କୋରାପୁଟ ବିଧାୟକଙ୍କ ଗାଡ଼ିକୁ ଅଣ୍ଡାମଡ଼

କୋରାପୁଟ,୨୩।୫(ସ୍ବ.ପ୍ର.): କୋରାପୁଟ ବିଧାୟକ ରଘୁରାମ ପଡାଲଙ୍କ ଗାଡ଼ିକୁ ମଙ୍ଗଳବାର ଅଣ୍ଡାମାଡ଼ ହୋଇଛି। ତାଙ୍କ ନିର୍ବାଚନମଣ୍ଡଳୀ ଲମତାପୁଟ ବ୍ଲକରେ ନୂତନ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଉଦ୍‌ଘାଟନ କରିବା ପାଇଁ ଯାଉଥିବା ସମୟରେ କଂଗ୍ରେସ କର୍ମୀଙ୍କ ଅଣ୍ଡା ମାଡ଼ର ଶିକାର ହୋଇଛନ୍ତି। ବ୍ଲକ ଭିତରକୁ ପ୍ରବେଶ କରୁଥିବା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା କଂଗ୍ରେସ କର୍ମୀ ବିଧାୟକଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରିଥିଲେ। ବିଧାୟକଙ୍କୁ ଅଣ୍ଡାମାଡ଼ ନେଇ ବ୍ଲକରେ ଉତ୍ତେଜନା ଦେଖାଦେବା ସହିତ ବ୍ୟାପକ ପୋଲିସ ମୁତୟନ କରାଯାଇଛ।