ଫ୍ଲ ଲେସ୍‌ ସ୍କିନ୍‌ ପାଇଁ ଅଣ୍ଡା

ଅଣ୍ଡାରେ ପ୍ରସ୍ତୁତ ବିଭିନ୍ନ ଆଇଟମ୍‌ ପ୍ରାୟ ଅନେକେ ପସନ୍ଦ କରନ୍ତି। ହେଲେ ଆପଣ ଜାଣନ୍ତି କି ଏଥିରେ ଭରି ରହିଥିବା ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଗୁଣ ତ୍ୱଚା ପାଇଁ ମଧ୍ୟ ବେଶ୍‌ ଉପକାରୀ। ଏହାକୁ ବ୍ୟବହାରକରି
ସୁନ୍ଦର, ବେଦାଗ ତ୍ୱଚା ପାଇବାକୁ ଚାହୁଁଥିଲେ
ଜାଣିରଖନ୍ତୁ ଟିପ୍ସ …
ସ୍କିନ୍‌ଟୋନ୍‌ ଡାର୍କ ହୋଇଗଲେ କିପରି ଗୋରା ତ୍ୱଚା ପାଇବେ ତାକୁ ନେଇ ଅନେକଙ୍କର ଚିନ୍ତା ବଢ଼ିଯାଏ। ଯଦି ଆପଣ ବି ଏହି ସମସ୍ୟା ଦେଇ ଗତି କରୁଛନ୍ତି ଏବଂ ବିଭିନ୍ନ ପ୍ରକାର ବ୍ୟୁଟି ଟ୍ରିଟ୍‌ମେଣ୍ଟ କରିବାରେ ଖର୍ଚ୍ଚାନ୍ତ ହେଉଛନ୍ତି, ତେବେ ଖୁବ୍‌ କମ୍‌ ଖର୍ଚ୍ଚରେ ଘରୋଇ ଉପାୟରେ ନିଜ ସମସ୍ୟାର ସମାଧାନ କରିପାରିବେ। ଏଥିପାଇଁ ଖଣ୍ଡେ ପାଚିଲା କଖାରୁକୁ ଗ୍ରାଇଣ୍ଡ କରି ସେଥିରେ ଅଣ୍ଡା, କ୍ଷୀର ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୦-୧୫ ମିନିଟ୍‌ ପରେ ନର୍ମାଲ ପାଣିରେ ଧୋଇଦିଅନ୍ତୁ। ପ୍ରତିଦିନ ଏହାକୁ ଲଗାନ୍ତୁ, ଖୁବ୍‌ କମ୍‌ ଦିନ ମଧ୍ୟରେ ତ୍ୱଚାର ରଙ୍ଗରେ ପରିବର୍ତ୍ତନ ଜାଣିପାରିବେ।
ଫ୍ଲ ଲେସ୍‌ ବା ବେଦାଗ ତ୍ୱଚା କାହାକୁ ବା ପସନ୍ଦ ନୁହେଁ। ଯଦି ଆପଣ ବି ବ୍ରଣ ଦାଗ କିମ୍ବା ସନବର୍ନ ଆଦି ଯୋଗୁ ଚିନ୍ତିତ ତେବେ ଘରୋଇ ଉପାୟରେ ଅଣ୍ଡା ବ୍ୟବହାର କରି ଦାଗମୁକ୍ତ ଗ୍ଲୋଇଂ ସ୍କିନ୍‌ ପାଇପାରିବେ। ଏଥିପାଇଁ ଅଣ୍ଟାର ଧଳା ଅଂଶରେ ମହୁ ଏବଂ ଅଲିଭ ଅଏଲ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରି ଲଗାନ୍ତୁ। ୧୫ମିନିଟ୍‌ ରଖିବା ପରେ ପାଣିରେ ଭଲ ଭାବେ ଧୋଇଦିଅନ୍ତୁ।

ଏକ ପାତ୍ରରେ ଅଳ୍ପ ମହୁ ସହ ଅଣ୍ଡାର ଧଳା ଅଂଶ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୦-୧୫ମିନିଟ୍‌ ରଖିବା ପରେ ପାଣିରେ ଧୋଇଦିଅନ୍ତୁ। ଏହି ପ୍ୟାକ୍‌ ମୁହଁରେ ଥିବା ରିଙ୍କଲ୍‌ ମାର୍କ ଏବଂ ଏଜ୍‌ ଲାଇନ ଦୂରକରି ତ୍ୱଚାକୁ ଟାଇଟ୍‌ କରିବା ସହ ଆକର୍ଷଣୀୟ ୟଙ୍ଗ୍‌ ଲୁକ୍‌ ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri