Categories: ଜାତୀୟ

ମଙ୍ଗଳବାର ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ

ମୁମ୍ବାଇ,୮।୮: ମହାରାଷ୍ଟ୍ରରେ ନାଟକୀୟ ଢଙ୍ଗରେ ଭାଜପା ଓ ଶିବସେନାର ବିଦ୍ରୋହୀ ମେଣ୍ଟ ସରକାର ଗଠନ ହୋଇଛି। ଏହି ସରକାର ଗଠନକୁ ଏକ ମାସ ବିତି ଗଲାଣି ତଥାପି ଏଯାଏ ରାଜ୍ୟରେ କ୍ୟାବିନେଟ ବିସ୍ତାର ହୋଇନାହିଁ। ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଏକନାଥ ଶିନ୍ଦେ ଏବଂ ଦେବେନ୍ଦ୍ର ଫଡନବିସ ସରକାରଙ୍କ କ୍ୟାବିନେଟ ସମ୍ପ୍ରସାରଣ ମଙ୍ଗଳବାର ହେବ। ଏହି କ୍ୟାବିନେଟରେ ୨୦ରୁ ଅଧିକ ମନ୍ତ୍ରୀ ଶପଥ ଗ୍ରହଣ କରିବେ। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କ ହାତରେ ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗ ରହିବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ଏହା ବ୍ୟତୀତ ମହାରାଷ୍ଟ୍ର ବିଧାନସଭା ଅଧିବେଶନ ଅଗଷ୍ଟ ୧୦ରୁ ଅଗଷ୍ଟ ୧୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର ସମ୍ଭାବନା ଅଛି।
ଶିବସେନାରେ ବିଦ୍ରୋହ ଯୋଗୁ ଉଦ୍ଧବ ଠାକ୍‌ରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ଜୁନ୍‌ ୩୦ରେ ସିନ୍ଦେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଓ ଫଡ୍‌ନବିସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

Share