Categories: ଜାତୀୟ

ନିର୍ବାଚନ ଆୟୋଗଙ୍କ ସ୍ବାୟତ୍ତତା ମାମଲା, କେନ୍ଦ୍ରକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ, ୨୯।୯ : ନିର୍ବାଚନ ଆୟୋଗଙ୍କ ସ୍ବାୟତ୍ତତା ମାମଲାରେ ସୁପ୍ରିମକୋର୍ଟର ସମ୍ବିଧାନିକ ବେଞ୍ଚ କେନ୍ଦ୍ର ସରକାର, ଅର୍ଥ ମନ୍ତ୍ରଣାଳୟ, ଆଇନ ମନ୍ତ୍ରଣାଳୟକୁ ନୋଟିସ ଜାରି କରିଛନ୍ତି।

ନଭେମ୍ବର ୧୭ ରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ। ତିନି ଜଣ କମିଶନରଙ୍କୁ ସମାନ ଅଧିକାର ମିଳିବା ଉଚିତ, ଅର୍ଥାତ ସିଇସିର ଅଧିକାର ଅନ୍ୟ ଦୁଇଜଣଙ୍କୁ ଦିଆଯାଉ ବୋଲି ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଛି। ଯଦି ଆବଶ୍ୟକ ହୁଏ, କମିଶନର୍ଙ୍କୁ ହଟାଇବା ପାଇଁ ମହାଭିଯୋଗ ପ୍ରକ୍ରିୟା ଗ୍ରହଣ କରାଯିବା ଉଚିତ। ସେହିପରି ଏକ ସ୍ଥାୟୀ ସ୍ବାଧୀନ ସଚିବାଳୟ ରହିବା ଉଚିତ।

ମୁଖ୍ୟ ନିର୍ବାଚନ କମିଶନର ଏବଂ ନିବାଚନ କମିଶନରଙ୍କ ନିଯୁକ୍ତି ପାଇଁ ଏକ ନିରପେକ୍ଷ ଏବଂ ସ୍ବଚ୍ଛ ପ୍ରକ୍ରିୟା ହେବା ଉଚିତ ବୋଲି ଆବେଦନରେ କୁହାଯାଇଛି। ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ କରାଯାଉଥିବା ନିରପେକ୍ଷ ପ୍ରକ୍ରିୟାକୁ ଏହି ଆବେଦନରେ ଦର୍ଶାଯାଇ କୁହାଯାଇଛି ଯେ ଭାରତର ନିର୍ବାଚନ ଆୟୋଗରେ ମୁଖ୍ୟ ନିର୍ବାଚନ କମିଶନର ଏବଂ ନିର୍ବାଚନ କମିଶନରଙ୍କ ନିଯୁକ୍ତି ପାଇଁ ମଧ୍ୟ ସମାନ ପ୍ରକ୍ରିୟା ଲାଗୁ ହେବା ଜରୁରୀ।

Share