Posted inଜାତୀୟ

ଭାଜପା ତଣ୍ଟିରେ ଲାଗିଛି ‘ଶିନ୍ଦେ’ କଣ୍ଟା ! ସାଙ୍ଗରେ ରଖିବାକୁ ଦଳ ଯେତିକି ବାଧ୍ୟ ସେତିକି ଜରୁରୀ, ଅଣଦେଖା କଲେ…

ମୁମ୍ବାଇ,୨୮।୧୧: ଯଦି ଏକନାଥ ସିନ୍ଦେ ନୁହନ୍ତି, ତେବେ ମହାରାଷ୍ଟ୍ରର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ? ଦେବେନ୍ଦ୍ର ଫଡନାଭିସ ଏହି ଦୌଡରେ ସବୁଠାରୁ ଆଗରେ ଥିବା କୁହାଯାଉଛି। ହେଲେ ଯଦି ଶିନ୍ଦେ ମୁଖ୍ୟମନ୍ତ୍ରୀ ନ ହୁଅନ୍ତି ତେବେ ତାଙ୍କ ଭୂମିକା କ’ଣ ରହିବ ସେନେଇ ଆଲୋଚନା କରାଯାଉଛି। ଯଦି ସେ ଭାଜପା ଉପରେ ଖପ୍ପା ହୋଇଯାଆନ୍ତି ତେବେ ଏହାର ପ୍ରଭାବ ଦଳ ଉପରେ କ’ଣ ପଡ଼ିବ? ମହାରାଷ୍ଟ୍ର ରାଜନୀତି ବ୍ୟତୀତ ଲୋକ ସଭାରେ ଶିନ୍ଦେଙ୍କ ଦଳର ପ୍ରମୁଖ ଯୋଗଦାନ ରହିଛି। ଏମିତିରେ ଯଦି ତାଙ୍କୁ ଅଣଦେଖା କରାଯାଏ ତେବେ ମୋଦି ସରକାର ଦୁର୍ବଳ ହୋଇପାରନ୍ତି।

କେନ୍ଦ୍ରରେ ବର୍ତ୍ତମାନ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଅଛି। ଏଥିରେ ଶିନ୍ଦେଙ୍କ ଶିବସେନାର ୭ ଏମ୍‌ପି ଅଛନ୍ତି। ଯଦି ଗଣିତକୁ ବୁଝାଯାଏ ତେବେ ମୋଦି ସରକାରରେ ମୋଟ ୨୯୨ ଏମ୍‌ପି ଅଛନ୍ତି। ସଂସଦରେ ମୋଟ ୫୪୩ ସଦସ୍ୟ ନିର୍ବାଚିତ ହୋଇ ପହଞ୍ଚନ୍ତି। ବହୁମତ ଲାଗି ୨୭୨ ଏମ୍‌ପିଙ୍କ ଆବଶକତା ରହିଛି। ଏହି ଅଙ୍କରୁ ଅଧିକ ୨୦ ଏମ୍‌ପି ଏନ୍‌ଡିଏ ପକ୍ଷରେ ଅଛନ୍ତି।

ଏଣୁ ଯଦି ଏକନାଥ ଶିନ୍ଦେ ମୁଖ୍ୟମନ୍ତ୍ରୀ ନ ହୁଅନ୍ତି ତେବେ ତାଙ୍କ ସହ ଦଳକୁ କ’ଣ ମିଳିବ?ଶିବସେନା ନିକଟରେ ମହାରାଷ୍ଟ୍ରରେ ୫୭ ବିଧାୟକ ଅଛନ୍ତି। ହେଲେ ଲୋକ ସଭାରେ ମୋଟ ୭ ସଦସ୍ୟ ଅଛନ୍ତି। ମୁଖ୍ୟମନ୍ତ୍ରୀ ପଦ ଯିବା ପରେ ଏବେ ଶିନ୍ଦେ କେନ୍ଦ୍ରକୁ ଯାଇପାରନ୍ତି। ତାଙ୍କୁ ମୋଦି ସରକାରରେ ମନ୍ତ୍ରୀ ପଦ ମିଳିପାରେ ବୋଲି କୁହାଯାଉଛି। ସେହିଭଳି ତାଙ୍କ ପୁଅ ଶ୍ରୀକାନ୍ତ ଶିନ୍ଦେଙ୍କୁ ମହାରାଷ୍ଟ୍ରରେ ଉପମୁଖ୍ୟମନ୍ତ୍ରୀ ପଦ ଦିଆଯାଇପାରେ। ଏଭଳି ଅନେକ ଦାବି କରାଯାଉଥିବା ବେଳେ ଯଦି ସେ ଖପ୍ପା ହୋଇ ଭାଜପାରୁ ଅଲଗା ହୋଇଯାଆନ୍ତି ତେବେ କେନ୍ଦ୍ରରେ ମୋଦି ସରକାର ଦୁର୍ବଳ ହୋଇଯିବ, ପରେ ନୀତୀଶ କୁମାର ଏବଂ ଚନ୍ଦ୍ରବାବୁ ନାଇଡୁ ବାଜି ପଲଟାଇଦେବାର ଭୟ ରହିଛି। ସେ ଯାହା ବି ହେଉ ରାଜନୀତିରେ କିଛି ବି ସମ୍ଭବ, ଆଗାମୀ ଦିନରେ ସବୁକିଛି ସ୍ପଷ୍ଟ ହୋଇଯିବ।

ଶିନ୍ଦେ ରାଜ୍ୟର ନୂଆ ସରକାରରେ ଉପମୁଖ୍ୟମନ୍ତ୍ରୀ ପଦକୁ ସମ୍ଭବତଃ ସ୍ବୀକାର ନ କରିପାରନ୍ତି। କାରଣ ତାଙ୍କର ନିକଟତର ସଞ୍ଜୟ ଶିରସାଟ୍‌ ଏହା କହିଛନ୍ତି। ଅପରପକ୍ଷେ ଶିନ୍ଦେ ଭାଜପାର ନିଷ୍ପତ୍ତିକୁ ମାନିନେବେ ବୋଲି ସଫାସଫା କହିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ…

ଦୁଇ ବସ୍‌ ମୁହାଁମୁହିଁ, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ…

ମୋହନା,୧୯ା୩(ମନ୍ମଥ ମିଶ୍ର): ଘରୋଇ ଯାତ୍ରୀବାହୀ ବସ୍‌ ସହ ମୁଖ୍ୟମନ୍ତ୍ରୀ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ…

ଓଡ଼ିଶାର ଏହି ଜିଲାରେ ରହିଛି ହୀରାଖଣି, ସୂଚନା ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ…

କ୍ରସ୍‌ ଭୋଟିଂ ନେଇ ସୁବାସିନୀଙ୍କ ବଡ଼ ଖୁଲାସା, କହିଲେ ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି

ଭୁବନେଶ୍ୱର,୧୯ା୩: କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା ସୁବାସିନୀ ଜେନା। ସେ କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌…

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି କଣ୍ଟେଇପଲ୍ଲୀ ଭିଏସ୍‌ଏସ୍‌

ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା।…

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri