ଗ୍ରହ ବିନାଶକାରୀ ଆଇନ୍‌ଷ୍ଟାଇନ୍‌

ଆମେ କିଛି ବର୍ଷ ପୂର୍ବେ ବୈଜ୍ଞାନିକ ମତାନୁସାରେ ଜାଣିଥିଲେ ଯେ, ସୌରମଣ୍ଡଳରେ ନଅଟି ଗ୍ରହ ଅଛି। ତେଣୁ କେହି କେହି ମତପୋଷଣ କଲେ ଯେ, ଏହା ଆମର ପୁରାଣ-ଶାସ୍ତ୍ରମାନଙ୍କରେ ଉଲ୍ଲେଖ ହୋଇଥିବା ନବ-ଗ୍ରହ ଧାରଣାକୁ ପୁଷ୍ଟ କରେ। କିନ୍ତୁ ୨୦୦୬ରେ ଆନ୍ତର୍ଜାତକ ଜ୍ୟୋତିର୍ବିଜ୍ଞାନୀ ସଂଗଠନ (ଇଣ୍ଟରନ୍ୟାଶନାଲ ଆଷ୍ଟ୍ରୋନୋମିକାଲ ୟୁନିୟନ ଅର୍ଥାତ୍‌ ଆଇଏୟୁ) ପୂର୍ବରୁ ସ୍ବୀକୃତ ହୋଇଥିବା ନବମ ଗ୍ରହ ପ୍ଲୁଟୋର ମାନ୍ୟତା ହଟାଇ ଦେଲା। ପୁଣି ଘୋଷଣା କଲା ଯେ, ପ୍ଲୁଟୋ ଗ୍ରହ ପାଇଁ ଉଦ୍ଦିଷ୍ଟ ମାନଦଣ୍ଡ ପୂର୍ଣ୍ଣ କରୁ ନ ଥିବାରୁ ତାକୁ ତଳ ସ୍ତରକୁ ଖସାଇ ‘ବାମନ ଗ୍ରହ’ ଭାବରେ ପରିଗଣିତ କରାଗଲା। ଫଳରେ ଇରିସ, ସେରେସ, ମାକେମାକେ, ହାଇମିଆ ଭାବେ ନାମିତ ଅନ୍ୟ ଚାରୋଟି ବାମନ ଗ୍ରହ ସହ ଏହାର ନାମ ଯୋଡ଼ି ହୋଇଗଲା।
ତେବେ ଏହା ପ୍ଳୁଟୋ ସୌରପିଣ୍ଡରେ ବାସ୍ତବରେ କିଛି ପରିବର୍ତ୍ତନ କରୁନାହିଁ, ଯଥା- ତାହାର ବସ୍ତୁତ୍ୱ, ଗତିପଥ ଇତ୍ୟାଦି। ତେଣୁ ଏହାକୁ ଗ୍ରହର ବିନାଶ ବା ଧ୍ୱଂସ ଭାବରେ ଧରାଯାଇପାରିବ ନାହିଁ। ବାସ୍ତବରେ ଏହା ପୂର୍ବବତ୍‌ ସୁରକ୍ଷିତ, ଯଦିଚ ଏହା ଉଚ୍ଚ ପଦବୀ ହରାଇଲା।
ସୌରମଣ୍ଡଳର ଗ୍ରହଗୁଡ଼ିକ ସମ୍ବନ୍ଧରେ ବର୍ତ୍ତମାନର ସ୍ଥିତି ଆମେ ଯେପରି ଜାଣିଛେ ଏହା ପଛରେ ରହିଛି ଅତୀତରେ କେମିତି ଗୋଟିଏ ପରେ ଗୋଟିଏ ଗ୍ରହ ଜ୍ୟୋତିର୍ବିଜ୍ଞାନୀମାନେ ପରୀକ୍ଷାନିରୀକ୍ଷା କରି ଆବିଷ୍କାର କରିଥିଲେ। କଥିତ ଅଛି ଯେ, ସାର୍‌ ଆଇଜାକ୍‌ ନିଉଟନ୍‌(୧୬୪୩-୧୭୨୭)ଙ୍କ ମୁଣ୍ଡ ଉପରେ ଦୈବାତ୍‌ ଗୋଟିଏ ଆପଲ ପଡ଼ିବା ପରେ ପଦାର୍ଥ ବିଜ୍ଞାନର ଅତ୍ୟନ୍ତ ଉପାଦେୟ ‘ମହାକର୍ଷଣ ବଳ’ ବିଷୟରେ ସୂତ୍ର ସେ ନିଷ୍ପନ୍ନ କରିଥିଲେ। ଏହି ସୂତ୍ରକୁ ପ୍ରୟୋଗ କରି ସୌରମଣ୍ଡଳର ଗ୍ରହଗୁଡ଼ିକର ଅବସ୍ଥିତି