Posted inଜାତୀୟ

‘ନିର୍ବାଚନ କମିଶନଙ୍କ ମୃତ୍ୟୁ ହୋଇଛି, ଧଳା ଲୁଗା ଉପହାର ଦେବାକୁ ପଡ଼ିବ’, ଉପନିର୍ବାଚନକୁ ନେଇ ବିବାଦୀୟ ବୟାନ ଦେଲେ ଅଖିଳେଶ

ଲକ୍ଷ୍ନୌ,୬।୨: ଉତ୍ତର ପ୍ରଦେଶର ମିଲ୍କିପୁର ବିଧାନସଭା ଉପନିର୍ବାଚନ ସମ୍ପର୍କରେ ହେଉଥିବା ଅଭିଯୋଗ ଉପରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଥିଲେ ଯେ ଭାଜପା ଏହିପରି ଭାବେ ନିର୍ବାଚନ ଲଢ଼େ। ନିର୍ବାଚନ କମିଶନ ମରିଗଲାଣି। ଆମକୁ ସେମାନଙ୍କୁ ଧଳା କପଡା ଉପହାର ଦେବାକୁ ପଡିବ।
ପୂର୍ବରୁ, ଅଖିଳେଶ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ସ୍ଥାନୀୟ ପ୍ରଶାସନକୁ ଟାର୍ଗେଟ କରିଥିଲେ। ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଭାଜପା ଉପରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଦୁର୍ବଳ କରିବା ଏବଂ ଅଯୋଧ୍ୟାର ମିଲ୍କିପୁର ବିଧାନସଭା ଉପନିର୍ବାଚନରେ ହେରଫେର କରିବାର ଅଭିଯୋଗ ଆଣିଥିଲେ। ସେ ନିର୍ବାଚନ କମିଶନଙ୍କ ଠାରୁ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି କରିଥିଲେ।
ପୋଲିସ ପ୍ରଶାସନର ମନୋଭାବ ଅଗଣତାନ୍ତ୍ରିକ ବୋଲି ଅଖିଳେଶ ଦାବି କରିଥିଲେ। ଡଜନ ଡଜନ ବୁଥରେ ସମାଜବାଦୀ ପାର୍ଟିର ବୁଥ ଏଜେଣ୍ଟମାନଙ୍କୁ ଧମକ ଦିଆଯାଇଥିଲା। ମିଲକିପୁରରେ ବେଇମାନି କରିବା ପାଇଁ ଭାଜପା ସମସ୍ତ ପ୍ରକାରର ରଣନୀତି ଆପଣାଇଥିଲା। ମିଲକିପୁର ଉପନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଭାଜପା ଗୁଣ୍ଡାମାନେ ବିଶୃଙ୍ଖଳା ସୃଷ୍ଟି କରିଥିଲେ। ତାଙ୍କୁ ପୋଲିସ ପ୍ରଶାସନ ପକ୍ଷରୁ ଖୋଲା ସୁରକ୍ଷା ମିଳିଥିଲା। ପୋଲିସ-ପ୍ରଶାସନ ଭାଜପା ଗୁଣ୍ଡାମାନଙ୍କୁ ମୁକ୍ତ ହାତ ଦେଇ ନିର୍ବାଚନ ଆଚରଣ ବିଧିର ଘୋର ଉଲ୍ଲଂଘନ କରିଛନ୍ତି।
ସେ ଅଭିଯୋଗ କରିଛନ୍ତି ଯେ ପୋଲିସ-ପ୍ରଶାସନ ଭୋଟରଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରି ଭୋଟକୁ ପ୍ରଭାବିତ କରିଛନ୍ତି। ଭାଜପା ସମର୍ଥକମାନେ ନିଜେ ସ୍ବୀକାର କରିଛନ୍ତି ଯେ ସେମାନେ ନକଲି ଭୋଟ ଦେଇଛନ୍ତି। ସମାଜବାଦୀ ପାର୍ଟି ପ୍ରାର୍ଥୀ ଅଜିତ ପ୍ରସାଦ ନିଜେ ନକଲି ଭୋଟିଂ କରୁଥିବା ସମୟରେ କିଛି ଲୋକଙ୍କୁ ଧରିଥିଲେ। ସେ କହିଛନ୍ତି, ‘ମିଲକିପୁର ଉପନିର୍ବାଚନରେ ରାୟପଟ୍ଟି ଅମାନିଗଞ୍ଜରେ ନକଲି ଭୋଟିଂ ବିଷୟରେ ଯେଉଁ ବ୍ୟକ୍ତି କହିଥିଲେ, ସେ ସ୍ପଷ୍ଟ କରିଦେଇଛନ୍ତି ଯେ ଭାଜପା ସରକାରଙ୍କ ଅଧିକାରୀମାନେ କିପରି ଜାଲିଆତିରେ ସାମିଲ ଅଛନ୍ତି।’ ନିର୍ବାଚନ କମିଶନଙ୍କୁ ଆଉ କଣ ପ୍ରମାଣ ଦରକାର ବୋଲି ସେ ପ୍ରଶ୍ନ ବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri