ଭିନ୍ନକ୍ଷମ ପୁଅର ସାହାରା ବୃଦ୍ଧା ମା’

ଜେନାପୁର, ୯ା୫(ଡି.ଏନ.ଏ.): ସରକାରଙ୍କ ପକ୍ଷରୁ ଭିନ୍ନକ୍ଷମମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ କରିବାର ବ୍ୟବସ୍ଥା ଅଛି। ହେଲେ ବିଭାଗୀୟ ଅଧିକାରୀମାନେ ଏଥିରେ ଅବହେଳା କରୁଥିବାରୁ ଭିନ୍ନକ୍ଷମ ବ୍ୟକ୍ତି ଓ ସେମାନଙ୍କ ପରିବାର ଲୋକେ ହଇରାଣ ହେଉଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ଧର୍ମଶାଳା ବ୍ଲକ ଏଣ୍ଡଳବା ପଞ୍ଚାୟତ ଅଧୀନ ପୋତୁଅ ଗ୍ରାମରେ। ଉକ୍ତ ଗାଁର ବିଦ୍ୟାଧର ଦେହୁରୀ(୩୮) ଜନ୍ମରୁ ପୋଲିଓ ଆକ୍ରାନ୍ତ। ୨୦୨୨ରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ ମିଳିଥିବା ପ୍ରମାଣପତ୍ର ଅନୁଯାୟୀ ସେ ୯୦ ପ୍ରତିଶତ ଭିନ୍ନକ୍ଷମ। ସେ ଠିକ୍‌ ଭାବେ ଚାଲିପାରୁ ନାହାନ୍ତି। ସେଥିପାଇଁ ସେ ବିଭିନ୍ନ କାମ ପାଇଁ ବୃଦ୍ଧା ମା’ଙ୍କ ଉପରେ ନିର୍ଭର କରୁଛନ୍ତି। ବାପା ଗତ ୧୮ ବର୍ଷ ହେବ ଆରପାରିକୁ ଚାଲିଯିବା ପରେ ପରିବାର ଏକମାତ୍ର ରୋଜଗାରିଆ ସାନ ଭାଇଙ୍କର ବି ଗତ ୧୦ ବର୍ଷ ତଳେ ପରଲୋକ ଘଟିଛି। ଏବେ ବୃଦ୍ଧା ମା’ଶୁଆ ଦେଇ(୬୫) ବିଦ୍ୟାଧରଙ୍କ ପାଇଁ ସାହା ଭରସା ସାଜିଛନ୍ତି। ଶୁଆଙ୍କୁ ସରକାର ତରଫରୁ ଭତ୍ତା ବାବଦରେ ୫୦୦ ଟଙ୍କା ଓ ୧୦ କେଜି ଚାଉଳ ମିଳୁଛି। ହେଲେ ସେଥିରେ ୨ ପ୍ରାଣୀ ଚଳିବା ସମ୍ଭବ ହେଉନାହିଁ। ଫଳରେ ମା’ପୁଅ ଗାଁ ଦାଣ୍ଡରେ ଅନ୍ୟକୁ ହାତ ପତାଇ ଯାହା ପାଉଛନ୍ତି ସେଥିରେ ଚଳିବାକୁ ବାଧ୍ୟ ହେଉଛନ୍ତି। ଏପରି ସ୍ଥିତିରେ ବିଦ୍ୟାଧରଙ୍କୁ ଆଜି ପର୍ଯ୍ୟନ୍ତ ଭିନ୍ନକ୍ଷମ ଭତ୍ତା ମିଳୁନାହିଁ। ଏଥିପାଇଁ ଜଣେ ବାବୁଙ୍କ ସହାୟତରେ ସେ ଅନ୍‌ଲାଇନ୍‌ରେ ଆବେଦନ କରିଥିଲେ। ପଞ୍ଚାୟତ ଅଫିସ ଦୌଡି ଦୌଡ଼ି ନୟାନ୍ତ ହେଲେଣି। କେହି ତାଙ୍କ କଥା ଶୁଣୁନାହାନ୍ତି ବୋଲି ବିଦ୍ୟାଧର କରିଛନ୍ତି। ଗାଁ ସାରା ବୁଲି ମାଗିବା ପରେ ଯାହା ମିଳେ ସେଥିରେ ଆମେ ମା’ପୁଅ ଚଳୁ। ଦେହପା ଅସୁସ୍ଥ ହେଲେ ସାହି ପଡ଼ିଶାଙ୍କ ଉପରେ ନିର୍ଭର କରିବାକୁ ପଡୁଛି ବୋଲି ବୋଲି ଛଳ ଛଳ ଆଖିରେ କହିଛନ୍ତି ଶୁଆ ଦେଇ ଏଭଳି ଅବସ୍ଥାରେ ବ୍ଲକ୍‌ ପକ୍ଷରୁ ବିଦ୍ୟାଧରଙ୍କୁ ମିଳିନାହିଁ ତିନିଚକିଆ ସାଇକେଲ, ଆବାସ ଗୃହ, ଏପରି କି ବ୍ୟାଙ୍କରୁ ଭିନ୍ନକ୍ଷମଙ୍କ ଲାଗି ଆର୍ଥିକ ସହାୟତା ଯୋଗାଇଦେବାର ବ୍ୟବସ୍ଥା ରହିଥିଲେ ମଧ୍ୟ ବିଦ୍ୟାଧରଙ୍କ ପାଇଁ ସବୁ ସ୍ବପ୍ନ ପାଲଟିଛି। ଏ ସଂକ୍ରାନ୍ତରେ ସାମାଜିକ ସୁରକ୍ଷା ଅଧିକାରୀ ତାପସ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ତାଙ୍କୁ ଖୁବ୍‌ ଶୀଘ୍ର ଭତ୍ତା ପ୍ରଦାନର ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ମହମ୍ମଦ ୟୁନୁସ ହେବେ କି ବାଂଲାଦେଶର ରାଷ୍ଟ୍ରପତି? ନୂତନ ଭୂମିକାକୁ ନେଇ ବଢ଼ିଲା ଚର୍ଚ୍ଚା

ଢାକା,୧୫।୨: ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ, ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଫେବୃଆରୀ ୧୨ରେ…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

IND vs PAK ମ୍ୟାଚ୍ ସମୟରେ କିପରି ରହିବ ପାଗ? ଶ୍ରୀଲଙ୍କାରେ ବର୍ଷା…

କଲମ୍ୱୋ,୧୫ା୨:  ଭାରତ ବନାମ ପାକିସ୍ତାନ ମ୍ୟାଚ୍ ସମୟରେ ବର୍ଷାର ଆଶଙ୍କା ଅଧିକ ରହିଛି । ଏହି T୨୦ ବିଶ୍ୱକପ୍ ୨୦୨୬ ମୁକାବିଲା କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ସନ୍ଧ୍ୟା…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ଟି୨୦ ବିଶ୍ୱକପ୍‌ ମଝିରେ ଏହି ଦଳକୁ ଝଟ୍‌କା: ହଠାତ୍‌ ଘରକୁ ଫେରିଗଲେ…

ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri