Categories: ଜାତୀୟ

ଅଷ୍ଟମ ପର୍ଯ୍ୟାୟ ବୈଠକ: ବାହାରିଲାନି କୌଣସି ସମାଧାନ

ନୂଆଦିଲ୍ଲୀ,୮।୧: ବିଜ୍ଞାନ ଭବନରେ ଶୁକ୍ରବାର ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ବୈଠକ ହୋଇଥିଲା। ବୈଠକରେ ନୂତନ କୃଷି ଆଇନ ଏବଂ ଏମ୍‌ଏସପିକୁ ନେଇ ଆଲୋଚନା ହୋଇଥିଲା। ହେଲେ ବୈଠକରେ କୌଣସି ସମାଧାନର ବାଟ ବାହାରିପାରି ନାହିଁ। ଚାଷୀ ନିଜ ଜିଦରେ ଅଟଳ ରହିଛନ୍ତି। ଅନ୍ୟପକ୍ଷରେ ଜାନୁୟାରୀ ୧୫ରେ ଆଗାମୀ ବେଠକ ହେବ ବୋଲି ଜଣାପଡିଛି। ଅଷ୍ଟମ ପର୍ଯ୍ୟାୟ ବେଠକରେ ସମାଧାନର ବାଟ ବାହାରିବ ବୋଲି ଦେଶବାସୀ ଆଶା କରାଯାଉଥିଲା। ନୂଆ କୃଷି ଆଇନ ପ୍ରତ୍ୟାହାର ନ ହେବା ଯାଏଁ ସେମାନେ ରାସ୍ତାରୁ ହଟିବେ ନାହିଁ ବୋଲି କହିଥିଲେ। ଚାଷୀ ପ୍ରତିକୁଳ ପରିସ୍ଥିତିରେ ସିଙ୍ଘୁ ସୀମା ଓ ଗାଜିପୁର ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି।

Share