Categories: ଜାତୀୟ

‘ଜୟ ଶ୍ରୀରାମ’ ନ କହିବାରୁ ମୁସଲିମ ବୃଦ୍ଧଙ୍କୁ ମାଡ଼ ମାରି ଦାଢ଼ି କାଟିଦେଲେ

ନୂଆଦିଲ୍ଲୀ,୧୪।୬: ନମାଜ ପାଠ କରିବା ପାଇଁ ମସ୍‌ଜୀଦ ଯାଉଥିବା ଜଣେ ମୁସଲିମ ବୃଦ୍ଧଙ୍କୁ ମାଡ଼ ମରାଯିବା ସହ ଦାଢ଼ି କାଟି ଦେଇଛନ୍ତି କିଛି ଦୁର୍ବୃତ୍ତ। ରାଜଧାନୀ ନିକଟସ୍ଥ ୟୁପିର ଗାଜିଆବାଦ ଜିଲାର ଲୋନି ଅଞ୍ଚଳରେ ଗତ ୫ ତାରିଖରେ ଘଟିଛି ଏଭଳି ଘଟଣା।

ଅଟୋରେ ବସିଥିବା ଅବଦୁଲ ସମଦଙ୍କୁ ପାଖ ଜଙ୍ଗଲକୁ ଘୋଷାଡ଼ି ନେଇଥିଲେ ଆକ୍ରମଣକାରୀ। ଏକ ରୁମ୍‌ରେ ତାଲା ପକାଇ ‘ଜୟ ଶ୍ରୀରାମ’ ଓ ‘ବନ୍ଦେ ମାତରମ’ କହିବାକୁ ବାଧ୍ୟ କରିଥିଲେ। ଏଭଳି ନ କରିବାରୁ ବୃଦ୍ଧଙ୍କୁ ବାଡ଼ିରେ ନିସ୍ତୁକ ମାଡ଼ ଦେବା ସହ ତାଙ୍କ ଦାଢ଼ି କାଟି ଦେଇଥିଲେ ବୋଲି ପୋଲିସ ନିକଟରେ ଅଭିଯୋଗ ପତ୍ରରେ ଅବଦୁଲ ଦର୍ଶାଇଛନ୍ତି। ତେବେ ଏହି ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଭିଡିଓରେ ୩ ଆକ୍ରମଣକାରୀଙ୍କ ଆଗରେ ଅବଦୁଲ ନେହୁରା ହେଉଥିବା ଦେଖିବାକୁ ମିଳିଛି।

ମୁଁ ମସ୍‌ଜୀଦ ଯାଉଥିବାବେଳେ ଏକ ଅଟୋ ମୋତେ ଲିପ୍ଟ ଯାଚିଥିଲେ। ମୁଁ ବସିବା ପରେ ହଠାତ୍‌ ଅଟୋକୁ ପସି ଆସିଥିଲେ ଦୁଇ ଜଣ। ସେମାନେ ଜଙ୍ଗଲରେ ଥିବା ଏକ ରୁମ୍‌କୁ ମୋତେ ନିର୍ଯାତନା ଦେଇଥିଲେ। ‘ବନ୍ଦେ ମାତମ’ ଓ ‘ଜୟଶ୍ରୀ ରାମ’ କହିବା ଲାଗି ମୋତେ ବାଧ୍ୟ କରିଥିଲେ। ମୋବାଇଲ ଛଡ଼ାଇ ନେଇ ଏକ ଛୁରିରେ ମୋ ଦାଢ଼ି କାଟି ଦେଇଥିଲେ। ଅନ୍ୟ ମୁସିଲମମାନଙ୍କୁ ସେମାନେ ଆକ୍ରମଣ କରିଥିବାର ଭିଡିଓ ମଧ୍ୟ ଦେଖାଇଥିଲେ ବୋଲି ଅବଦୁଲ କହିଛନ୍ତି। ପୋଲିସ ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତ ପ୍ରଭେଶ ଗୁଜରଙ୍କୁ ଗିରଫ କରିଛି। ଅନ୍ୟମାନଙ୍କୁ ଖୋଜା ଚାଲିଥିବା ପୋଲିସ ପକ୍ଷରୁ କୁହାଯାଇଛି।

Share