୨ ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା: ୩୨ ମୃତ

ଇଜିପ୍ଟ,୨୬।୩: ଇଜିପ୍ଟର ସୋହାଗ ସହର ନିକଟରେ ଶୁକ୍ରବାର ୨ଟି ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ୩୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୪ରୁ ଅଧିକ ଆହତ ହୋଇଥିବା ଜଣାପଡିଛି। ଏନେଇ ଇଜିପ୍ଟର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ସିଗନାଲରେ ତ୍ରୁଟି ଯୋଗୁ ଏଭଳି ଘଟଣା ଘଟିଥିବା କୁହାଯାଉଛି।

Share