ମହିଳା ଭୋଟରଙ୍କ ମନ ଜିଣିବାକୁ ଉଦ୍ୟମ

ଖଇରା, ୧୫ା୨ (ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ୪ନଂ. ଖଇରା ଜୋନରେ ବିଜେଡି ଟିକେଟରେ ପ୍ରତିଦ୍ବନ୍ଦ୍ୱିତା କରୁଥିବା ଜିଲା ପରିଷଦ ପ୍ରାର୍ଥିନୀ ରଶ୍ମିତା ମହାପାତ୍ର ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ ଚଳାଇଛନ୍ତି। ସେ ୧୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବ୍ଲକ ମହିଳା ମହାସଂଘ ସଭାପତି ଭାବେ ମହିଳାମାନଙ୍କର କଲ୍ୟାଣ କରିବା ପରେ ଚଳିତବର୍ଷ ପ୍ରଥମ କରି ଜିଲା ପରିଷଦ ଭାବେ ପ୍ରତିଦ୍ବନ୍ଦ୍ୱିତା କରୁଛନ୍ତି। ପଞ୍ଚାୟତସ୍ତରର ହଜାର ହଜାର ସଂଖ୍ୟାର ମହିଳା ତାଙ୍କୁ ଜିତାଇବାକୁ ଅଣ୍ଟା ଭିଡିଛନ୍ତି ା ସେ ବିଜୟୀ ହେଲେ ଖଇରା ଜୋନରେ ସର୍ବାଙ୍ଗୀନ ଉନ୍ନତି କରିବା ସହ ମହିଳାମାନଙ୍କ ସମସ୍ୟାର ସମାଧାନ ଲାଗି ପ୍ରାଥମିକତା ଦେବେ ବୋଲି କହିଛନ୍ତି। ଏହି ଜୋନ ଅଧୀନରେ ଥିବା ଖଇରା, ପଳସା, ଗୋଳିହା, ନହଙ୍ଗ, ଡୁଙ୍ଗୁରା, ଅମରିଆ, ଗୋବିନ୍ଦପୁର, ମହତିପୁର, ସାରୁଗାଁ, ସୁଣ୍ଢିରା ଆଦି ପଞ୍ଚାୟତଗୁଡିକରେ ପ୍ରଥମ ରାଉଣ୍ଡ ପ୍ରଚାର ପରେ ସୋମବାର ଖୋଲା ଜିପ୍‌ରେ ଡୁଙ୍ଗୁରା ଓ ନହଙ୍ଗ ପଞ୍ଚାୟତ ପରିକ୍ରମା କରି ଭୋଟ ଭିକ୍ଷା କରିଛନ୍ତି ା ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ତାଙ୍କୁ ସହଯୋଗ କରୁଛନ୍ତି ା ଡୁଙ୍ଗୁରାରେ ପ୍ରଚାର ବେଳେ ସରପଞ୍ଚ ପ୍ରାର୍ଥି ପ୍ରକାଶ ଚନ୍ଦ୍ର ଲେଙ୍କା, ସମତି ସଭ୍ୟ ପ୍ରାର୍ଥିନୀ କଲ୍ୟାଣି ମାଝି ଓ ନହଙ୍ଗରେ ସମତିସଭ୍ୟ ପ୍ରାର୍ଥିନୀ ଜୟନ୍ତୀ ମହଲା ପ୍ରମୁଖ ଉପସ୍ଥିତ ଥିଲେ।