ଓ ସୂର୍ଯ୍ୟ ଚାରିପଟେ ପରିକ୍ରମଣ ସମ୍ବନ୍ଧରେ ତଥ୍ୟ ମିଳିପାରିଥିଲା। ଅବଶ୍ୟ ଦୂରବୀକ୍ଷଣ ଯନ୍ତ୍ର ଦ୍ୱାରା ଏହାର ସତ୍ୟାସତ୍ୟ ପରୀକ୍ଷା କରାଯାଉଥାଏ। ପ୍ରକାଶ ଥାଉ କି, ବିନା ବୈଜ୍ଞାନିକ ଉପକରଣରେ ସୌରମଣ୍ଡଳର ବୁଧ, ଶୁକ୍ର, ପୃଥିବୀ, ମଙ୍ଗଳ, ବୃହସ୍ପତି ଓ ଶନି ଗ୍ରହ ସମ୍ପର୍କରେ ଲୋକେ ଜାଣିଥିଲେ। ତେବେ ସପ୍ତମ ଗ୍ରହ ୟୁରାନସ୍‌ ଜର୍ମାନୀରେ ଜନ୍ମିତ ବିଟ୍ରିଶ ଜ୍ୟୋତିର୍ବିଜ୍ଞାନୀ ଉଇଲିୟମ ହେରସ୍କେଲ (୧୭୩୮-୧୮୨୨ ସର୍ବପ୍ରଥମେ ଠାବ କରିଥିଲେ ୧୩ ମାର୍ଚ୍ଚ ୧୭୮୧ରେ। ପ୍ରାୟତଃ ନିଷ୍ପ୍ରଭ ଓ କ୍ଷୁଦ୍ର ୟୁରାନସ ହେଉଛି ପ୍ରଥମ ଗ୍ରହ, ଯାହାର ଆବିଷ୍କାର ପାଇଁ ଦୂରବୀକ୍ଷଣ ଯନ୍ତ୍ର ବ୍ୟବହାର କରାଯାଉଥିଲା। ଅବଶ୍ୟ ନିଉଟନ୍‌ଙ୍କ ସୂତ୍ରରୁ ଏହାର ସ୍ଥିତି ଗାଣିତିକ ହିସାବରେ ପୂର୍ବରୁ ଜଣାପଡୁଥିଲା। ତଥାପି ନିର୍ଭୁଲ ଭାବେ ଏହାର କକ୍ଷରେ ଗତିପଥ ବୁଝାଇ ହେଉ ନ ଥିଲା। ଏପରି କି କେହିକେହି ସନ୍ଦେହ କରୁଥିଲେ ଯେ, ନିଉଟନ୍‌ଙ୍କ ସୂତ୍ର ଠିକ୍‌ ନୁହେଁ। କିନ୍ତୁ ଫରାସୀ ଗଣିତଜ୍ଞ ଓ ଜ୍ୟୋତିର୍ବିଜ୍ଞାନୀ ଜୋସେଫ ଲି ଭେରିଅର (୧୮୧୧-୧୮୭୭) ନିଉଟନ ଓ କେପଲରଙ୍କ ନିୟମ ପ୍ରୟୋଗ କରିବା ବେଳେ ଢେର ପରିବର୍ତ୍ତନଶୀଳ ପ୍ରାଚଳ (ଭେରିଏବଲ ପାରାମିଟର) ବ୍ୟବହାର କଲେ। ଏହା ଏକ ଅତ୍ୟନ୍ତ ଜଟିଳ ଗାଣିତିକ ହିସାବ। କିନ୍ତୁ ତାଙ୍କ କଠିନ ଅଧ୍ୟବସାୟ ଓ ଏକନିଷ୍ଟ ସାଧନା ଅପ୍ରତ୍ୟାଶିତ ସୁଫଳ ପ୍ରଦାନ କରିଥିଲା। ଭେରିଅର ଜାଣିପାରିଲେ ଯେ, ୟୁରାନ୍‌ସର କକ୍ଷରେ ଯେଉଁ ବିଚ୍ୟୁତି ଦେଖାଯାଇଛି, ତାହା ଏକ ଅନ୍ୟ ବିସ୍ମୃତି ନିକଟସ୍ଥ ଗ୍ରହର ପ୍ରଭାବ। ତେଣୁ ଏହାକୁ ଭିତ୍ତିକରି ସେ ୟୁରାନ୍‌ସ ସମସ୍ୟା ସମାଧାନ କରିବା ସହ ଅଷ୍ଟମ ଗ୍ରହ ନେପଚୁନ୍‌କୁ ସର୍ବ ପ୍ରଥମେ ଚିହ୍ନଟ (୨୩ ସେପ୍ଟେମ୍ବର ୧୮୪୬) କଲେ। ଗାଣିତିକ ହିସାବରେ ଲି ଭେରିଅର ନେପଚୁନର ଆକାଶରେ ସ୍ଥିତି ସମ୍ପର୍କରେ ସ୍ଥାନ ନିରୂପଣ କରି ଏହି ଖବର ଜୋତିର୍ବିଜ୍ଞାନୀ ଦୋହାନ୍‌ ଗୋଟଫ୍ରାଏଡ୍‌ ଗାଲେଙ୍କୁ ଜଣାଇଲେ। ଗାଲେ ବର୍ଲିନ ପର୍ଯ୍ୟବେକ୍ଷଣାଗାରରେ ଫ୍ରାନ୍‌ହୋପର ଦୂରବୀକ୍ଷଣ ଯନ୍ତ୍ର ଦ୍ୱାରା ନେପଚୁନ୍‌କୁ ତୁରନ୍ତ ଦେଖିପାରିଲେ। ଯଦିଚ ଏହା ସୂର୍ଯ୍ୟଠାରୁ ବହୁତ ଦୂରରେ ଥିବାରୁ ସହଜେ ଦେଖାଯାଉ ନ ଥିଲା। ପ୍ରକାଶ ଥାଉ କି, ଲତି ଭେରିଅରଙ୍କ ଗଣନାଠାରୁ ମାତ୍ର ଏକ ଡିଗ୍ରୀ ଅନ୍ତରରେ ନେପଚୁନ୍‌ ସେତେବେଳେ ରହିଥିଲା।
ଏହି ପରୀକ୍ଷଣରୁ ସିଦ୍ଧ ହେଲା ଯେ, ନିଉଟନ୍‌ଙ୍କ ମାଧ୍ୟାକର୍ଷଣ ନିୟମ ଠିକ୍‌। ତେବେ ଦୂରବର୍ତ୍ତୀ ୟୁରାନସ, ନେପଚୁନ୍‌ ପାଇଁ ଏହା ପ୍ରଯୁଜ୍ୟ ହୋଇଥିଲେ ମଧ୍ୟ ବୁଧ ଗ୍ରହ କ୍ଷେତ୍ରରେ ଏକ ଜଟିଳ ସମସ୍ୟା ଦେଖାଦେଲା। କକ୍ଷପଥରେ ଏହାର ଅଗ୍ରଗମନ (ପ୍ରୋସିଜନ୍‌) ନିଉଟନ୍‌ ନିୟମ ପାଇଁ ଏକ ବ୍ୟତିକ୍ରମ। ସେତେବେଳେ ପୂର୍ବ ଦୃଷ୍ଟାନ୍ତର ବୈଜ୍ଞାନିକମାନେ ଧରିନେଲେ ଯେ, ୟୁରାନସର କକ୍ଷରେ ଅନିୟମିତତାକୁ ଯେମିତି ନେପଚୁନ ପରି ଏକ ନୂତନ ଗ୍ରହ ଦ୍ୱାରା ବୁଝାଇ ହେଲା, ସେହି ପ୍ରକାରେ ବୁଧର କକ୍ଷରେ ଦେଖାଦେଉଥିବା ଅଗ୍ରଗମନ ସମସ୍ୟା ଏକ ନୂତନ ଗ୍ରହ ଦ୍ୱାରା ସମାହିତ ହୋଇପାରିବ। ଏମିତି ଏକ ଗ୍ରହ ଉପରେ ସେମାନେ କେବଳ ଦୃଢ଼ ଆସ୍ଥା ରଖି ନ ଥିଲେ, ଏହାର ଆଗତୁରା ନାମକରଣ ମଧ୍ୟ କରିଦେଲେ। ଫରାସୀ ପଦାର୍ଥ ବିଜ୍ଞାନୀ, ଗଣିତଜ୍ଞ ଓ ଜ୍ୟୋତିର୍ବିଦ ଜାକସ ବାବିନେଟ (୧୭୯୪-୧୮୭୨) ୧୮୬୪ ମସିହାରେ ଏହାର ନାମ ରଖିଲେ ଭଲକାନ୍‌। ପ୍ରାଚୀନ ବରାମାନ ସାହିତ୍ୟରେ ଭଲକାନ୍‌ ହେଉଛି ଆଗ୍ନେୟଗିରି ଓ ଅଗ୍ନି ଦେବତାଙ୍କ ନାମ। ବାବିନେଟଙ୍କ ଅନୁସାରେ ଏହା ଗ୍ରହଶ୍ରେଣୀୟ ତାପଦୀପ୍ତ ମେଘ, ଯାହାକି ସୂର୍ଯ୍ୟର ଅତି ନିକଟରେ ଘୂରୁଛି। ଏହାର ଅସ୍ଥିତ୍ୱ ନିର୍ଣ୍ଣୟ କରିବାକୁ ବୈଜ୍ଞାନିକମାନେ ବର୍ଷ ବର୍ଷ ଧରି ପ୍ରଚେଷ୍ଟା କଲେ। ଏପରିକି ୨୯ ଜୁଲାଇ ୧୮୭୮ରେ ପୂର୍ଣ୍ଣ ସୂର୍ଯ୍ୟୋପରାଗ ବେଳେ ଦେଖିବାକୁ ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ର ନିୟୋଜନ କଲେ। କିନ୍ତୁ ନିରାଶ ହେବା ହିଁ ସାର ହେଲା। ସେମାନେ ଚିନ୍ତା କରିଥିଲେ ଯେ ଏହି ଦିନ ସୂର୍ଯ୍ୟାଲୋକ କିଛି ସମୟ ପାଇଁ ଅନୁପସ୍ଥିତ ଥିବା ବେଳେ ଗ୍ରହଟି ଧରା ପଡ଼ିବ।
ଦୀର୍ଘ ଦୁଇ ଶତାବ୍ଦୀ ଧରି ନାନା ଚେଷ୍ଟା ସତ୍ତ୍ୱେ ଭଲକାନ୍‌ ଦୃଷ୍ଟିଗୋଚର ହୋଇପାରିଲା ନାହିଁ। ଫଳରେ ନିଉଟନ୍‌ଙ୍କ ନିୟମର ସଠିକତା ପ୍ରଶ୍ନବାଚୀ ହେଲା। ୧୯୧୫ରେ ଏକ ଯୁଗାନ୍ତକାରୀ ଘଟଣା ଘଟିଲା, ଯେତେବେଳେ ଆଇନଷ୍ଟାଇନ୍‌ (୧୮୭୯-୧୯୫୫) ବର୍ଲିନସ୍ଥିତ ପୁଷିଆନ୍‌ ଏକାଡେମୀ ଅଫ ସାଇନ୍‌ସେସଠାରେ ଏକ ବୃକତାମାଳା ପ୍ରଦାନ କଲେ। ସେତେବେଳେ ସେ ସାଧାରଣ ଆପେକ୍ଷିକ ତତ୍ତ୍ୱ ପ୍ରଥମ କରି ଉପସ୍ଥାପନ କଲେ। ସେ ନିଉଟନଙ୍କ ମାଧ୍ୟାକର୍ଷଣ ବଳର ଧାରଣାକୁ ସମ୍ପୂର୍ଣ୍ଣ ବଦଳାଇ ଦେଲେ। ଏହି ବଳକୁ ସ୍ଥାନ-କାଳ ବକ୍ରତା (ସ୍ପେସ୍‌ ଟାଇମ୍‌ କର୍ଭେଚର) ମାଧ୍ୟମରେ ବୁଝାଇଲେ। ବୁଧର କକ୍ଷରେ ପରିଲକ୍ଷିତ ବ୍ୟତିକ୍ରମ ସୂର୍ଯ୍ୟ ଦ୍ୱାରା ସୃଷ୍ଟ ସ୍ଥାନ-କାଳ ବକ୍ରତାର ଫଳ ବୋଲି ସେ ସିଦ୍ଧ କଲେ। ଫଳରେ ଯେଉଁ ଭଲକାନ୍‌ ଗ୍ରହ ବୈଜ୍ଞାନିକମାନଙ୍କୁ ବର୍ଷ ବର୍ଷ ଧରି ବ୍ୟସ୍ତ ବିବ୍ରତ କରୁଥିଲା, ତାହା ଅବିଳମ୍ବେ ଅପସରିଗଲା। ଭଲକାନ୍‌ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଗଲା। ଲୋକେ ବୁଝିପାରିଲେ ଯେ, ଏହା ଏକ କଳ୍ପନାପ୍ରସୂତ ଗୋଟିଏ ଆକାଶ କୁସୁମ ମାତ୍ର।

ଡ. ନିଖିଳାନନ୍ଦ ପାଣିଗ୍ରାହୀ
-ବଡଖେମୁଣ୍ଡି ବଙ୍ଗଳା
ଉତ୍କଳ ଆଶ୍ରମ ରୋଡ୍‌, ବ୍ରହ୍ମପୁର
ମୋ: ୯୦୭୮୭୪୩୮୪୩


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri