Posted inଜାତୀୟ

ବୃଦ୍ଧା ମାଲିକାଣୀଙ୍କୁ ଅନ୍ଧ କରି ଚୋରି

ହାଇଦ୍ରାବାଦ,୫ା୩: ଚୋରି ପାଇଁ ମଣିଷ କେତେ ନିମ୍ନସ୍ତରକୁ ଖସିପାରେ ଏବଂ ଜଘନ୍ୟକାଣ୍ଡ ଘଟାଇପାରେ ତାହା ଦେଖିବାକୁ ମିଳିଛି ସିକନ୍ଦରାବାଦର ନାଚରମରେ। ହାଇଦ୍ରାବାଦ ପୋଲିସ ପି. ଭାର୍ଗବୀ ନାମ୍ନୀ ଜଣେ ୩୨ବର୍ଷୀୟା ମହିଳାଙ୍କୁ ଗତ ବୁଧବାର ଗିରଫ କରିଛି, ଯିଏ କି ଚୋରି କରିବା ନିମନ୍ତେ ବାଥ୍‌ରୁମ୍‌ରେ ବ୍ୟବହୃତ ‘ହର୍‌ପିକ୍‌’ ଏବଂ ‘ଝଣ୍ଡୁବାମ୍‌’ର ବିଷାକ୍ତ ମିଶ୍ରଣକୁ ବ୍ୟବହାର କରି ୭୩ ବର୍ଷୀୟା ମାଲିକାଣୀଙ୍କୁ ଅନ୍ଧ କରିଦେଇଛନ୍ତି। ଘରୋଇ ପରିଚାରିକା ଭାର୍ଗବୀଙ୍କ ନୃଶଂସ କାଣ୍ଡର ଶିକାର ହୋଇଥିବା ବୃଦ୍ଧା ହେମବତୀ ନାଚରମସ୍ଥିତ ଏକ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ରହୁଥିବାବେଳେ ତାଙ୍କ ପୁଅ ଶଶିଧର ଲଣ୍ଡନରେ ରୁହନ୍ତି। ମା’ ହେମବତୀଙ୍କ ଯତ୍ନନେବା ପାଇଁ ଶଶିଧର ୨୦୨୧ ଅଗଷ୍ଟରେ ଭାର୍ଗବୀଙ୍କୁ ମାସିକ ୧୫ ହଜାର ଟଙ୍କା ଦରମାରେ ନିଯୁକ୍ତ କରିଥିଲେ। ସ୍ବାମୀଙ୍କଠାରୁ ଅଲଗା ହୋଇଥିବା ଭାର୍ଗବୀ ତାଙ୍କ ୭ ବର୍ଷର ଝିଅ ସହ ହେମବତୀଙ୍କ ଆପାର୍ଟମେଣ୍ଟରେ ରହୁଥିଲେ। କିନ୍ତୁ ଏକାକୀ ରହୁଥିବା ହେମବତୀଙ୍କୁ ଲୁଟିବା ଭାର୍ଗବୀଙ୍କ ଲକ୍ଷ୍ୟ ଥିଲା। ଏଥିପାଇଁ ସେ ସୁଯୋଗକୁ ଅପେକ୍ଷା କରି ରହିଥିଲେ। ଗତ ଅକ୍ଟୋବରରେ ହେମବତୀଙ୍କ ଆଖି ସମସ୍ୟା ଆସିବା ପରେ ଡାକ୍ତର ତାଙ୍କୁ ‘ଆଇ ଡ୍ରପ୍‌’ ପକାଇବାକୁ ପରାମର୍ଶ ଦେଇଥିବା ବେଳେ ଭାର୍ଗବୀଙ୍କ ସଇତାନି ବୁଦ୍ଧି ଜାଗି ଉଠିଥିଲା। ହେମବତୀଙ୍କ ଆଖିରେ ଡାକ୍ତରଙ୍କ କହିବାନୁଯାୟୀ ଆଇ ଡ୍ରପ୍‌ ନ ପକାଇ ଭାର୍ଗବୀ ପାଣି, ହର୍‌ପିକ୍‌ ଏବଂ ଝଣ୍ଡୁବାମ୍‌ର ଏକ ମିଶ୍ରଣ ପ୍ରସ୍ତୁତ କରି ତାହାକୁ ପକାଇଥିଲେ। ଫଳରେ କିଛି ଦିନ ପରେ ତାଙ୍କ ଆଖି ସଂକ୍ରମିତ ହୋଇଯାଇଥିଲା। ଏନେଇ ହେମବତୀ ପୁଅ ଶଶିଧରଙ୍କୁ ଜଣାଇବା ପରେ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ସୁଫଳ ମିଳି ନ ଥିଲା, ବରଂ ଆଖି ଅଧିକ ଖରାପ ହୋଇଥିଲା। ଏହାପରେ ହେମବତୀଙ୍କୁ ତାଙ୍କ ଝିଅ ଉର୍ବଶୀ ଆଉଥରେ ହସ୍ପିଟାଲ ନେଇଥିଲେ ମଧ୍ୟ ରୋଗ ନିରୂପଣ ହୋଇପାରି ନ ଥିଲା। ଏହାପରେ ହେମବତୀ ସମ୍ପୂର୍ଣ୍ଣ ଭାବେ ଦୃଷ୍ଟିଶକ୍ତ ହରାଇ ବସିଥିଲେ। ଫଳରେ ଶଶିଧର ଲଣ୍ଡନରୁ ହାଇଦ୍ରାବାଦ ଆସି ମା’ଙ୍କୁ ଏଲ୍‌.ଭି. ପ୍ରସାଦ ଆଇ ହସ୍ପିଟାଲକୁ ନେଇଥିଲେ। ତରଳ ବିଷାକ୍ତ ପଡ଼ିଥିବାରୁ ଆଖି ସଂକ୍ରମିତ ହୋଇଥିବା ଡାକ୍ତର ଯାଞ୍ଚ କରି କହିଥିଲେ। ଏହା ଜାଣିବା ପରେ କେୟାରଟେକର ଭାର୍ଗବୀଙ୍କ ଉପରେ ଶଶିଧର ଓ ପରିବାରବର୍ଗଙ୍କ ସନ୍ଦେହ ହୋଇଥିଲା। ଏନେଇ ଅଭିଯୋଗ ହେବା ପରେ ପୋଲିସ ଭାର୍ଗବୀଙ୍କୁ ଜେରା କରିବାରୁ ସେ ସବୁ ସତ କଥା ଓକାଳିଥିଲେ। ହେମବତୀଙ୍କୁ ଅନ୍ଧ କରି ତାଙ୍କଠାରୁ ନଗଦ ୪୦ ହଜାର ଟଙ୍କା, ଦୁଇ ସୁନା ଚୁଡ଼ି, ସୁନାଚେନ ଓ ଅନ୍ୟ ଅଳଙ୍କାର ଚୋରି କରି ନେଇଥିବା ଭାର୍ଗବୀ ମାନିଥିଲେ। ଏହାପରେ ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri