Categories: ଜାତୀୟ

ଖାଲକୁ ଖସିଲା କାର୍‌: ଚାଲିଗଲା ୮ ଜୀବନ

ଶ୍ରୀନଗର,୧୬।୧୧: ଜମ୍ମୁ-କଶ୍ମୀର କିଶ୍ୱତ୍‌ଓ୍ବାର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର ଗଭୀର ଖସିଯିବାରୁ ୮ ଜଣଙ୍କର ମୃତ୍ୟୁ ହୋଇଛି। କିଶ୍ୱତ୍‌ଓ୍ବାର ଡେପୁଟି କମିଶନର ଏହି ସୂଚନା ଦେଇଛନ୍ତି। ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ସାମିଲ ଅଛନ୍ତି।
ଡେପୁଟି କମିଶନର ଦେବନଶ ଯାଦବ କହିଛନ୍ତି, ଜମ୍ମୁ ଡିଭିଜନର କିଶତ୍‌ୱାରର ମାରୱା ଅଞ୍ଚଳରେ ଥିବା ଏକ ଡ୍ରେନ ନିକଟରେ ଏକ କାର ଖାଲରେ ପଡ଼ିଯାଇଥିଲା। କାର୍‌ରେ ଥିବା ସମସ୍ତ ଲୋକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଗୋଟିଏ ଦିନ ପୂର୍ବରୁ ଡୋଡା ଜିଲାରେ ଏକ କାର ଖାଲରେ ଖସିପଡିଥିଲା। ଏଥିରେ ସଡ଼କ ଓ ଜଙ୍ଗଲ ବିଭାଗର ଅଧିକାରୀଙ୍କ ମୃତ୍ୟୁ ଘଟିଥିଲା।

Share