Categories: ଜାତୀୟ

ଶିବସେନା ଓ ଧନୁ-ତୀରକୁ ନେଇ ଇସିଙ୍କ ନିଷ୍ପତ୍ତିକୁ ‘ଅନ୍ୟାୟ’ ବୋଲି କହିଲେ ଠାକରେ ସେନା

ମୁମ୍ବାଇ,୯ ।୧୦: ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କ ଶିବସେନା ଗ୍ରୁପ ନିର୍ବାଚନ କମିଶନଙ୍କ ଦୁଇଟି ଦଳର ନାମ ଓ ନିର୍ବାଚନ ଚିହ୍ନ ‘ଧନୁ-ତୀର’ର ବ୍ୟବହାର ଉପରେ ରୋକ ଲାଗାଇବା ନିଷ୍ପତ୍ତିକୁ ‘ଅନ୍ୟାୟ’ ବୋଲି କହିଛନ୍ତି । ଜୁନରେ ଶିବସେନା ଦୁଇଭାଗ ହେବାପରେ ଠାକରେ ଓ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ନିଜ ନିଜକୁ ଅସଲ ଶିବସେନା କହି ଦଳର ନାମ ଓ ନିର୍ବାଚନ ଚିହ୍ନର ବ୍ୟବହାର କରିବାକୁ ଅନୁମତି ମାଗିଥିଲେ ।
ସୂଚନାଯୋଗ୍ୟ, ଅନ୍ଧେରି ଇଷ୍ଟ ବିଧାନସଭା ଆସନରେ ୩ ନଭେମ୍ବରକୁ ହେବକୁ ଯାଉଥିବା ଉପନିର୍ବାଚନ ପୂର୍ବରୁ ଶନିବାର ଏକ ମଧ୍ୟବର୍ତ୍ତିକାଳୀନ ନିର୍ଦ୍ଦେଶରେ ନିର୍ବାଚନ କମିଶନ କହିଛନ୍ତି, ଏହି ନିର୍ବାଚନରେ ଦୁଇ ପକ୍ଷଙ୍କୁ ‘ଶିବାସନାର ନାମ ଓ ଧନୁ-ତୀର’ର ବ୍ୟବହାର କରିବାକୁ ଅନୁମତି ଦିଆଯାଇ ନାହିଁ । ଠାକରେଙ୍କ ଅନୁଗାମୀ ମହାରାଷ୍ଟ୍ର ବିଧାନପରିଷଦର ବିରୋଧୀ ନେତା ଅମ୍ବାଦାସ ଦାନବେ କହିଛନ୍ତି, ନିର୍ବାଚନ କମିଶନ ଉପନିର୍ବାଚନ ପାଇଁ ମଧ୍ୟବର୍ତ୍ତିକାଳୀନ ନିର୍ଦ୍ଦେଶ ଦେବା ପରିବର୍ତ୍ତେ ଏକିକୃତ ନିଷ୍ପତ୍ତି ନେବା ଉଚିତ୍ । ତେଣୁ ଏହା ‘ଅନ୍ୟାୟ’ ବୋଲି ସେ କହିଛନ୍ତି ।

Share