ଭିନ୍ନକ୍ଷମ ପୁଅର ସାହାରା ବୃଦ୍ଧା ମା’

ଜେନାପୁର, ୯ା୫(ଡି.ଏନ.ଏ.): ସରକାରଙ୍କ ପକ୍ଷରୁ ଭିନ୍ନକ୍ଷମମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ କରିବାର ବ୍ୟବସ୍ଥା ଅଛି। ହେଲେ ବିଭାଗୀୟ ଅଧିକାରୀମାନେ ଏଥିରେ ଅବହେଳା କରୁଥିବାରୁ ଭିନ୍ନକ୍ଷମ ବ୍ୟକ୍ତି ଓ ସେମାନଙ୍କ ପରିବାର ଲୋକେ ହଇରାଣ ହେଉଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ଧର୍ମଶାଳା ବ୍ଲକ ଏଣ୍ଡଳବା ପଞ୍ଚାୟତ ଅଧୀନ ପୋତୁଅ ଗ୍ରାମରେ। ଉକ୍ତ ଗାଁର ବିଦ୍ୟାଧର ଦେହୁରୀ(୩୮) ଜନ୍ମରୁ ପୋଲିଓ ଆକ୍ରାନ୍ତ। ୨୦୨୨ରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ ମିଳିଥିବା ପ୍ରମାଣପତ୍ର ଅନୁଯାୟୀ ସେ ୯୦ ପ୍ରତିଶତ ଭିନ୍ନକ୍ଷମ। ସେ ଠିକ୍‌ ଭାବେ ଚାଲିପାରୁ ନାହାନ୍ତି। ସେଥିପାଇଁ ସେ ବିଭିନ୍ନ କାମ ପାଇଁ ବୃଦ୍ଧା ମା’ଙ୍କ ଉପରେ ନିର୍ଭର କରୁଛନ୍ତି। ବାପା ଗତ ୧୮ ବର୍ଷ ହେବ ଆରପାରିକୁ ଚାଲିଯିବା ପରେ ପରିବାର ଏକମାତ୍ର ରୋଜଗାରିଆ ସାନ ଭାଇଙ୍କର ବି ଗତ ୧୦ ବର୍ଷ ତଳେ ପରଲୋକ ଘଟିଛି। ଏବେ ବୃଦ୍ଧା ମା’ଶୁଆ ଦେଇ(୬୫) ବିଦ୍ୟାଧରଙ୍କ ପାଇଁ ସାହା ଭରସା ସାଜିଛନ୍ତି। ଶୁଆଙ୍କୁ ସରକାର ତରଫରୁ ଭତ୍ତା ବାବଦରେ ୫୦୦ ଟଙ୍କା ଓ ୧୦ କେଜି ଚାଉଳ ମିଳୁଛି। ହେଲେ ସେଥିରେ ୨ ପ୍ରାଣୀ ଚଳିବା ସମ୍ଭବ ହେଉନାହିଁ। ଫଳରେ ମା’ପୁଅ ଗାଁ ଦାଣ୍ଡରେ ଅନ୍ୟକୁ ହାତ ପତାଇ ଯାହା ପାଉଛନ୍ତି ସେଥିରେ ଚଳିବାକୁ ବାଧ୍ୟ ହେଉଛନ୍ତି। ଏପରି ସ୍ଥିତିରେ ବିଦ୍ୟାଧରଙ୍କୁ ଆଜି ପର୍ଯ୍ୟନ୍ତ ଭିନ୍ନକ୍ଷମ ଭତ୍ତା ମିଳୁନାହିଁ। ଏଥିପାଇଁ ଜଣେ ବାବୁଙ୍କ ସହାୟତରେ ସେ ଅନ୍‌ଲାଇନ୍‌ରେ ଆବେଦନ କରିଥିଲେ। ପଞ୍ଚାୟତ ଅଫିସ ଦୌଡି ଦୌଡ଼ି ନୟାନ୍ତ ହେଲେଣି। କେହି ତାଙ୍କ କଥା ଶୁଣୁନାହାନ୍ତି ବୋଲି ବିଦ୍ୟାଧର କରିଛନ୍ତି। ଗାଁ ସାରା ବୁଲି ମାଗିବା ପରେ ଯାହା ମିଳେ ସେଥିରେ ଆମେ ମା’ପୁଅ ଚଳୁ। ଦେହପା ଅସୁସ୍ଥ ହେଲେ ସାହି ପଡ଼ିଶାଙ୍କ ଉପରେ ନିର୍ଭର କରିବାକୁ ପଡୁଛି ବୋଲି ବୋଲି ଛଳ ଛଳ ଆଖିରେ କହିଛନ୍ତି ଶୁଆ ଦେଇ ଏଭଳି ଅବସ୍ଥାରେ ବ୍ଲକ୍‌ ପକ୍ଷରୁ ବିଦ୍ୟାଧରଙ୍କୁ ମିଳିନାହିଁ ତିନିଚକିଆ ସାଇକେଲ, ଆବାସ ଗୃହ, ଏପରି କି ବ୍ୟାଙ୍କରୁ ଭିନ୍ନକ୍ଷମଙ୍କ ଲାଗି ଆର୍ଥିକ ସହାୟତା ଯୋଗାଇଦେବାର ବ୍ୟବସ୍ଥା ରହିଥିଲେ ମଧ୍ୟ ବିଦ୍ୟାଧରଙ୍କ ପାଇଁ ସବୁ ସ୍ବପ୍ନ ପାଲଟିଛି। ଏ ସଂକ୍ରାନ୍ତରେ ସାମାଜିକ ସୁରକ୍ଷା ଅଧିକାରୀ ତାପସ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ତାଙ୍କୁ ଖୁବ୍‌ ଶୀଘ୍ର ଭତ୍ତା ପ୍ରଦାନର ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଚାଷୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ  ମଙ୍ଗଳବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri