ସାଇକେଲରେ ବୁଲି ନିର୍ବାଚନୀ ପ୍ରଚାର: ୬ ରାଜ୍ୟରେ କଲେଣି ପ୍ରଚାର

ନୂଆପଡ଼ା,୪ା୧୧(ପୀତାମ୍ବର ସାହୁ):ଯେତେବେଳେ ବିଭିନ୍ନ ଦଳ ଡିଜେ ସାଉଣ୍ଡ ଲଗାଇ ଗାଡ଼ିରେ ପ୍ରଚାର କରୁଛନ୍ତି ସେତେବେଳେ ଏକ ସାଇକେଲରେ ଛୋଟ ସାଉଣ୍ଡ ସିଷ୍ଟମ ଲଗାଇ ପ୍ରଚାର କରୁଛନ୍ତି ଜଣେ ବ୍ୟକ୍ତି। ସେ ହେଲେ ସନ୍ତୋଷ କୁମାର ପାତ୍ର(୫୪)। ତାଙ୍କ ଘର ବରଗଡ ଜିଲା ସୋହେଲାରେ। ସେ ଏବେ ନୂଆପଡ଼ା ଆସି ଏହି ଉପନିର୍ବାଚନରେ ଭାଜପା ପାଇଁ ସାଇକେଲରେ ବୁଲି ପ୍ରଚାର କରୁଛନ୍ତି। ଭାଜପାର ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଭୋଟ ଦେବାକୁ ସେ ନିବେଦନ କରୁଛନ୍ତି। ସେ ଜଣେ ପୂର୍ବତନ ସରପଞ୍ଚ। ୧୯୯୭ରୁ ୨୦୦୨ ପର୍ଯ୍ୟନ୍ତ ସୋହେଲାର ସରପଞ୍ଚ ଭାବେ କାର୍ଯ୍ୟ କରିଛନ୍ତି। ସେ ଅବିବାହିତ ଅଟନ୍ତି। ସେ ୧୯୯୯ରେ ଭାଜପାର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। ସେହି ଦିନଠାରୁ ସେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ବୁଲି ଭାଜପା ସପକ୍ଷରେ ପ୍ରଚାର କରୁଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଉତ୍ତରପ୍ରଦେଶର ବନାରସରେ ପ୍ରଚାର କରିଥିବା ପ୍ରକାଶ କରିଛନ୍ତି। ଗୋରଖପୁରରେ ସେ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ମଧ୍ୟ ନିର୍ବାଚନୀ ପ୍ରଚାର କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେ ହରିଆନା, ଦିଲ୍ଲୀ, ଛତିଶଗଡ଼, ପଞ୍ଜାବ, ଉତ୍ତରପ୍ରଦେଶ, ଓଡ଼ିଶା ବିଧାନସଭା ନିର୍ବାଚନରେ ଭାଜପା ପାଇଁ ପ୍ରଚାର କରିସାରିଛନ୍ତି। ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର। ଏଠାରେ ପ୍ରତ୍ୟେକ ନାଗରିକ ନିଜର ମତ ସାବ୍ୟସ୍ତ କରିବା ଉଚିତ ବୋଲି କହି ଲୋକଙ୍କୁ ସଚେତନ ମଧ୍ୟ କରୁଛନ୍ତି। ସେ କାହିଁକି ଭାଜପାରେ ଯୋଗଦେଇ ଏହାର ସମର୍ଥନରେ ପ୍ରଚାର କରୁଛନ୍ତି ବୋଲି ପଚାରିବାରୁ ନିର୍ବାଚନ ପାଇଁ ଯେ କୌଣସି ଦଳରେ ଯୋଗଦେବା ଆବଶ୍ୟକ ବୋଲି କହିଛନ୍ତି। ଏହା ସହିତ ଭାଜପାର ନୀତି ଆଦର୍ଶ ତାଙ୍କୁ ଆକୃଷ୍ଟ କରିଥିଲା ବୋଲି ଆମକୁ କହିଛନ୍ତି। ସେ ନିର୍ବାଚନ ସମୟରେ ପ୍ରଚାର କରୁଥିବା ବେଳେ ବାକି ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହିତ ଏହାର ସୁବିଧା ହାସଲ କରିବା ପାଇଁ ବିଭିନ୍ନ ସ୍ଥାନକୁ ସାଇକେଲରେ ବୁଲି ପ୍ରଚାର କରିଥାନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଛିଡା ହୋଇଛି ପାଣି ଟ୍ୟାଙ୍କର, ତଳୁ ଚକା ଖୋଲି ନେଇଗଲେ…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର…

ରାଜ୍ୟ ସଭା ନିର୍ବାଚନରେ ବିଜେଡି ଖାଇଲା ଚକ୍‌ମା, ଏମାନେ କରିଛନ୍ତି କ୍ରସ୍‌ ଭୋଟିଂ, ସାମ୍ନାକୁ ଆସିଲା ନାଁ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଭାଜପାର ୨ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍‌ କୁମାର ଏବଂ ବିଜେଡିର ସଂତୃପ୍ତ ମିଶ୍ର ବିଜୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri