କ୍ଷମତା ହସ୍ତାନ୍ତର ଉଦ୍ୟମ ଆରମ୍ଭ

କାବୁଲ, ୧୭।୮: ଆମେରିକା ଓ ନାଟୋ ସୈନ୍ୟ ସମ୍ପୂର୍ଣ୍ଣ ପ୍ରତ୍ୟାହାର ହେବାକୁ ଆଉ କିଛିଦିନ ବାକି ଥିବାବେଳେ ଆଫଗାନିସ୍ତାନ ତାଲିବାନ ନିୟନ୍ତ୍ରଣକୁ ଚାଲିଯାଇଛି। ଏହି ଆତଙ୍କବାଦୀ ସଂଗଠନ ପ୍ରଥମେ ସୀମାନ୍ତବର୍ତ୍ତୀ ଗ୍ରାମାଞ୍ଚଳଗୁଡିକୁ ଦଖଲ କରିବା ପରେ ସହରାଞ୍ଚଳ ଉପରେ ଆଖି ପକାଇଥିଲା। ମାତ୍ର ଦିନ କେଇଟା ମଧ୍ୟରେ ତାଲିବାନ ଦେଶର ୩୪ ପ୍ରାଦେଶିକ ରାଜଧାନୀ ମଧ୍ୟରୁ ପ୍ରମୁଖ ୨୬ଟିକୁ ଦଖଲ କରିଛି। ଶନିବାର ପ୍ରମୁଖ ସହର ଜଲାଲବାଗ୍‌କୁ ଦଖଲ କରିବା ପରେ ରାଜଧାନୀ କାବୁଲକୁ ଘେରିଯାଇଥିଲେ ତାଲିବାନ ଆତଙ୍କବାଦୀ। ଏହାର ପ୍ରବେଶ ଦ୍ୱାରରେ ଅସ୍ତ୍ରଶସ୍ତ୍ରଧାରୀ ଆତଙ୍କବାଦୀ ଜଗି ରହିଥିଲେ। ରବିବାର ରାଜଧାନୀକୁ ନିଜ କବ୍‌ଜାକୁ ନେବା ପରେ ତାଲିବାନ ରାଷ୍ଟ୍ରପତି ଭବନରେ ପ୍ରବେଶ କରିଥିଲା। ସେତେବେଳକୁ ରାଷ୍ଟ୍ରପତି ଅଶ୍ରଫ୍‌ ଘନି ନିଜ ପଦରୁ ଇସ୍ତଫା ଦେଇ ଦେଶ ଛାଡ଼ି ପଳାଇଯାଇଥିଲେ।
ତାଲିବାନ ହାତରେ ଆଫଗାନିସ୍ତାନର ଭବିଷ୍ୟତ ଉପରେ ସାରା ବିଶ୍ୱ ନଜର ରଖିଥିବାବେଳେ ଆତଙ୍କୀଙ୍କ କବଳରୁ ନିଜ ଅଧିକାରୀ ଓ ନାଗରିକଙ୍କୁ ଫେରାଇ ନେବାକୁ ଆମେରିକା ସମେତ ବିଭିନ୍ନ ରାଷ୍ଟ୍ର ତତ୍କାଳ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ପୂର୍ବଭଳି ତାଲିବାନର ବର୍ବର ଶାସନ ଏବଂ ମାନବାଧିକାର ଉଲ୍ଲଂଘନ ହେବା ଆଶଙ୍କାରେ ପୂରା ଦେଶରେ ଏବେ ଭୟର ବାତାବରଣ ଖେଳିଯାଇଛି। ଦେଶବାସୀ ଶୀଘ୍ର ଆଫଗାନିସ୍ତାନ ଛାଡ଼ିବା ଜାରି ରଖିଛନ୍ତି। କାବୁଲ ତାଲିବାନ ହାତକୁ ଯିବା ପରେ ବିମାନବନ୍ଦର ଅଭିମୁଖେ ଯାଉଥିବା ବିଭିନ୍ନ ରାସ୍ତାରେ ଆଶ୍ଚର୍ଯ୍ୟ କଲାଭଳି ଟ୍ରାଫିକ୍‌ ଜାମ ଦେଖିବାକୁ ମିଳିଥିଲା। ଦେଶ ଛାଡ଼ି ଯିବା ପାଇଁ ଲୋକେ ଯେ କୌଣସି ମୂଲ୍ୟରେ ଟିକେଟ୍‌ କିଣିବାକୁ ପ୍ରସ୍ତୁତ ହୋଇଥିଲେ। କେହିକେହି ନିଜ ଘରଦ୍ୱାର, ସମସ୍ତ ଅଳଙ୍କାର, ସମ୍ପତ୍ତି ଆଦି ବଦଳରେ ଟିକେଟ ପାଇଁ ନିବେଦନ କରିଥିଲେ। ଏପରିକି ବିମାନରେ ଛିଡ଼ା ହୋଇ ଯାତ୍ରା କରିବାକୁ ମଧ୍ୟ ରାଜି ହୋଇଯାଇଥିଲେ। ସେପେଟ ତାଲିବାନ କାବୁଲରେ ପଶି ରାଷ୍ଟ୍ରପତି ଭବନ ସମେତ ଅନେକ ଜିଲାକୁ ନିଜ କବଜାକୁ ନେଇଥିଲା। ହାତରୁ ଶାସନ ଯିବା ପରେ ଘନି ଦେଶ ଛାଡ଼ି ପଳାୟନକୁ ନେଇ ଆଫଗାନିସ୍ତାନ ଜାତୀୟ ପୁନଃନିର୍ମାଣ ପରିଷଦ ମୁଖ୍ୟ ଅବଦୁଲ୍ଲା ଅବଦୁଲ୍ଲା ସମାଲୋଚନା କରିଛନ୍ତି। ଏ ସବୁ ପାଇଁ ଭଗବାନ ଘନିଙ୍କୁ ଦାୟୀ କରିବେ ବୋଲି ସେ କହିଛନ୍ତି।
ଶାନ୍ତିପୂର୍ଣ୍ଣ ଉପାୟରେ କ୍ଷମତା ଚାହେଁ ବୋଲି ତାଲିବାନ ଦେହାରାଇଛି। କୌଣସି ନାଗରିକ ଦେଶ ଛାଡ଼ି ଯିବାର ଆବଶ୍ୟକତା ନାହିଁ। ତଥାପି ଯଦି କେହି ଆଫଗାନିସ୍ତାନ ଛାଡ଼ି ଯିବାକୁ ଚାହୁଁଛନ୍ତି ତେବେ ସେମାନଙ୍କୁ ନ ଅଟକାଇବାକୁ ତାଲିବାନ ଏହାର ସଦସ୍ୟଙ୍କୁ କହିଛି। ସମସ୍ତଙ୍କ ସମ୍ପତ୍ତି ଓ ଜୀବନ ସୁରକ୍ଷିତ ବୋଲି ଏହା ଆଶ୍ୱାସନା ଦେବାରେ ଲାଗିଛି। ତେବେ ନାଟୋ ଓ ଆମେରିକା ସେନାର ଦୀର୍ଘ ୨୦ ବର୍ଷର ଉପସ୍ଥିତି ସତ୍ତ୍ୱେ ହାର ମାନିଛି ଆଫଗାନିସ୍ତାନ ସେନା। ତାଲିବାନ ନିକଟରେ ସେମାନେ ଆତ୍ମସମର୍ପଣ କରିବା ପରେ ଅତିକମ୍‌ ସମୟ ମଧ୍ୟରେ ଏବଂ ସହଜରେ ତାଲିବାନ ଦେଶର ୩୪ ପ୍ରାଦେଶିକ ରାଜଧାନୀ ମଧ୍ୟରୁ ୨୬ଟିକୁ ନିଜ କବଜାକୁ ନେଇସାରିଛି। ଏବେର ତାଲିବାନ ପୁରୁଣା ତାଲିବାନଠାରୁ ଭିନ୍ନ ବୋଲି ସଙ୍ଗଠନ ମୁଖିଆ ସ୍ପଷ୍ଟ କରିଛନ୍ତି। ଆଫଗାନିସ୍ତାନ ସଂସ୍କୃତିକୁ ବଞ୍ଚାଇ ରଖବା ଏବଂ ଦେଶରେ ଶାନ୍ତି ସ୍ଥାପନ ପାଇଁ କ୍ଷମତାକୁ ଆସିବାକୁ ଚାହୁଁଥିବା ତାଲିବାନ କହିଛି। ତେଣୁ ଶାନ୍ତିପୂର୍ଣ୍ଣ ଉପାୟରେ କ୍ଷମତା ହସ୍ତାନ୍ତର ପାଇଁ ଏହି ସଙ୍ଗଠନ ଚେଷ୍ଟା ଚଳାଇଥିବା ନେଇ ବିଶ୍ୱକୁ ଜଣାଇବାରେ ଲାଗିଛି। କେବେ ତାଲିବାନ ଆଫଗାନିସ୍ତାନରେ ତାଲିବାନ ୨.୦ ସରକାର ଗଢ଼ିବ ତାହା ସ୍ପଷ୍ଟ ହୋଇ ନ ଥିବାବେଳେ ଏହି ଆତଙ୍କବାଦୀ ସଙ୍ଗଠନର ପ୍ରତିଷ୍ଠାତା ମୁଲ୍‌ହା ଅବଦୁଲ ଘନି ବରାଦର୍‌ ପରବର୍ତ୍ତୀ ରାଷ୍ଟ୍ରପତି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଅବଦୁଲ ଘନି ବରାଦର କିଏ?

ନାଟକୀୟ ଢଙ୍ଗରେ ରାଜଧାନୀ କାବୁଲ କବଜା କରିବା ପରେ ଆଫଗାନିସ୍ତାନରେ ସରକାର ଗଢ଼ିବା ସ୍ବପ୍ନ ପୂରଣର ନିକଟରେ ପହଞ୍ଚିଛି ତାଲିବାନ। ସଙ୍ଗଠନ ପ୍ରତିଷ୍ଠାତା ଅବଦୁଲ ଘନି ବରାଦର ତାଲିବାନ ୨.୦ ସରକାରରେ ରାଷ୍ଟ୍ରପତି ହେବେ ବୋଲି ଚର୍ଚ୍ଚା ଜୋର ଧରିଛି। ଆଫଗାନିସ୍ତାନର ଦୀର୍ଘ ଏବଂ ରକ୍ତାକ୍ତ ଇତିହାସ ବରାଦରଙ୍କ ନାମରେ ରହିଛି। ବରାଦର ୧୯୬୮ରେ ଆଫଗାନିସ୍ତାନର ଉର୍ଜୁଗାନ ପ୍ରଦେଶରେ ଜନ୍ମ ହୋଇଥିଲେ। ୧୯୮୦ ଦଶକରେ ସୋଭିଏତ୍‌-ଆଫଗାନ ଯୁଦ୍ଧରେ ସେ ସକ୍ରିୟ ଭୂମିକାରେ ଥିଲେ। ୧୯୯୨ରେ ସୋଭିଏତ ରୁଷ୍‌ର ସେନା ଆଫଗାନିସ୍ତାନ ଛାଡ଼ିବା ପରେ ଦେଶରେ ଗୃହଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ପରେ ବରାଦର ଏବଂ ସମ୍ପର୍କୀୟ ଭାଇ ମହମ୍ମଦ ଓମାରଙ୍କ ସହ ମିଶି ଏକ ମଦ୍ରାସା ଖୋଲିଥିଲେ। ଆଫଗାନିସ୍ତାନରେ ଇସ୍‌ଲାମ ଏମିରେଟ୍‌ ଗଠନ ଲକ୍ଷ୍ୟରେ ଉଭୟେ ତାଲିବାନ ସଙ୍ଗଠନକୁ ଜନ୍ମ ଦେଇଥିଲେ।

ସାରାଂଶ

-ତାଲିବାନକୁ କ୍ଷମତା ହସ୍ତାନ୍ତର ପାଇଁ ଆଲୋଚନା ପରେ ଇସ୍ତଫା ଦେଇ ରବିବାର ଆଫଗାନିସ୍ତାନ ଛାଡ଼ିଲେ ରାଷ୍ଟ୍ରପତି ଅଶ୍ରଫ୍‌ ଘନି।
-ସ୍ଥାନୀୟ ପୋଲିସ ଅଧିକାରୀଙ୍କୁ ହଟାଇବା ପରେ ଅସ୍ତ୍ରଶସ୍ତ୍ରଧାରୀ ଆତଙ୍କବାଦୀଙ୍କୁ କାବୁଲ ପଠାଇଲା ତାଲିବାନ।
-କାବୁଲ କବ୍‌ଜା ପରେ ରାଷ୍ଟ୍ରପତି ଭବନ ଦଖଲ କଲେ ଆତଙ୍କବାଦୀ।
-ଦେଶ ଛାଡ଼ିବାକୁ କାବୁଲ ବିମାନବନ୍ଦରରେ ଲୋକଙ୍କ ଭିଡ଼। ଗୁଳିକାଣ୍ଡରେ ୫ ଓ ବିମାନରୁ ଖସି ୮ ଜଣଙ୍କ ମୃତ୍ୟୁ।
-ବିମାନବନ୍ଦରରେ ସ୍ଥିତି ନିୟନ୍ତ୍ରଣ ପାଇଁ ଆମେରିକା ସେନା ପକ୍ଷରୁ ଫାଙ୍କା ଗୁଳିଚାଳନା।
-ନିଜ ନାଗରିକଙ୍କୁ ଫେରାଇ ନେବାକୁ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ସ୍ବତନ୍ତ୍ର ବିମାନ ବ୍ୟବସ୍ଥା।
-ସୀମା ପାର ହେବାବେଳେ ଆଫଗାନ ସେନା ଜେଟ୍‌କୁ ମାରି ଖସାଇଲା ଉଜ୍‌ବେକିସ୍ତାନ। ମୃତାହତଙ୍କ ତଥ୍ୟ ମିଳିନି।
-ମୁଜାହିଦ୍ଦିନ ସାଧାରଣ ଲୋକଙ୍କୁ ହଇରାଣ ନ କରିବାକୁ ତାଲିବାନର ନିର୍ଦ୍ଦେଶ। କାବୁଲରେ କର୍ଫ୍ୟୁ ଜାରି।
-୪୮ ଘଣ୍ଟାରେ ବିମାନ ଯୋଗେ ଏବଂ ସୀମା ପାର ହୋଇ ପଳାୟନ ୭୫୦ ଆଫଗାନ୍‌ ସୈନ୍ୟଙ୍କ ଉଜ୍‌ବେକିସ୍ତାନ ପଳାୟନ।
-ଆଫଗାନିସ୍ତାନ ଆତଙ୍କବାଦୀ ସଂଗଠନ ପାଇଁ ସୁରକ୍ଷିତ ସ୍ଥାନ ହୋଇପାରିବ ନାହିଁ ବୋଲି ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକରେ କହିଲେ ଜାତିସଂଘ ମହାସଚିବ।

‘ଦାସତ୍ୱର ଶୃଙ୍ଖଳ ଭାଙ୍ଗିଛି ତାଲିବାନ’

ତାଲିବାନ୍‌ର ଆଫଗାନିସ୍ତାନ ଦଖଲକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଖୋଲାଖୋଲି ସମର୍ଥନ କରିଛନ୍ତି। ତାଙ୍କ ମତରେ ଆଫଗାନିସ୍ତାନ ଏତେଦିନ ହେଲା ଦାସତ୍ୱର ଶୃଙ୍ଖଳରେ ଆବଦ୍ଧ ରହିଥିଲା, ଯାହାକୁ ତାଲିବାନ ଭାଙ୍ଗିଦେଇଛି। ଇଂଲିଶ ମାଧ୍ୟମ ଶିକ୍ଷା ଓ ଏହାର ପରିଣାମରୁ ସଂସ୍କୃତିର ଅବଶୋଷଣ ଉପରେ ଉଦ୍‌ବୋଧନ ଦେଇ ଇମ୍ରାନ କହିଛନ୍ତି, ସଂସ୍କୃତି ଯେତେବେଳେ ଅନ୍ୟ ଅଧୀନକୁ ଚାଲିଯାଏ, ସେତେବେଳେ ସେମାନେ ମାନସିକ ଭାବେ ଅଧୀନ ହୋଇଯାଆନ୍ତି। ଏହା ବାସ୍ତବରେ ଦାସତ୍ୱଠାରୁ ଅଧିକ ଖରାପ ସ୍ଥିତି। ଆଫଗାନିସ୍ତାନରେ ସେହିଭଳି ସ୍ଥିତି ସୃଷ୍ଟି ହୋଇଥିଲା। ତାଲିବାନ ଉକ୍ତ ଦାସତ୍ୱର ବନ୍ଧନରୁ ଦେଶକୁ ମୁକ୍ତ କରିଥିବା ପାକ୍‌ ପ୍ରଧାନମନ୍ତ୍ରୀ କହିଛନ୍ତି।

ବାଇଡେନଙ୍କୁ ସମାଲୋଚନା

ତାଲିବାନ ଆତଙ୍କବାଦୀମାନେ ଆଫଗାନିସ୍ତାନ ଦଖଲ କରିବା ପରେ ଆମେରିକାରେ ରାଷ୍ଟ୍ରପତି ଜୋ ବାଇଡେନ୍‌ ସମାଲୋଚିତ ହୋଇଛନ୍ତି। ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର କରିବା ପରେ ତାଲିବାନ ଆତଙ୍କବାଦୀମାନେ ଗୋଟିଏ ପରେ ଗୋଟିଏ ସହର ଦଖଲ କରି ରବିବାର ରାଜଧାନ କାବୁଲକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ। ମାତ୍ର ଦିନ କେଇଟାରେ ଆଫଗାନ ସରକାର ଭୁଶୁଡ଼ିପଡ଼ିବା ନାଟୋ ମେଣ୍ଟ ପାଇଁ ଶକ୍ତ ଝଟକା ହୋଇଛି। ତାଲିବାନର ସହଜ ଅଗ୍ରସର ପ୍ରତି ବାଇଡେନ୍‌ ପ୍ରଶାସନ ଆଖିବୁଜି ଦେଇଥିଲା ବୋଲି ସେଠାର ରାଜନୈତିକ ଦଳ ସମାଲୋଚନା କରିଛନ୍ତି। ଏହାକୁ ନେଇ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାଇଡେନ୍‌ଙ୍କ ଇସ୍ତଫା ଦାବି କରିଛନ୍ତି। ହ୍ବାଇଟ୍‌ ହାଉସ ଆଗରେ ଶତାଧିକ ଆଫଗାନ୍‌ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

କାବୁଲରେ ଫସିଛନ୍ତି ୨୦୦ ଭାରତୀୟ

ଆଫାଘନିସ୍ତାନ ରାଜଧାନୀ କାବୁଲସ୍ଥିତ ଭାରତୀୟ ଦୂତାବାସରେ ଏବେ ବି ୨୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ ଓ ଅର୍ଦ୍ଧସାମରିକ ଯବାନ ରହିଯାଇଥିବା ଜଣାପଡ଼ିଛି। ରବିବାର ସେଠାରୁ ସ୍ବତନ୍ତ୍ର ବିମାନ ଯୋଗେ ୧୨୯ ଜଣଙ୍କୁ ନୂଆଦିଲ୍ଲୀ ଅଣାଯାଇଥିଲା। କାବୁଲ ବିମାନବନ୍ଦରରେ ଭାରତୀୟ ବାୟୁସେନାର ଏକ ବିମାନ ଛିଡ଼ାହୋଇଥିଲେ ହେଁ ଦୂତାବାସରୁ କର୍ମଚାରୀମାନଙ୍କୁ କିପରି ନିରାପଦରେ ଅଣାଯିବ ତାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ତାଲିବାନମାନେ କାବୁଲ ସହରରେ କର୍ଫ୍ୟୁ ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri