ଜରାଜୀର୍ଣ୍ଣ ଅବସ୍ଥାରେ ଏକତା ଶିଶୁ ଉଦ୍ୟାନ

ଜଗତ୍‌ସିଂହପୁର ଅଫିସ, ୧୧।୪: ଜଗତ୍‌ସିଂହପୁର ସହରରେ ବୟସ୍କଙ୍କ ପାଇଁ କୌଣସି ପାର୍କ ନାହିଁ। ପିଲାମାନଙ୍କ ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଏକତା ଶିଶୁ ଉଦ୍ୟାନଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଫଳରେ ପିଲାଙ୍କ ମନୋରଞ୍ଜନରେ ବାଧା ସୃଷ୍ଟି ହୋଇଛି।
ଏମ୍‌ପିଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଓ ପିପିଏଲ୍‌ ଆର୍ଥିକ ସହାୟତାରେ ୩୧ା୮ା୨୦୦୬ରେ ଏହି ଉଦ୍ୟାନ ଖୋଲି ଥିଲା। ତତ୍କାଳୀନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସ୍ବର୍ଗତ ବିଷ୍ଣୁ ଚରଣ ଦାସଙ୍କ ଦ୍ୱାରା ଏହା ଉଦ୍‌ଘାଟିତ ହୋଇଥିଲା। ସେତେବେଳେ ମୁଖ୍ୟଅତିଥି ଏମ୍‌ପି ସ୍ବର୍ଗତ ବ୍ରହ୍ମାନନ୍ଦ ପଣ୍ଡା ଓ ସମ୍ମାନିତ ଅତିଥି ଭାବେ ଜିଲାପାଳ ସତ୍ୟବ୍ରତ ସାହୁ, ଜଗତ୍‌ସିଂହପୁର ପୌରାଧ୍ୟକ୍ଷା ମିନତି ଦାସ ଓ ପିପିଏଲ୍‌ ଉପସଭାପତି ରାଜେନ୍ଦ୍ର ମୋହନ ମଲ୍ଲିକ ଯୋଗ ଦେଇଥିଲେ। ସହରରେ ପିଲାମାନଙ୍କ ପାଇଁ ପ୍ରଥମ ପାର୍କ ହୋଇଥିବାରୁ ଲୋକଙ୍କ ମନରେ ସେତେବେଳେ ଖୁସି ପରିଲକ୍ଷିତ ହୋଇଥିଲା। ଏହାର ୯ବର୍ଷ ପରେ ଅର୍ଥାତ୍‌ ୧ା୧ା୨୦୧୫ରେ ଜଗତ୍‌ସିଂହପୁର ବିଧାୟକ ତଥା ବିରୋଧୀ ଦଳ ଉପନେତା ଚିରଞ୍ଜୀବ ବିଶ୍ୱାଳ, ତତ୍କାଳୀନ ଜିଲାପାଳ, ଜଗତ୍‌ସିଂହପୁର ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ୧୬ନଂ. ୱାର୍ଡ କାଉନସିଲର, ଉପାଧ୍ୟକ୍ଷଙ୍କ ଉପସ୍ଥିତିରେ ପୁନରୁଦ୍ଧାର ଓ ନବୀକରଣ କାର୍ଯ୍ୟର ଉଦ୍‌ଘାଟନ ହୋଇଥିଲା। ୨୦୦୬ରୁ ଏଥିମଧ୍ୟରେ ପାର୍କରେ ବହୁ ଟଙ୍କା ବ୍ୟୟ କରାଯାଇଛି। କିନ୍ତୁ ଦୁଃଖର କଥା ହେଲା ଏବେ ଏହା ଭିତରେ ପିଲାମାନେ ଖେଳିବା ସତେ ଯେପରି ବିପଦଜନକ ହୋଇପଡିଛି।
ଏହାର ପରିସରରେ ବିଦ୍ୟୁତ୍‌ ବୋର୍ଡଟ ଉପରେ କଭର ନାହିଁ। କୌଣସି ଶିଶୁର ଯଦି ଅଜ୍ଞାତରେ ହାତ କି ଗୋଡ ବାଜିଯାଏ ତେବେ ଜୀବନ ପ୍ରତି ବିପଦ ରହିଛି। ଏହା ଜାଣି ମଧ୍ୟ ପୌର କର୍ତ୍ତୃପକ୍ଷ ଚିନ୍ତା ନ କରିବା ଯନ୍ତ୍ରଣାଦାୟକ। କେବଳ ଏତିକି ନୁହେଁ, ପାର୍କ ପରିସରରେ ଥିବା ୪ଟି ଦୋଳି ମଧ୍ୟ ଯେକୌଣସି ସମୟରେ ଛିଣ୍ଡିପଡ଼ିବା ନେଇ ଆଶଙ୍କା ରହିଛି। କାରଣ ଦୀର୍ଘ ବର୍ଷ ହେବ ଲୌହ ଷ୍ଟାଣ୍ଡ ଓ ଚେନ୍‌ରେ ରଙ୍ଗ ଲାଗି ନ ଥିବାରୁ ଏଥିରେ କଳଙ୍କି ଖାଇଗଲାଣି। ପିଲାମାନେ ଶିଡିରେ ଚଢି ପ୍ଲାଷ୍ଟିକ ଖସଡାରେ ଖସିବାକୁ ବହୁତ ଭଲ ପାଆନ୍ତି। ମାତ୍ର ଏଭଳି ଥିବା ୩ଟିରୁ ୨ଟି ଖସଡା ଏକପ୍ରକାର ଅଦରକାରୀ ହୋଇପଡ଼ିଛି। ଗୋଟିଏରେ ପ୍ଲାଷ୍ଟିକ ଖସଡା ଭାଙ୍ଗି ପଡ଼ିବାରୁ ତାହା କାଢ଼ି ଦିଆଯାଇଛି। ଅନ୍ୟଟିର ପ୍ଲାଷ୍ଟିକ ଖସଡା ସଂଯୋଗ କରୁଥିବା ଅର୍ଥାତ୍‌ ପିଲାମାନେ ଛିଡା ହେବାପାଇଁ ଥିବା ଲୌହ ପ୍ଲେଟ୍‌ଟି କଳଙ୍କି ଖାଇ ଖାଲ ହୋଇଯାଇଛି। ଫଳରେ ଏହା ବ୍ୟବହାର ଉପଯୋଗୀ ନୁହେଁ। ପାର୍କ ପରିସରରେ ଆରମ୍ଭରୁ ହାତୀ ମୁଣ୍ଡ ଚିତ୍ର ଥାଇ ସିମେଣ୍ଟରେ ଏକ ଖସଡା କରାଯାଇଥିଲା। ଦୁଃଖର କଥା ହେଲା ଏହାର ମରାମତି କିମ୍ବା ରଙ୍ଗ ନ ହେବାରୁ ପିଲାମାନେ ଖସୁଥିବା ଚିକ୍କଣ ଅଂଶ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ପିଲାମାନେ ଖସୁଥିବାବେଳେ ପ୍ୟାଣ୍ଟ, ସାର୍ଟ ଚିରିଯିବା ସହ କ୍ଷତାକ୍ତ ହେଉଥିବା କୁହାଯାଉଛି। ପାର୍କ ପରିସରରେ ଆବଶ୍ୟକ ଆଲୋକୀକରଣ ବ୍ୟବସ୍ଥା କରାଯାଉ ନ ଥିବାରୁ ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରୁନାହିଁ। ତେଣୁ ତୁରନ୍ତ ଏହା ଉପରେ ପଦକ୍ଷେପ ନିଆ ନ ଗଲେ ଆଉ କିଛି ଦିନ ପରେ ଏକତା ଶିଶୁ ଉଦ୍ୟାନରେ କାଉ ଉଡିବା ଭଳି ପରିସ୍ଥିତିକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ସାଧାରଣରେ ଅଭିଯୋଗ ହେଉଛି।
ଏ ସମ୍ପର୍କରେ ନବନିର୍ବାଚିତ ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହ କହିଛନ୍ତି, ସେ ନୂଆକରି ଦାୟିତ୍ୱ ନେଇଛନ୍ତି। ପୌରାଞ୍ଚଳରେ ଯାହା କିଛି ଅଭାବ, ଅସୁବିଧା ରହିଛି ସେସବୁ ଦୂର ପାଇଁ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?