଇଁ ଆଜି ବିଗୁଲ ବାଜିପାରେ। ଅପରାହ୍ନ ୩ଟାରେ ନିର୍ବାଚନ ଆୟୋଗ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଡକାଯାଇଛି। ଏଥିରେ ଉଭୟ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବାର ସମ୍ଭାବନା ରହିଛି। ଗୁଜରାଟରେ ସାଧାରଣତଃ ଦୁଇଟି ପର୍ଯ୍ୟାୟ ନିର୍ବାଚନ ହୋଇଥାଏ। ଏହା ବ୍ୟତୀତ ହିମାଚଳ ପ୍ରଦେଶରେ ଗୋଟିଏ ରାଉଣ୍ଡରେ ଭୋଟ ଦେବାର ପରମ୍ପରା ରହିଛି।
ବର୍ତ୍ତମାନ ଉଭୟ ରାଜ୍ୟରେ ଭାଜପା ସରକାର ରହିଛି। ତେଣୁ ଏଥର ମଧ୍ୟ ଦଳ ଉଭୟ ରାଜ୍ୟରେ ଜିତିବାର ସମ୍ଭାବନା ରହିଛି। ଏଥିସହିତ ଗୁଜରାଟରେ ଅରବିନ୍ଦ କେଜ୍‌ରିିୱାଲଙ୍କ ଆମ ଆଦମୀ ପାର୍ଟି ମଧ୍ୟ ଜୋରଦାର ପ୍ରଚାର କରୁଛି।

Share