ଏକତା କପୁର କରୋନା ପଜିଟିଭ

ମୁମ୍ବାଇ: ବଲିଉଡ୍‌ରେ ଜଣେ ପରେ ଜଣେ ସେଲିବ୍ରିଟି କରୋନାରେ ପୀଡ଼ିତ ହେଉଥିବା ଦେଖାଯାଉଛି । ସୋମବାର ସକାଳେ ଜନ୍ ଆବ୍ରାହମ ଓ ତାଙ୍କ ପତ୍ନୀ ପ୍ରିୟା କରୋନାରେ ସଂକ୍ରମିତ ହୋଇଥିବା ଖବର ମିଳିଥିଲା । ଏବେ ବଲିଉଡ ପ୍ରଯୋଜିକା, ନିର୍ଦ୍ଦେଶିକା ଏକତା କପୁର କରୋନା ପଜିଟିଭ ହୋଇଥିବା ନିଜେ ଜଣାଇଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ସେ ଏହି ଖବର ତାଙ୍କ ପ୍ରଶଂସକଙ୍କୁ ଜଣାଇଛନ୍ତି । ଏକତା କହିଛନ୍ତି ସବୁ ପ୍ରକାର ସାବଧାନତା ପରେ ବି ସେ କରୋନାରେ ସଂକ୍ରମିତ ହୋଇଛନ୍ତି । ଏବେ ସେ ଠିକ୍ ଅଛନ୍ତି । ହେଲେ ନିକଟ ଅତିତରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଏକତା କରୋନା ଟେଷ୍ଟ କରାଇ ନେବାକୁ ଅନୁରୋଧ କରିଛନ୍ତି । ଏକତା କହିଛନ୍ତି ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସେ ନିଜକୁ ଆଇସୋଲେଟ କରି ନେଇଛନ୍ତି । ସୂଚନାଯୋଗ୍ୟ, ନିକଟରେ କରିନା କପୁର ଖାଁ, ନୋରା ଫତେହି, ଅର୍ଜୁନ କପୁର, ରିୟା କପୁର ଆଦି କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିଲେ ।

Share