ମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼

ଭବାନୀପାଟଣା,୮।୧୧(ଡି.ଏନ୍‌.ଏ.): ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି। କଳାହାଣ୍ଡି ଜିଲା ଭବାନୀପାଟଣାରେ ଆୟୋଜିତ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ବେଳେ ନର୍ଲାଠାରେ ତାଙ୍କ ଗାଡ଼ି ଉପରକୁ ଭାଜପା ଓ କଂଗ୍ରେସ କର୍ମୀମାନେ ଅଣ୍ଡାମାଡ଼ କରିଛନ୍ତି। ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣା ପ୍ରତିବାଦରେ ଏହି ଅଣ୍ଡାମାଡ଼ ହୋଇଛି। ମନ୍ତ୍ରୀ ସାହୁ ଭବାନୀପାଟଣାରେ ସଭା ସାରି ସଦଳବଳ ମଦନପୁର-ରାମପୁର ଅଭିମୁଖେ ନର୍ଲା ଦେଇ ଯାଉଥିବା ବେଳେ ଅଣ୍ଡାମାଡ଼ ହୋଇଛି।