ଏକତା କପୁର କଳା ପୋଷାକ ପିନ୍ଧିବା ପଛରେ ରହିଛି ଏପରି ରାଜ୍‌

ଟିଭି କ୍ୱିନ୍‌ କୁହାଯାଉଥିବା ଏକତା କପୁର ପ୍ରାୟତଃ ସବୁ ବେଳେ କଳା ପୋଷାକ ପିନ୍ଧି ଥିବା ନଜର ଆସିଥାନ୍ତି। ତେବେ ଅନେକ ତାଙ୍କ କଳା ପୋଷାକ ଦେଖି ଏହା ତାଙ୍କର ପ୍ରିୟ ବୋଲି ଭାବୁଥିବେ ମାତ୍ର ଏହା ପଛରେ ଏକ ବଡ଼ ରାଜ ଲୁଚି ରହିଛି। ତେବେ ଜୁନ୍‌ ୭ ଏକତାଙ୍କ ଜନ୍ମଦିନ ଅବସରରେ ଜାଣନ୍ତୁ କାହିଁକି ସବୁବେଳେ କଳା ରଙ୍ଗର ପୋଷାକ ପିନ୍ଧନ୍ତି ଏକତା।

ଏକତା ଜ୍ୟୋତିଷଶାସ୍ତ୍ର ଉପରେ ଗଭୀର ବିଶ୍ୱାସ କରନ୍ତି। କେତେକ ଜ୍ୟୋତିଷ ତାଙ୍କୁ କଳା ପୋଷାକ ପିନ୍ଧିବାକୁ ପରାମର୍ଶ ଦେଇଥିଲେ। ପରେ ସେ ସବୁବେଳେ କଳା ପୋଷାକ ପିନ୍ଧିଥିବାର ଦେଖାଯାଏ । ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଏକତାଙ୍କ ଅଧିକାଂଶ ଫିଲ୍ମ ଏବଂ ସିରିଏଲ ‘କେ’ ଅକ୍ଷରରୁ ଆରମ୍ଭ ହୁଏ ।

Share