ପିତାଙ୍କ ଗୋଟିଏ ସର୍ତ୍ତ ଯୋଗୁ ଆଜି ବି କୁଆଁରୀ ଅଛନ୍ତି ଏକତା

ବଲିଉଡ ଅଭିନେତା ଜିତେନ୍ଦ୍ର ଏବଂ ଶୋଭା କପୁରଙ୍କ ଝିଅ ଏକତା କପୁରଙ୍କୁ ଟେଲିଭିଜନ ରାଣୀ କୁହାଯାଏ। ଆଜି ଏକତା ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ସେ ଜୁନ୍‌ ୭, ୧୯୭୫ରେ ଜନ୍ମ ହୋଇଥିଲେ। ଏକତା କପୁର ପ୍ରାୟ ୨୫ ବର୍ଷ ପୂର୍ବେ ସିରିଏଲ ‘ମନୋ ୟା ମାନୋ’ର ଟିଭି ଜଗତରେ ପାଦ ଦେଇଥିଲେ। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଅନେକ ସୁପରହିଟ ଶୋ’ ମାଧ୍ୟମରେ ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି।
ଏକତା କପୁର ୧୫ ବର୍ଷ ବୟସରେ ବିଜ୍ଞାପନ ତଥା ଫିଚର ଫିଲ୍ମ ନିର୍ମାତା କୈଳାଶ ସୁରେନ୍ଦ୍ରନାଥଙ୍କ ସହ କ୍ୟାରିୟର ଆରମ୍ଭ କରିଥିଲେ। ଫିଲ୍ମ ନିର୍ମାଣରେ ତାଙ୍କର ଆଗ୍ରହ ଥିଲା ଏବଂ ସେଥିପାଇଁ ସେ ନିର୍ମାତା ହେବାକୁ ସ୍ଥିର କଲେ।
ଏକତା ହେଉଛନ୍ତି ଏକ ଟେଲିଭିଜନ ଏବଂ ଫିଲ୍ମ ନିର୍ମାତା ଏବଂ ବାଲାଜୀ ଟେଲିଫିଲ୍ସ ଲିମିଟେଡର ନିର୍ଦ୍ଦେଶକ। କାର୍ଯ୍ୟରେ ସଫଳତା ପାଇବା ପରେ ମଧ୍ୟ ଏକତା ଏପର୍ଯ୍ୟନ୍ତ ଅବିବାହିତ ଅଛନ୍ତି। ପିତା ଜିତେନ୍ଦ୍ରଙ୍କ ଏକ ସର୍ତ୍ତ ଯୋଗୁ ସେ ଆଜି ପର୍ଯ୍ୟନ୍ତ ବିବାହ କରିନାହାଁନ୍ତି। ଏକ ସାକ୍ଷାତକାରରେ ଏକତା କହିଥିଲେ, ଥରେ ପିତା ମୋତେ କହିଥିଲେ କି କାମ ଏବଂ ବିବାହ ଏହି ୨ଟି ଭିତରୁ ତୋତେ ଗୋଟିଏ ବାଛିବାକୁ ପଡିବ। ମୁଁ କାମ ବାଛିଲି। ତେଣୁ ଆଜି ପର୍ଯ୍ୟନ୍ତ କାମରେ ଧ୍ୟାନ ଦେଇଛି। ବିବାହ କରି ନ ଥିଲେ ମଧ୍ୟ ଏକତା ସରୋଗେସି ମାଧ୍ୟରେ ମା’ ହୋଇଛନ୍ତି। ତାଙ୍କର ରବି ନାମରେ ଏକ ପୁଅ ଅଛି।

Share