Categories: ଜାତୀୟ

ଆଜି ଦିନ ୧୨ଟାରେ ଘୋଷଣା ହେବ ଗୁଜରାଟ ବିଧାନସଭା ନିର୍ବାଚନ ତାରିଖ

ନୂଆଦିଲ୍ଲୀ,୩ ।୧୧: ଗୁଜରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି ଗୁରୁବାର ଦିନ ୧୨ଟାରେ ତାରିଖ ଘୋଷଣା ହେବ ବୋଲି ଜଣାପଡିଛି । ନିର୍ବାଚନ କମିଶନ ଦିନ ୧୨ଟାରେ ଏକ ପ୍ରେସ କନଫରେନ୍ସ କରି ତାରିଖ ଘୋଷଣା କରିବେ ବୋଲି ଜଣାପଡିଛି । ଗୁଜରାଟ ବିଧାନସଭା ନିର୍ବାଚନକୁ ଦେଇ ପୂର୍ବରୁ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି(ଭାଜପା) ବଳ କଷି ସାରିଥିବା ବେଳେ, ଏଥର ଆମ ଆଦମୀ ପାର୍ଟି(ଏଏପି)ର ଏଣ୍ଟ୍ରି ପ୍ରତିଦ୍ୱନ୍ଦିତାକୁ ଆହୁରି ରୋଚକ କରି ଦେଇଛି ।
ସୂଚନା ଯୋଗ୍ୟ, ଆମ ଆଦମୀ ପାର୍ଟି(ଏଏପି) ଗୁଜରାଟ ବିଧାନସଭାକୁ ନଜରରେ ରଖି ମଙ୍ଗଳବାର ୨୨ ଜଣ ପ୍ରାର୍ଥିଙ୍କର ଆଉ ଏକ ତାଲିକା ଜାରି କରିଥିଲା । ଦଳ ପକ୍ଷରୁ ଏପର୍ଯ୍ୟନ୍ତ ମୋଟ ୧୦୮ଜଣ ପ୍ରାର୍ଥିଙ୍କ ନାମ ଘୋଷଣା ହୋଇ ସାରିଲାଣି । ଏଏପି ଏକ ମାତ୍ର ରାଜନୈତିକ ଦଳ ଯେକି ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ୧୦୦ରୁ ଊର୍ଦ୍ଧ୍ୱ ପ୍ରାର୍ଥିଙ୍କ ନାମ ଘୋଷଣା କରିଛି । ଗୁଜରାଟ ବିଧାନସଭାରେ ୧୮୨ ଆସନ ରହିଛି ।

Share