Posted inଜାତୀୟ

ନିରପେକ୍ଷତା ହରାଇଛନ୍ତି ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୫ା୪: ଭାରତର ନିର୍ବାଚନ ଆୟୋଗ (ଇସିଆଇ) ଏକ ସାମ୍ବିଧାନିକ ସଂସ୍ଥା। ଏହି ତଥାକଥିତ ସ୍ବାୟତ୍ତ ସଂସ୍ଥାରେ ଜଣେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଏବଂ ଦୁଇଜଣ ନିର୍ବାଚନ କମିଶନର (ଇସି) ରହିଥାଆନ୍ତି। ଫୁଟ୍‌ବଲ ଖେଳରେ ରେଫରି ବା କ୍ରିକେଟରେ ଅମ୍ପାୟର ଭଳି ନିରପେକ୍ଷ ନିଷ୍ପତ୍ତି ନେଇ ଭାରତରେ ସାଧାରଣ ନିର୍ବାଚନ ଓ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ବିଧାନସଭା ନିର୍ବାଚନ ପରିଚାଳନା କରିବା ହେଉଛି ନିର୍ବାଚନ କମିଶନଙ୍କ ଦାୟିତ୍ୱ। କିନ୍ତୁ ଗତ କିଛି ଦିନର କେତେକ ଘଟଣା ଉପରେ ନଜର ପକାଇଲେ ନିର୍ବାଚନ ଆୟୋଗ ନିରପେକ୍ଷତା ଓ ସ୍ବାୟତ୍ତତା ହରାଇବସିଛନ୍ତି ବୋଲି ସ୍ପଷ୍ଟ ବାରି ହେଉଛି। ଇସିଙ୍କ ନୀତି, ନିଷ୍ପତ୍ତି ଓ ପଦକ୍ଷେପଗୁଡ଼ିକ ଭାଜପାକୁ ସୁହାଇବା ଭଳି ହେଉଛି। କିନ୍ତୁ ବିରୋଧୀ ଦଳଗୁଡ଼ିକ କ୍ଷେତ୍ରରେ କମିଶନ ପକ୍ଷପାତପୂର୍ଣ୍ଣ ବ୍ୟବହାର ଓ ଆଚରଣ କରୁଛନ୍ତି। ଏଭଳି ପାତରଅନ୍ତରକୁ ନେଇ କଂଗ୍ରେସ, ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଓ ଦ୍ରାବିଡ ମୁନେତ୍ରା କାଜାଗାମ (ଡିଏମ୍‌କେ) ସମେତ ବିରୋଧୀ ଦଳଗୁଡ଼ିକ ଇସିଙ୍କୁ ଟାର୍ଗେଟ କରିଛନ୍ତି।
ଫେବୃୟାରୀ ୨୬ରେ ନିର୍ବାଚନ ଆୟୋଗ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ। ଟିଏମ୍‌ସି ନେତ୍ରୀ ମମତା ବାନାର୍ଜୀଙ୍କ ଶାସନାଧୀନ ପଶ୍ଚିମବଙ୍ଗରେ ସର୍ବାଧିକ ୮ ପର୍ଯ୍ୟାୟରେ (ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯) ଭୋଟ ଗ୍ରହଣ କରାଯିବ ବୋଲି ଇସି ସ୍ଥିର କରିଥିଲେ। ସେହିପରି ଭାଜପା କ୍ଷମତାସୀନ ଥିବା ଆସାମରେ ୩ ପର୍ଯ୍ୟାୟରେ (ମାର୍ଚ୍ଚ ୨୭ରୁ ଏପ୍ରିଲ ୬) ନିର୍ବାଚନ ହେବ ଏବଂ କେରଳ, ତାମିଲନାଡୁ ଓ ପୁଡୁଚେରୀରେ ଏପ୍ରିଲ ୬ରେ ମତଦାନ କରାଯିବ ବୋଲି ଘୋଷଣା କରିଥିଲେ। ଏହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇସିଙ୍କୁ ଟାର୍ଗେଟ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ସମେତ ଭାଜପାର କେନ୍ଦ୍ରୀୟ ନେତାମାନଙ୍କ ପ୍ରଚାର ସୁବିଧା ଦୃଷ୍ଟିରୁ ଇସି ପଶ୍ଚିମବଙ୍ଗରେ ୮ ପର୍ଯ୍ୟାୟରେ ଭୋଟ ଗ୍ରହଣ ପାଇଁ ନିଷ୍ପତ୍ତି ନେଇଥିବା ମମତା କହିଥିଲେ। ସେହିପରି ଏପ୍ରିଲ ୧ରେ ନନ୍ଦିଗ୍ରାମ ଆସନରେ ମଧ୍ୟ ଭାଜପା ପ୍ରତିଦ୍ୱନ୍ଦ୍ୱୀ ଶୁଭେନ୍ଦୁ ଅଧିକାରୀଙ୍କ ଗୁଣ୍ଡାମାନେ ଟିଏମ୍‌ସି କର୍ମୀଙ୍କୁ ମତଦାନ କରିବାକୁ ଦେଇ ନ ଥିବା ଟିଏମ୍‌ସି ପ୍ରାର୍ଥୀ ମମତା ଅଭିଯୋଗ ଆଣିଥିଲେ। ଏନେଇ ଇସିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାରୁ ଇସି ଶାହାଙ୍କ କଥାରେ ପରିଚାଳିତ ହେଉଥିବା ମମତା ଟାର୍ଗେଟ କରିଥିଲେ। ଏହାର ଜବାବରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ଯିଏ ବାରମ୍ବାର ରେଫରି ବା ଅମ୍ପାୟରଙ୍କୁ ନେଇ ପ୍ରଶ୍ନ ଉଠାଉଥିବେ ବୁଝିବାକୁ ପଡ଼ିବ ଯେ, ତାଙ୍କ ଖେଳରେ ତ୍ରୁଟି ରହିଛି। ତେବେ ମମତାଙ୍କ ଅଭିଯୋଗକୁ ପ୍ରମାଣିତ କରୁଥିବା ଇସିଙ୍କ ଆଉ କେତେକ ନିଷ୍ପତ୍ତି ସମ୍ପର୍କରେ ବିଚାର କରାଯାଇପାରେ।
ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲଙ୍କ ମନ୍ତ୍ରିମଣ୍ଡଳର ପ୍ରଭାବଶାଳୀ ସଦସ୍ୟ ହିମନ୍ତ ବିଶ୍ୱଶର୍ମାଙ୍କ କ୍ଷେତ୍ରରେ ଇସିଙ୍କ ନିଷ୍ପତ୍ତି ଭାରତର ନିର୍ବାଚନ ଆୟୋଗ ଭଳି ସାମ୍ବିଧାନିକ ସଂସ୍ଥାର ନିରପେକ୍ଷତା ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ଜାଲୁକବାରି ଆସନର ଭାଜପା ପ୍ରାର୍ଥୀ ବିଶ୍ୱଶର୍ମା ନିକଟରେ ଏକ ନିର୍ବାଚନୀ ସଭାରେ ବିରୋଧୀ ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟ (ବିପିଏଫ୍‌) ନେତା ହଗ୍‌ରାମା ମୋହିଲାରିଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)କୁ ଲଗାଇ ଜେଲରେ ପୂରାଇବାକୁ ଧମକ ଦେଇଥିଲେ। ମାର୍ଚ୍ଚ ୩୦ରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଇସିଙ୍କ ନିକଟରେ ଏନେଇ ଅଭିଯୋଗ କରାଯାଇଥିଲା। ଫଳରେ ଇସି ବାଧ୍ୟହୋଇ ୪୮ ଘଣ୍ଟା ପର୍ଯ୍ୟନ୍ତ ବିଶ୍ୱଶର୍ମାଙ୍କ ପ୍ରଚାରରେ ରୋକ ଲଗାଇଥିଲେ। କିନ୍ତୁ ଶନିବାର ଇସି ନିଷ୍ପତ୍ତି ବଦଳାଇ ଏହାକୁ ୨୪ ଘଣ୍ଟାକୁ ଖସାଇଦେଇଥିଲେ। ନିର୍ବାଚନ କମିଶନଙ୍କ ଏଭଳି ପଦକ୍ଷେପ ତାଙ୍କୁ ସନ୍ଦେହ ଘେରକୁ ଟାଣିନେଇଛି। କାରଣ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ.କେ. ପାଲାନିସ୍ବାମୀଙ୍କ ବିରୋଧରେ ନିନ୍ଦନୀୟ ମନ୍ତବ୍ୟ ଦେଇ କ୍ଷମା ମାଗିଥିବା ଡିଏମ୍‌କେ ଏମ୍‌ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ. ରାଜାଙ୍କ କ୍ଷେତ୍ରରେ ଏଭଳି ଦେଖିବାକୁ ମିଳି ନ ଥିଲା। ରାଜା ମାର୍ଚ୍ଚ ୨୬ରେ ଏକ ନିର୍ବାଚନୀ ସଭାରେ କହିଥିଲେ, ଡିଏମ୍‌କେ ଅଧ୍ୟକ୍ଷ ଏମ୍‌.କେ. ଷ୍ଟାଲିନଙ୍କ ଜନ୍ମ ଏକ ଭଲ ସମ୍ପର୍କରୁ ହୋଇଥିବାବେଳେ ପାଲାନିସ୍ବାମୀ ଏକ ଖରାପ ସମ୍ପର୍କରୁ ଜନ୍ମିତ ଅପରିପକ୍ୱ ଶିଶୁ। ରାଜାଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଇସି ତାଙ୍କୁ ଜବାବ ମାଗିଥିଲେ। ୩୧ ତାରିଖରେ ରାଜା ଜବାବ ଦାଖଲ କରିବା ପରେ ଏହା ସନ୍ତୋଷଜନକ ନୁହେଁ ବୋଲି କମିଶନ କହିବା ସହ ତାଙ୍କୁ ଡିଏମ୍‌କେ ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍‌ ଦେଇ ୪୮ ଘଣ୍ଟା ପାଇଁ ତାଙ୍କ ପ୍ରଚାର ଉପରେ ଅଙ୍କୁଶ ଲଗାଇଥିଲେ।
ସେହିପରି ନିକଟରେ ନିର୍ବାଚନ ପ୍ରଚାର ଉଦ୍ଦେଶ୍ୟରେ ଭାଜପା ପୁଡ଼ୁଚେରୀ ମତଦାତାମାନଙ୍କ ଫୋନ୍‌ ନମ୍ବର ଓ ଆଧାର ତଥ୍ୟର ଅପବ୍ୟବହାର କରୁଥିବା ସାମ୍ନାକୁ ଆସିଥିଲା। ଆଧାର ଲିଙ୍କ୍‌ ଥିବା ଫୋନ୍‌ ନମ୍ବର ସଂଗ୍ରହ କରି ସେମାନଙ୍କ ପାଖକୁ ହ୍ବାଟ୍ସଆପ୍‌ ବାର୍ତ୍ତା ପଠାଇବା ସହ ଗ୍ରୁପ୍‌ରେ ସାମିଲ ହେବା ଲାଗି ଗୈରିକ ଦଳ ଆମନ୍ତ୍ରଣ କରୁଥିବା ଅଭିଯୋଗ ହୋଇଥିଲା। ଡେମୋକ୍ରାଟିକ୍‌ ୟୁଥ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡିଓ୍ବାଇଏଫ୍‌ଆଇ) ନେତା ଏ. ଆନନ୍ଦ ଭାଜପାରୁ ଏଭଳି ଏକ ହ୍ବାଟ୍ସଆପ୍‌ ବାର୍ତ୍ତା ପାଇବା ପରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଏର କରିଥିଲେ। ପୁଡ଼ୁଚେରୀର ସମସ୍ତ ପୋଲିଂ ବୁଥ୍‌ରେ ଏଭଳି ହ୍ବାଟ୍ସଆପ୍‌ ଗ୍ରୁପ୍‌ ଗଠନ କରାଯାଇଥିବା ସେ ଜାଣିବାକୁ ପାଇଥିଲେ। ଏହା ବ୍ୟକ୍ତିଗତ ଗୋପନୀୟ ତଥ୍ୟ (ପ୍ରିଭେସି) ଉଲ୍ଲଂଘନ ଓ ସାଇବର ଆତଙ୍କବାଦ ବୋଲି ଆନନ୍ଦ ତାଙ୍କ ପିଟିଶନରେ ଦର୍ଶାଇଥିଲେ। ପୁଡ଼ୁଚେରୀ ବିଧାନସଭା ନିର୍ବାଚନ ଏପ୍ରିଲ ୬ରେ ହେବାକୁ ଥିବାବେଳେ ଏହାକୁ ଘୁଞ୍ଚା ଯାଇପାରିବ କି ବୋଲି ମାର୍ଚ୍ଚ ୨୬ରେ ମାଡ୍ରାସ୍‌ ହାଇକୋର୍ଟ ଇସିଙ୍କୁ ପ୍ରଶ୍ନ କରିଥିଲେ। ଏହାସହ ଅଭିଯୋଗର ତଦନ୍ତ କରି ୩୦ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ରିପୋର୍ଟ ଦାଖଲ କରିବା ପାଇଁ ହାଇକୋର୍ଟ କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଇସିଙ୍କ ଜବାବ ଦାଖଲ ପରେ ମୁଖ୍ୟ ବିଚାରପତି ସଞ୍ଜୀବ ବାନାର୍ଜୀ ଓ ଜଷ୍ଟିସ୍‌ ସେନ୍ଥିକୁମାର ରାଜାମୂର୍ତ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଭାଜପା ଆଧାର ତଥ୍ୟର ଅପବ୍ୟବହାର କରିଛି। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ହୋଇଥିବାରୁ ଏହା ଏକ ଗମ୍ଭୀର ମାମଲା ବୋଲି ଖଣ୍ଡପୀଠ ଉଦ୍‌ବେଗ ପ୍ରକାଶ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି। ତେବେ ଅଦ୍ୟାବଧି ନିର୍ବାଚନ କମିଶନ ଏହା ଉପରେ କିଛି ପଦକ୍ଷେପ ନେଇ ନାହାନ୍ତି। ସମଗ୍ର ଘଟଣାକ୍ରମ ଇସିଙ୍କ ଭୂମିକାକୁ ସନ୍ଦେହ ଭିତରକୁ ଟାଣିନେବା ସହ ସାମ୍ବିଧାନିକ ସଂସ୍ଥା ନିରପେକ୍ଷତା ହରାଇବସିଥିବା ପ୍ରମାଣିତ କରୁଛି ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଲୁଆଙ୍କ ଗୁମର ଖୋଲିଦେଲେ ସ୍ତ୍ରୀ: ନୂଆ ନୂଆ ଝିଅଙ୍କୁ ଧରି….

ଭୁବନେଶ୍ୱର,୨୫।୧୨: ଓଡ଼ିଆ କମେଡିଆନ୍‌ ଗୁଲୁଆଙ୍କ ସାଂସାରିକ ଜୀବନରେ ଆସିଛି ଝଡ଼। ଜୀବନ ପ୍ରତି ବିପଦ ଥିବା ଗୁଲୁଆ ଅଭିଯୋଗ କରିବା ପରେ ତାଙ୍କ ସ୍ତ୍ରୀ ତଥା...

ଜାଣନ୍ତି କି ସରକାରୀ ଅନୁମୋଦନ ପାଇଥିବା ୨ ବିମାନ କମ୍ପାନୀର ମାଲିକ କିଏ?

ନୂଆଦିଲ୍ଲୀ,୨୫ା୧୨: କେନ୍ଦ୍ର ସରକାର ଇଚ୍ଛା ପ୍ରକାଶ କରୁଥିବା ଏୟାରଲାଇନ୍ସ ସହିତ ଅନେକ ବୈଠକ କରିବା ପରେ ଭାରତରେ ନୂଆ ଏୟାରଲାଇନ୍ସକୁ କାର୍ଯ୍ୟ କରିବାକୁ ଅନୁମତି ଦେଇଛନ୍ତି।...

ସସପେନ୍ସ ଶେଷ! ୨୦୨୭ ବିଶ୍ୱକପ ଖେଳିବେ କି ବିରାଟ କୋହଲି, କୋଚ କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲି ବିଜୟ ହଜାରେ ଟ୍ରଫିରେ ଏକ ଚମିତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଆନ୍ଧ୍ର ବିପକ୍ଷରେ ୧୩୧ ରନର ଏକ...

ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ…ସମୁଦ୍ରରେ ଭାସି ଆସିଲା ମହାପ୍ରଭୁଙ୍କ ବିଗ୍ରହ, ଦୟନୀୟ ଅବସ୍ଥାରେ ଉଦ୍ଧାର

ପୁରୀ ୨୫/୧୨( ଅଜିତ୍ କୁମାର ସାହୁ): ପୁଣି ମହାପ୍ରଭୁଙ୍କୁ ଅପମାନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ସମୁଦ୍ରରେ ଭାସିଵାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ...

ଭାରତକୁ ନେଇ ଏମିତି କହିଦେଲା ଚାଇନା: ବିଶ୍ୱରେ ଖେଳିଗଲା ଚାଞ୍ଚଲ୍ୟ, ଆମେରିକା….

ନୂଆଦିଲ୍ଲୀ,୨୫।୧୨: ଭାରତ-ଚାଇନା ସମ୍ପର୍କକୁ ନେଇ ଆମେରିକାର ପ୍ରତିରକ୍ଷା ବିଭାଗ (ପେଣ୍ଟାଗନ)ର ଏକ ସାମ୍ପ୍ରତିକ ରିପୋର୍ଟକୁ ଦେଖି ଚାଇନା ରାଗିଯାଇଛି। ରିପୋର୍ଟରେ କୁହାଯାଇଛି, ଚାଇନା ଦ୍ୱିପାକ୍ଷିକ ସମ୍ପର୍କକୁ...

ସର୍ବଭାରତୀୟ ନାଟକ ସମାରୋହ ଉଦ୍‌ଘାଟିତ: ଆଜି ମଞ୍ଚସ୍ଥ ହେବ ‘ମାଗୁଣିର ଶଗଡ଼’

ବଲାଙ୍ଗୀର,୨୫ା୧୨(ସୁନିଲ କୁମାର ମହାନ୍ତି): ସର୍ବଭାରତୀୟ ବହୁଭାଷୀ ନାଟକ ସମାରୋହ ମଠଖାଇ ମହୋତ୍ସବ ଗୁରୁବାର ଉଦ୍‌ଘାଟିତ ହୋଇଛି। ସକାଳେ ବଲାଙ୍ଗୀର ସହର ଉପକଣ୍ଠ ମଠଖାଇ ମନ୍ଦିରରୁ ନାଟ୍ୟ...

ଚିନ୍ତାଜନକ ସ୍ଥିତି! ଦିଲ୍ଲୀକୁ ଟପିଲା ବାଲେଶ୍ବର, ଦେଶର ସବୁଠାରୁ ଅଧିକ ପ୍ରଦୂଷିତ ସହର…

ଭୁବନେଶ୍ବର,୨୫।୧୨: ଗତ କିଛିଦିନ ପୂର୍ବରୁ ଜାତୀୟ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ଚିନ୍ତାଜନକ ଥିଲା । ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ସ୍କୁଲ ମଧ୍ୟ ବନ୍ଦ ରଖାଯାଇଥିଲା...

‘ନା ପୋଷ୍ଟ, ନା ଲାଇକ, ନା କମେଣ୍ଟ, ଏବେ ସେନାକୁ ଇନଷ୍ଟାଗ୍ରାମରେ କେବଳ ରିଲ ଦେଖିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ସୋସିଆଲ ମିଡିଆ ବ୍ୟବହାର ସମ୍ପର୍କରେ ଏହାର ନୀତି ସଂଶୋଧନ କରିଛି। ନୂତନ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଅନୁଯାୟୀ, ସେନା ସୈନିକ ଏବଂ ଅଧିକାରୀମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri