ଘରକୁ ଫେରୁଥିବା ବେଳେ କେନାଲରେ ଭାସିଗଲେ ଚାଷୀ, ତାପରେ ଘଟିଲା….

ଦେବଗଡ,୨୯।୭(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନା ସରୁଆଳି ଗ୍ରାମ ପଂଚାୟତ ଅନ୍ତର୍ଗତ ମାଦଲିଆ ଗ୍ରାମରେ ଜଣେ ଚାଷୀ କେନାଲରେ ଭାସି ଯାଇଥିଲେ । ଏହାପରେ ଅଗ୍ନଶମ ବିଭାଗ ପକ୍ଷରୁ ଖୋଜିବାକୁ ଉଦ୍ୟମ କରାଯାଇଥିଲେ ହେଁ ରାତ୍ରୀ ହୋଇଯିବାରୁ ଏହା ସମ୍ଭବ ହୋଇନଥିଲା । ବୁଧବାର ଦିନ ୧୧ ଟାରେ କଳାପାଣି ନାଳରୁ ଅଗ୍ନିଶମ ବିଭାଗ ପୋଲିସ ମୃତଦେହ ଉଦ୍ଧାର କରିଛନ୍ତି ।

ସୂଚନା ଅନୁଯାୟୀ ମାଦଳିଆ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଆପଟ(୬୫) ନାମକ ଜଣେ ଚାଷୀ ଚାଷ କାର୍ଯ୍ୟ (ବିହୁଡା)ପାଇଁ ହଳ ବଳଦ ସହିତ ନିଜର ଚାଷ ଜମିକୁ ଯାଇଥିଲେ । ଚାଷ କାର୍ଯ୍ୟ ସାରି ଅପରାହ୍ନ ପ୍ରାୟ ୨ଟା ୩୦ ମିନିଟ ସମୟରେ ସେ ଗାଁରେ ଥିବା ଏକ କେନାଲ ପାରିହୋଇ ଘରକୁ ଫେରୁଥିବା ବେଳେ ସେ ଧରିଥିବା ଜିଆଳିଟି କେନାଲ ପାଣିରେ ଭାସିଯାଇଥିଲେ । ପୂର୍ଣ୍ଣଚନ୍ଦ୍ର ଏହାକୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ହେଁ ଏହା ସମ୍ଭବ ହୋଇନଥିଲା କେନାଲର ପ୍ରବଳ ସ୍ରୋତରେ ସେ ଭାସିଯାଇଥିଲେ । ଏହାଦେଖି ଜଣେ ଶିଶୁ ପୂର୍ଣ୍ଣଚନ୍ଦ୍ରଙ୍କ ପରିବାର ଲୋକଙ୍କୁ ସୂୂଚନା ଦେବାରୁ ପରିବାର ଲୋକେ ତାଙ୍କୁ କେନାଲ ପାଣିରେ ବହୁ ଖୋଜାଖୋଜି କରିଥିଲେ ହେଁ ତାଙ୍କର ସନ୍ଧାନ ମିଳିନଥିଲା । ବୁଧବାର ଚାଷୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସା ଅବହେଳାରୁ ପ୍ରସୂତୀ ମୃତ୍ୟୁ ଘଟଣା, ସିଲ୍ ହେଲା ନର୍ସିଂହୋମ

ବରଗଡ଼,୨୯।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁରର ଏକ ଘରୋଇ ନର୍ସିଂହୋମକୁ ସିଲ୍ କଲା ଜିଲା ପ୍ରଶାସନ । ଅମୃତଧାରା ଘରୋଇ ନର୍ସିଂହୋମକୁ ବୁଧବାର ଜିଲା ପ୍ରଶାସନ ପକ୍ଷରୁ…

ରିଙ୍ଗ ରୋଡ଼ ଭାଙ୍ଗି ଆନନ୍ଦପୁରରେ ବନ୍ୟା: ପାଣିରେ ଭାସିଲା ଗାଁ, ନିଖୋଜ ଯୁବକ

ଆନନ୍ଦପୁର,୨୯।୭(ସୁଶାନ୍ତ କୁମାର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ କେନ୍ଦୁଝର ଜିଲାର ଆନନ୍ଦପୁର ଅଞ୍ଚଳରେ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।…

ବାଂଲାଦେଶ ଫେରିବା ନେଇ ଶେଖ୍ ହାସିନାଙ୍କ ବଡ଼ ବୟାନ, ମୃତ୍ୟୁ ମଧ୍ୟ ଗ୍ରହଣୀୟ କିନ୍ତୁ….

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା କ୍ଷମତା ଯିବା ପରଠାରୁ ଅର୍ଥାତ୍ ଅଗଷ୍ଟ ୨୦୨୪ରୁ ଭାରତରେ ରହି ଆସୁଛନ୍ତି । ସେ କହିଛନ୍ତି ଯେ, ଚଳିତ ବର୍ଷ…

ପୁଣି ଚର୍ଚ୍ଚାରେ ଭବାନୀପାଟଣାର କୁନି ଝିଅ କଶିସ୍‌, ବହୁମୁଖୀ ପ୍ରତିଭାର ଅଧିକାରିଣୀ ହୋଇ…

ଭବାନୀପାଟଣା,୨୯ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରର ୩ ବର୍ଷର କୁନି ଝିଅ କଶିସ୍‌ ଅଗ୍ରଓ୍ବାଲ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଗତ ଏପ୍ରିଲ ମାସରେ ୨…

ଟ୍ରେନ୍‌ ଟ୍ରାକ୍‌କୁ ହଠାତ୍‌ ଚାଲିଆସିଲା ଏକ ସିଂହ, ଲୋକୋ ପାଇଲଟ୍‌ କଲେ ଏମିତି କାମ, ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ଗୁଜରାଟର ଜୁନାଗଡ଼ ଶାସନଗିରି ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଲୋକୋ ପାଇଲଟଙ୍କ ସତର୍କତା ଯୋଗୁ ଏକ ବଡ଼ ବିପଦ ଟଳି ଯାଇଛି। ଭେରାଭଲ-ଜୁନାଗଡ଼ ପାସେଞ୍ଜର…

ଖେମୁଣ୍ଡି କଲେଜରେ ପ୍ରବେଶ ଉତ୍ସବ, ଶୃଙ୍ଖଳା-ନୈତିକ ମୂଲ୍ୟବୋଧ ପାଇଁ ପରାମର୍ଶ

ଦିଗପହାଣ୍ଡି,୨୯।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ବୁଧବାର ଯୁକ୍ତ ୨ ପ୍ରଥମ ବର୍ଷର ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ୱାଗତ ଜଣାଇ “ପ୍ରବେଶ ଉତ୍ସବ–୨୦୨୬”…

ବର୍ଷର ଶେଷ ଚନ୍ଦ୍ରଗ୍ରହଣ! ପ୍ରବଳ ଇନକମ କରିବେ ୪ ରାଶି, ଅଜଣା ଲୋକ ସାଜିବେ ଦେବଦୂତ!

ମାସ ମାନଙ୍କ ମଧ୍ୟରେ ଶ୍ରାବଣ ମାସ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମାସ। ଏହି ପବିତ୍ର ମାସ ଆହୁରି ଗୁରୁତ୍ୱପୂର୍ଣ୍ଣ କାରଣ ଅଗଷ୍ଟ ୨୮ରେ ଆଶିଂକ ଚନ୍ଦ୍ରଗ୍ରହଣ ଲାଗିବାକୁ…

ପ୍ରବଳ ବର୍ଷାରେ ବୁଡ଼ିଗଲାଣି ଧାନଜମି, ଚାଷକାର୍ଯ୍ୟ ବ୍ୟାହତ, ଚାଷୀ ମୁଣ୍ଡରେ ଚଡ଼କ

କେସିଙ୍ଗା,୨୯ା୭(ତୁମେଶ୍ୱର ସାହୁ): କଳହାଣ୍ଡି ଜିଲାର କେସିଙ୍ଗା ବ୍ଲକ ଅଞ୍ଚଳରେ ଦୀର୍ଘ ୪ଦିନ ହେଲା ଲଗାଣ ବର୍ଷା ଲାଗି ରହିଥିବାରୁ ଚାଷଜମିରେ ବର୍ଷାଜଳ ଭରି ଯାଇଥିବାରୁ ଧାନଗଜା ବୁଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri