Categories: ଜାତୀୟ

ୟୁପି-ବିହାର ସମେତ ୬ଟି ରାଜ୍ୟର ଗୃହ ସଚିବଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୧୮।୩: ଲୋକ ସଭା ନିର୍ବାଚନ ପୂର୍ବରୁ ୟୁପି-ବିହାର ସମେତ ୬ଟି ରାଜ୍ୟର ଗୃହ ସଚିବଙ୍କୁ ହଟାଇବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଏହି ରାଜ୍ୟଗୁଡିକରେ ମୁକ୍ତ, ନିରପେକ୍ଷ ଏବଂ ସ୍ବଚ୍ଛ ନିର୍ବଚନ ବଜାୟ ରଖିବା ଦିଗରେ ଆୟୋଗ ଏହି ପଦକ୍ଷେପ ନେଇଛନ୍ତି। ନ୍ୟୁଜ ଏଜେନ୍ସି ଏଏନଆଇ ସୂତ୍ରରୁ ପ୍ରକାଶ ଯେ ଯେଉଁ ରାଜ୍ୟ ଗୃହ ସଚିବମାନଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି, ସେମାନଙ୍କ ମଧ୍ୟରେ ଗୁଜରାଟ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଉତ୍ତରପ୍ରଦେଶ ରହିଛି।

ମିଜୋରାମ ଏବଂ ହିମାଚଳ ପ୍ରଦେଶର ସାଧାରଣ ପ୍ରଶାସନିକ ବିଭାଗର ସଚିବଙ୍କୁ ମଧ୍ୟ ହଟାଇ ଦିଆଯାଇଛି। ପଶ୍ଚିମବଙ୍ଗର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) କୁ ହଟାଇବା ପାଇଁ ନିର୍ବାଚନ ଆୟୋଗ ମଧ୍ୟ ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ଆୟୋଗଙ୍କ ପକ୍ଷରୁ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି କି ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟ ସହ ଜଡିତ ସେହି ଅଧିକାରୀମାନଙ୍କୁ ଟ୍ରାନ୍ସଫର କରନ୍ତୁ, ଯେଉଁମାନେ ତିନି ବର୍ଷ ପୂରଣ କରିସାରିଛନ୍ତି।

Share