ଜରାଜୀର୍ଣ୍ଣ ଅବସ୍ଥାରେ ଏକତା ଶିଶୁ ଉଦ୍ୟାନ

ଜଗତ୍‌ସିଂହପୁର ଅଫିସ, ୧୧।୪: ଜଗତ୍‌ସିଂହପୁର ସହରରେ ବୟସ୍କଙ୍କ ପାଇଁ କୌଣସି ପାର୍କ ନାହିଁ। ପିଲାମାନଙ୍କ ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଏକତା ଶିଶୁ ଉଦ୍ୟାନଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଫଳରେ ପିଲାଙ୍କ ମନୋରଞ୍ଜନରେ ବାଧା ସୃଷ୍ଟି ହୋଇଛି।
ଏମ୍‌ପିଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଓ ପିପିଏଲ୍‌ ଆର୍ଥିକ ସହାୟତାରେ ୩୧ା୮ା୨୦୦୬ରେ ଏହି ଉଦ୍ୟାନ ଖୋଲି ଥିଲା। ତତ୍କାଳୀନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସ୍ବର୍ଗତ ବିଷ୍ଣୁ ଚରଣ ଦାସଙ୍କ ଦ୍ୱାରା ଏହା ଉଦ୍‌ଘାଟିତ ହୋଇଥିଲା। ସେତେବେଳେ ମୁଖ୍ୟଅତିଥି ଏମ୍‌ପି ସ୍ବର୍ଗତ ବ୍ରହ୍ମାନନ୍ଦ ପଣ୍ଡା ଓ ସମ୍ମାନିତ ଅତିଥି ଭାବେ ଜିଲାପାଳ ସତ୍ୟବ୍ରତ ସାହୁ, ଜଗତ୍‌ସିଂହପୁର ପୌରାଧ୍ୟକ୍ଷା ମିନତି ଦାସ ଓ ପିପିଏଲ୍‌ ଉପସଭାପତି ରାଜେନ୍ଦ୍ର ମୋହନ ମଲ୍ଲିକ ଯୋଗ ଦେଇଥିଲେ। ସହରରେ ପିଲାମାନଙ୍କ ପାଇଁ ପ୍ରଥମ ପାର୍କ ହୋଇଥିବାରୁ ଲୋକଙ୍କ ମନରେ ସେତେବେଳେ ଖୁସି ପରିଲକ୍ଷିତ ହୋଇଥିଲା। ଏହାର ୯ବର୍ଷ ପରେ ଅର୍ଥାତ୍‌ ୧ା୧ା୨୦୧୫ରେ ଜଗତ୍‌ସିଂହପୁର ବିଧାୟକ ତଥା ବିରୋଧୀ ଦଳ ଉପନେତା ଚିରଞ୍ଜୀବ ବିଶ୍ୱାଳ, ତତ୍କାଳୀନ ଜିଲାପାଳ, ଜଗତ୍‌ସିଂହପୁର ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ୧୬ନଂ. ୱାର୍ଡ କାଉନସିଲର, ଉପାଧ୍ୟକ୍ଷଙ୍କ ଉପସ୍ଥିତିରେ ପୁନରୁଦ୍ଧାର ଓ ନବୀକରଣ କାର୍ଯ୍ୟର ଉଦ୍‌ଘାଟନ ହୋଇଥିଲା। ୨୦୦୬ରୁ ଏଥିମଧ୍ୟରେ ପାର୍କରେ ବହୁ ଟଙ୍କା ବ୍ୟୟ କରାଯାଇଛି। କିନ୍ତୁ ଦୁଃଖର କଥା ହେଲା ଏବେ ଏହା ଭିତରେ ପିଲାମାନେ ଖେଳିବା ସତେ ଯେପରି ବିପଦଜନକ ହୋଇପଡିଛି।
ଏହାର ପରିସରରେ ବିଦ୍ୟୁତ୍‌ ବୋର୍ଡଟ ଉପରେ କଭର ନାହିଁ। କୌଣସି ଶିଶୁର ଯଦି ଅଜ୍ଞାତରେ ହାତ କି ଗୋଡ ବାଜିଯାଏ ତେବେ ଜୀବନ ପ୍ରତି ବିପଦ ରହିଛି। ଏହା ଜାଣି ମଧ୍ୟ ପୌର କର୍ତ୍ତୃପକ୍ଷ ଚିନ୍ତା ନ କରିବା ଯନ୍ତ୍ରଣାଦାୟକ। କେବଳ ଏତିକି ନୁହେଁ, ପାର୍କ ପରିସରରେ ଥିବା ୪ଟି ଦୋଳି ମଧ୍ୟ ଯେକୌଣସି ସମୟରେ ଛିଣ୍ଡିପଡ଼ିବା ନେଇ ଆଶଙ୍କା ରହିଛି। କାରଣ ଦୀର୍ଘ ବର୍ଷ ହେବ ଲୌହ ଷ୍ଟାଣ୍ଡ ଓ ଚେନ୍‌ରେ ରଙ୍ଗ ଲାଗି ନ ଥିବାରୁ ଏଥିରେ କଳଙ୍କି ଖାଇଗଲାଣି। ପିଲାମାନେ ଶିଡିରେ ଚଢି ପ୍ଲାଷ୍ଟିକ ଖସଡାରେ ଖସିବାକୁ ବହୁତ ଭଲ ପାଆନ୍ତି। ମାତ୍ର ଏଭଳି ଥିବା ୩ଟିରୁ ୨ଟି ଖସଡା ଏକପ୍ରକାର ଅଦରକାରୀ ହୋଇପଡ଼ିଛି। ଗୋଟିଏରେ ପ୍ଲାଷ୍ଟିକ ଖସଡା ଭାଙ୍ଗି ପଡ଼ିବାରୁ ତାହା କାଢ଼ି ଦିଆଯାଇଛି। ଅନ୍ୟଟିର ପ୍ଲାଷ୍ଟିକ ଖସଡା ସଂଯୋଗ କରୁଥିବା ଅର୍ଥାତ୍‌ ପିଲାମାନେ ଛିଡା ହେବାପାଇଁ ଥିବା ଲୌହ ପ୍ଲେଟ୍‌ଟି କଳଙ୍କି ଖାଇ ଖାଲ ହୋଇଯାଇଛି। ଫଳରେ ଏହା ବ୍ୟବହାର ଉପଯୋଗୀ ନୁହେଁ। ପାର୍କ ପରିସରରେ ଆରମ୍ଭରୁ ହାତୀ ମୁଣ୍ଡ ଚିତ୍ର ଥାଇ ସିମେଣ୍ଟରେ ଏକ ଖସଡା କରାଯାଇଥିଲା। ଦୁଃଖର କଥା ହେଲା ଏହାର ମରାମତି କିମ୍ବା ରଙ୍ଗ ନ ହେବାରୁ ପିଲାମାନେ ଖସୁଥିବା ଚିକ୍କଣ ଅଂଶ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ପିଲାମାନେ ଖସୁଥିବାବେଳେ ପ୍ୟାଣ୍ଟ, ସାର୍ଟ ଚିରିଯିବା ସହ କ୍ଷତାକ୍ତ ହେଉଥିବା କୁହାଯାଉଛି। ପାର୍କ ପରିସରରେ ଆବଶ୍ୟକ ଆଲୋକୀକରଣ ବ୍ୟବସ୍ଥା କରାଯାଉ ନ ଥିବାରୁ ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରୁନାହିଁ। ତେଣୁ ତୁରନ୍ତ ଏହା ଉପରେ ପଦକ୍ଷେପ ନିଆ ନ ଗଲେ ଆଉ କିଛି ଦିନ ପରେ ଏକତା ଶିଶୁ ଉଦ୍ୟାନରେ କାଉ ଉଡିବା ଭଳି ପରିସ୍ଥିତିକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ସାଧାରଣରେ ଅଭିଯୋଗ ହେଉଛି।
ଏ ସମ୍ପର୍କରେ ନବନିର୍ବାଚିତ ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହ କହିଛନ୍ତି, ସେ ନୂଆକରି ଦାୟିତ୍ୱ ନେଇଛନ୍ତି। ପୌରାଞ୍ଚଳରେ ଯାହା କିଛି ଅଭାବ, ଅସୁବିଧା ରହିଛି ସେସବୁ ଦୂର ପାଇଁ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri