Categories: କନ୍ଧମାଳ

ବ୍ରାହ୍ମଣୀଗାଁରେ ‘ଏକ୍‌ ପେଡ୍‌ ମା କେ ନାମ୍‌’ କାର୍ଯ୍ୟକ୍ରମ, ୭୬ କିସମର ଚାରା ରୋପଣ କରି…

ବ୍ରାହ୍ମଣୀଗାଁ,୧୮ା୯(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ଉପଲକ୍ଷେ ‘ଏକ ପେଡ୍‌ ମା ’ କେ ନାମ୍‌’ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ସ୍ଥାନୀୟ ଖେଳ ପଡ଼ିଆ ଚତୁଃପାର୍ଶ୍ୱରେ ବନାଞ୍ଚଳ ପକ୍ଷରୁ ୭୬ କିସମର ବୃକ୍ଷରୋପଣ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ସଂଯୁକ୍ତା ମଲ୍ଲିକ, ସମ୍ମାନିତ ଅତିଥି ବ୍ରାହ୍ମଣୀଗାଁ ଥାନା ଆଇଆଇସି ବିଜୟ କୁମାର ହାଇବୁରୁ, ମଣ୍ଡଳ ସଭାପତି ଗଣେଶ ଡାକୁଆ, ଗୁରୁମା ଲକ୍ଷ୍ମୀ ବଡ଼କୁମର ଆଦି ସାମିଲ ଥିଲେ।
ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିକାରୀ ହରିହର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବ୍ରାହ୍ମଣୀଗାଁ ସେକ୍ସନ ବନପାଳ ଯୋଗେଶ୍ୱର ଧାରୁଆ, କାଟିଙ୍ଗିଆ ସେକ୍ସନର ବନପାଳ ସନ୍ତୋଷ ମଲ୍ଲିକ, ଗଦାପୁର ସେକ୍ସନର ବନପାଳ ସନ୍ତୋଷ କୁମାର ପଟ୍ଟନାୟକଙ୍କ ସମେତ ବନରକ୍ଷୀ ଓ ଅନ୍ୟାନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily

Share