‘ଅର୍ଡର ଅଫ ଦ ନାଇଲ’, ମୋଦିଙ୍କୁ ମିଳିଲା ମିଶ୍ରର ସର୍ବୋଚ୍ଚ ସମ୍ମାନ

କାଏରୋ,୨୫।୬: ମିଶ୍ରର ରାଷ୍ଟ୍ରପତି ଅବଦେଲ ଫତହ ଅଲ-ସିସି କାହିରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଅର୍ଡର ଅଫ ଦ ନାଇଲ’ ପୁରସ୍କାରରେ ସମ୍ମାନୀତ କରିଛନ୍ତି। ‘ଅର୍ଡର ଅଫ ଦ ନାଇଲ’ ମିଶ୍ରର ସର୍ବୋଚ୍ଚ ରାଜକୀୟ ସମ୍ମାନ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଦୁଇ ଦିନିଆ ଇଜିପ୍ଟ ଗସ୍ତରେ ଯାଇଥିବା ବେଳେ ରବିବାର ହେଉଛି ଏହାର ଶେଷ ଦିନ। ଅଲ-ହକିମ ମସଜିଦ ପରେ ମୋଦି କାହିରା ସ୍ଥିତ ହେଲିଓପୋଲିସ ଓ୍ବାର ମେମୋରିୟାଲ(ଯୁଦ୍ଧ କବରସ୍ଥାନ) ଯାଇଥିଲେ। ସେଠାରେ ସେ ପ୍ରଥମ ବିଶ୍ୱଯୁଦ୍ଧରେ ସର୍ବୋଚ୍ଚ ବଳିଦାନ ଦେଇଥିବା ଭାରତୀୟ ସେନାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

Share