Categories: ଜାତୀୟ

ଗୋଆ ହୋଟେଲରେ ଝୁମିଲେ ବିଦ୍ରୋହୀ ବିଧାୟକ

ପଣଜୀ,୩୦।୬: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶିବସେନା ନେତା ଏକନାଥ ସିନ୍ଧେଙ୍କ ନାମ ଘୋଷଣା ହେବା ପରେ ଗୋଆ ହୋଟେଲରେ ରହିଥିବା ସିନ୍ଧେ ଗୋଷ୍ଠୀର ବିଧାୟକମାନେ ଖୁସି ବ୍ୟକ୍ତ କରିବା ସହିତ ଉତ୍ସବ ପାଳନ କରିଛନ୍ତି। ବିଧାୟକଙ୍କ ଏକ ଭିଡିଓ ଏବେ ସାମ୍ନାକୁ ଆସିଥିବା ବେଳେ ସୋସିଆଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ବିଧାୟକମାନେ ନାଚୁଥିବାର ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ବୁଧବାର ଉଦ୍ଧବ ଠାକରେ ଇସ୍ତଫା ଦେଇଥିଲେ। ଇସ୍ତଫା ଦେବାର ଗୋଟିଏ ଦିନ ପରେ ଶିବସେନା ବିଧାୟକ ଏକନାଥ ସିନ୍ଧେ ମହରାଷ୍ଟ୍ରରେ ସରକାର ଗଠନ କରିଛନ୍ତି। ଏକନାଥ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଭାଜପା ନେତା ଦେବେନ୍ଦ୍ର ଫଡନବିିସ୍‌ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

Share