Categories: ଜାତୀୟ

ୟୁପିରେ ପ୍ରଚାର ଶେଷ, ସୋମବାର ସପ୍ତମ ପର୍ଯ୍ୟାୟ ମତଦାନ

ଲକ୍ଷ୍ନୌ,୫।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟ ଲାଗି ଶନିବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଏହାସହିତ ଦୀର୍ଘ ୨ ମାସ ଧରି ୟୁପିରେ ଲାଗି ରହିଥିବା ହାଇଭୋଲ୍ଟେଜ୍‌ ପ୍ରଚାରର ଅନ୍ତ ଘଟିଛି।

ସପ୍ତମ ପର୍ଯ୍ୟାୟରେ ମୋଦିଙ୍କ ନିର୍ବାଚନ ମଣ୍ଡଳୀ ବାରାଣସୀ ସମେତ ୫୪ଟି ବିଧାନସଭା ଆସନ ଲାଗି ସୋମବାର ମତଦାନ ହେବ। ଶନିବାର ପ୍ରଚାରର ଶେଷ ଦିନରେ ପ୍ରଧାନମନ୍ତ୍ରୀ ବାରାଣସୀ ଓ ଅନ୍ୟାନ୍ୟ ପଡୋଶୀ ଜିଲାରେ ସଭା ଓ ରୋଡ୍‌ ଶୋ’ କରିଥିଲେ। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ୪ ଦିନ ହେଲା ବାରାଣସୀରେ ପ୍ରଚାର ଚଳାଇଥିବାବେଳେ ରାହୁଲ ମଧ୍ୟ କେତେକ ସଭାରେ ଯୋଗଦେଇଥିଲେ।

Share