Categories: ଜାତୀୟ

ନିର୍ବାଚନ କମିଶନଙ୍କ ଛାଟ, ବିଜୟ ଉତ୍ସବ ପାଳନ କରିବାକୁ ମନା…

କୋଲକାତା,୩।୧୦: ପଶ୍ଚିମବଙ୍ଗରେ ବିଧାନସଭା ଉପନିର୍ବାଚନ ଫଳାଫଳ ପ୍ରକାଶ ପୂର୍ବରୁ ନିର୍ବାଚନ କମିଶନ ଛାଟ ଦେଖାଇଛନ୍ତି। କୌଣସି ବିଜୟ ଉତ୍ସବ ପାଳନ ନ କରିବାକୁ ରାଜ୍ୟ ସରକାରଙ୍କୁ ତାଗିଦ୍‌ କରାଯାଇଛି। ଏନେଇ ନିର୍ବାଚନ କମିଶନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ ଚିଠି ଲେଖିଛନ୍ତି। ନିର୍ବାଚନୀ ପରବର୍ତ୍ତୀ ହିଂସା ପ୍ରତି ସତର୍କ ଦୃଷ୍ଟି ରଖିବାକୁ ରାଜ୍ୟ ସରକାରଙ୍କୁ କମିଶନଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି ହୋଇଛି।

Share