Categories: ଜାତୀୟ

୨୦୨୨ ନିର୍ବାଚନ: ଗୋଟିଏ ବୁଥରେ ସର୍ବାଧିକ ୧୨୫୦ଜଣ କରିପାରିବେ ମତଦାନ

ନୂଆଦିଲ୍ଲୀ,୭ ।୧: ଦେଶରେ କରୋନା ମହାମାରୀର ପ୍ରକୋପକୁ ଦେଖି ଦେଶରେ ୫ ରାଜ୍ୟରେ ହେବାକୁ ଯାଉଥିବା ନିର୍ବାଚନକୁ ଶୀଘ୍ର ଶେଷ କରିବାକୁ ନିର୍ବାଚନ କମିଶନ ଚିନ୍ତା କରୁଛନ୍ତି । ଏହାକୁ ନେଇ ଗୁରୁବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ, ଗୃହ ସଚିବ ଯୋଗ ଦେଇଥିବା ବେଳେ ଏଥିରେ କରୋନାର ସ୍ଥିତି ଓ ଆଇନ ବ୍ୟବସ୍ଥାକୁ ନେଇ ଆଲୋଚନା ହୋଇଥିଲା । ସେହି ସମିକ୍ଷା ବୈଠକରେ କରୋନା ଯୋଗୁ ପ୍ରତି ବୁଥରେ କେବଳ ୧୨୫୦ ମତଦାତା ମତଦାନ କରିପାରିବେ ବୋଲି ସ୍ଥିର କରାଯାଇଛି ।
ଏହା ବ୍ୟତୀତ ଉତ୍ତର ପ୍ରଦେଶରେ ୫-୮ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବା ସହ ପଞ୍ଜାବରେ ୩ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯାଇପାରେ । ଆଗାମୀ କିଛିଦିନ ମଧ୍ୟରେ ନିର୍ବାଚନ କମିଶନ ପକ୍ଷରୁ ତାରିଖ ଘୋଷଣା କରାଯାଇପାରେ । ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ଗୃହ ସଚିବ ଅଜୟ ଭଲ୍ଲା, ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିୟା ଓ ଆସିଏମ୍‌ଆର୍‌ର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ ସାମିଲ ହୋଇଥିଲେ ।

Share