Categories: ଜାତୀୟ

ପ୍ରତି ନିର୍ବାଚନରେ ଅଗ୍ନି ପରୀକ୍ଷା ଦେଇଥାନ୍ତି ନିର୍ବାଚନ ଆୟୋଗ…

ବେଙ୍ଗାଲୁରୁ,୧୨।୩ : ସାଧାରଣ ଲୋକେ ନିର୍ବାଚନ ଫଳାଫଳକୁ ବିଶ୍ୱାସ କରନ୍ତି, କିନ୍ତୁ ପ୍ରତ୍ୟେକ ନିର୍ବାଚନରେ ଭାରତର ନିର୍ବାଚନ ଆୟୋଗ ଅଗ୍ନିପରୀକ୍ଷା ଦେଇଥାନ୍ତି। ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ କରିବା ପାଇଁ ଆୟୋଗଙ୍କୁ ବହୁ କଷ୍ଟ ସ୍ବୀକାର କରିବାକୁ ପଡ଼ିଥାଏ ବୋଲି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି।

କର୍ନାଟକର ଲୋକମାନେ ନିର୍ବାଚନ ଆୟୋଗଙ୍କ ଉପରେ ବିଶ୍ୱାସ କରିପାରନ୍ତି । ପ୍ରତ୍ୟେକ ନିର୍ବାଚନ ପରେ ଫଳାଫଳ ଗ୍ରହଣ କରାଯାଇଛି ଏବଂ ପ୍ରତ୍ୟେକ ଥର ବାଲାଟ ମାଧ୍ୟମରେ କ୍ଷମତାର ପରିବର୍ତ୍ତନ ସୁରୁଖୁରୁରେ ହୋଇଛି।

ତ୍ରିପୁରା, ମେଘାଳୟ ଏବଂ ନାଗାଲାଣ୍ଡରେ ଅନୁଷ୍ଠିତ ନିର୍ବାଚନ ସହିତ ଭାରତର ନିର୍ବାଚନ ଆୟୋଗ ନିକଟରେ ୪୦୦ତମ ରାଜ୍ୟ ବିଧାନସଭା ନିର୍ବାଚନ ସମାପ୍ତ କରିଛନ୍ତି। ଏହାସହ ୧୭ଟି ଲୋସଭା ନିର୍ବାଚନ ଏବଂ ୧୬ ଟି ରାଷ୍ଟ୍ରପତି ଏବଂ ଉପ-ରାଷ୍ଟ୍ରପତି ନିର୍ବାଚନ ମଧ୍ୟ କରାଯାଇଛି।

ବିଗତ ୭୦ ବର୍ଷ ମଧ୍ୟରେ ଭାରତ ନିଜର ସାମାଜିକ, ସାଂସ୍କୃତିକ, ରାଜନୈତିକ, ଭୌଗୋଳିକ, ଅର୍ଥନୈତିକ ଏବଂ ଭାଷାଭିତ୍ତିକ ପ୍ରସଙ୍ଗକୁ ଶାନ୍ତିପୂର୍ଣ୍ଣ ଭାବରେ ଏବଂ ସଂଳାପ ମାଧ୍ୟମରେ ସ୍ଥିର କରିଛି। ମୁଖ୍ୟତଃ ପ୍ରତିଷ୍ଠିତ ଗଣତନ୍ତ୍ର ଯୋଗୁଁ ଏହା ସମ୍ଭବ ହୋଇଛି। କାରଣ କେବଳ ଲୋକମାନେ ନିର୍ବାଚନ ଫଳାଫଳ ଉପରେ ହିଁ ବିଶ୍ୱାସ କରିଥାନ୍ତି।

Share