Categories: କନ୍ଧମାଳ

ଭୋଜି ଖାଇ ୧୬ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ, ୭ ଗୁରୁତର

ତୁମୁଡିବନ୍ଧ,୧୬।୫(ଡି.ଏନ.ଏ.): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ ପଞ୍ଚାୟତ ଅନ୍ତର୍ଗତ ବୁଢ଼ା କୁଣ୍ଡଳୀ ଗ୍ରାମରେ ବାହାଘର ଭୋଜି ଖାଇ ୧୫ଜଣ ମହିଳା, ପୁରୁଷ ଓ ଶିଶୁ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ଜଣ ଗୁରୁତର ଅଛନ୍ତି। ସମସ୍ତଙ୍କୁ ତୁମୁଡିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଉଛି। ପ୍ରକାଶ ଯେ, ବୁଢ଼ାକୁଣ୍ଡଳୀ ଗ୍ରାମର ବିଭୂତି ପନ୍ଦରଙ୍କ ଝିଅର ବାହାଘର ଗତ ଶୁକ୍ରବାର ହୋଇଥିଲା। ଶନିବାର ବରପକ୍ଷ ଭୋଜି ଖାଇବା ପାଇଁ କଳାହାଣ୍ଡି ଜିଲା ଏମ୍‌.ରାମପୁର ବ୍ଲକ ବଞ୍ଜମୁଣ୍ଡା ଗ୍ରାମକୁ ଯାଇଥିଲେ। ସେଠାରୁ ଫେରି ରାତ୍ରିରେ ନିଜ ଗ୍ରାମରେ ଛେଳି ମାରି ଭୋଜି କରିଥିଲେ। ସଖାଳୁ ସମସ୍ତଙ୍କୁ ବାରମ୍ବାର ଝାଡ଼ା ହେବାରୁ ତୁମୁଡିବନ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୂର୍ବତନ ବିଧାୟକ ରାଜିବ ପାତ୍ର, ଜିଲା ପରିଷଦ ସଭ୍ୟ ନବୀନ ପାତ୍ର ଓ ବିଜେଡିର କର୍ମୀମାନେ ପହଞ୍ଚି ପୀଡ଼ିତଙ୍କୁ ଭେଟିଥିଲେ। ତୁମୁଡିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ଅଭିଷେକ ନାୟକ ପୀଡ଼ିତଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ ଥିବା ସୂଚନା ଦେଇଛନ୍ତି।