ପରମ୍ପରା ବଞ୍ଚାଇବାକୁ ପ୍ରୟାସ

ଢେଙ୍କାନାଳ ଅଫିସ, ୨୮।୧୦ – ଦଶହରା ପରେ ଲକ୍ଷ୍ମୀପୂଜା ଉପରେ ଢାଙ୍କିଛି କରୋନା କଳାବାଦଲ। ପାର୍ବଣର ଅନ୍ୟତମ ପ୍ରମୁଖ ଉତ୍ସବକୁ ନେଇ ଚଳିତବର୍ଷ ନାହିଁ ଉତ୍ସାହ କି ଉଦ୍ଦୀପନା। କରୋନା ସଂକ୍ରମଣ କାରଣରୁ ଢେଙ୍କାନାଳର ଗଣପର୍ବ ଚଳିତବର୍ଷ ଭକ୍ତଶୂନ୍ୟ ହେବ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି। ଫଳରେ କେବଳ ବିଧିରକ୍ଷା ସହିତ ପରମ୍ପରା ବଞ୍ଚାଇବାକୁ ୩୮ ପୂଜା ମଣ୍ଡପର କର୍ମକର୍ତ୍ତା ପ୍ରୟାସ ଜାରି ରଖିଛନ୍ତି।
ଆସନ୍ତା ୩୦ ତାରିଖ ରାତିରୁ ଧରାବତରଣ କରିବେ ଧନର ଦେବୀ ମା’ ଲକ୍ଷ୍ମୀ। ୮ ତାରିଖ ଯାଏ ପୂଜାର୍ଚ୍ଚନା ଅନୁଷ୍ଠିତ ହେବ। ୯ ତାରିଖରେ ନିରାଡମ୍ବର ଭାବେ ମା’ ମେଲାଣି ନେବେ ବୋଲି ନିଷ୍ପତ୍ତି ହୋଇଛି। ମୂର୍ତ୍ତି ୪ ଫୁଟରେ ସୀମିତ ରହିବ। ମଣ୍ଡପରେ ପୂଜା ସମୟରେ ୭ଜଣ କର୍ମକର୍ତ୍ତା ଉପସ୍ଥିତ ରହିବେ। ସମସ୍ତଙ୍କ ଆଣ୍ଟିଜେନ୍‌ ଟେଷ୍ଟ କରାଯିବ। ସର୍ବସାଧାରଣଙ୍କ ଦର୍ଶନ ଉପରେ ମିଳିତ ପୂଜା କମିଟି ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ କଟକଣା ଜାରି କରାଯାଇଛି। ଉଠା ଦୋକାନୀ ସମେତ ବାହାରୁ ଆସୁଥିବା ବ୍ୟବସାୟୀଙ୍କ ଖାଦ୍ୟପାନୀୟ ଷ୍ଟଲଗୁଡିକୁ ମଧ୍ୟ ବାରଣ କରାଯାଇଛି। ନିୟମ ଜଗିବାକୁ ପ୍ରତି ମଣ୍ଡପରେ ପୋଲିସ ମୁତୟନ ହେବେ।
ଢେଙ୍କାନାଳର ବିଶ୍ୱପ୍ରସିଦ୍ଧ ଲକ୍ଷ୍ମୀପୂଜାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ପାଖାପାଖି ୮୦ବର୍ଷ ଧରି ପ୍ରତିଯୋଗିତାମୂଳକ ଭାବେ ପୂଜା ଆୟୋଜନ ହୋଇ ଆସୁଥିଲା। ହେଲେ ଚଳିତ ବର୍ଷ କରୋନା ଏହାକୁ ପାଣିଚିଆ କରିଦେଇଛି। ମା’ଙ୍କ ଆବାହନର ଯଥେଷ୍ଟ ପୂର୍ବରୁ ସହର ନବବଧୂ ଭଳି ସଜେଇ ହେଉଥିବାବେଳେ ଚଳିତବର୍ଷ ଶ୍ରୀହୀନ ଦିଶୁଛି ପରିବେଶ। କରୋନା କଟକଣା ଭିତରେ ପୂଜାର୍ଚ୍ଚନା ହେଉଥିବାରୁ କୌଣସି ସାଜସଜ୍ଜା ହୋଇନାହିଁ। ଅନ୍ୟପଟେ ଶିଳ୍ପୀମାନେ ମୃଣ୍ମୟୀ ମୂର୍ତ୍ତିଗୁଡ଼ିକୁ ଶେଷସ୍ପର୍ଶ ଦେବାରେ ଲାଗିପଡ଼ିଛନ୍ତି। ପୂଜାକୁ ମଝିରେ ୨ ଦିନ ଥିବାବେଳେ ପୂଜା କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି।

କଡ଼ାକଡ଼ି ପାଳନ ହେବ କଟକଣା
କୋଭିଡ୍‌ କଟକଣାକୁ ସମ୍ମାନ ଜଣାଇ ନିରାଡମ୍ବର ଭାବେ ମା’ ଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହେଉଛି। ସମସ୍ତ ନିୟମକୁ ପୂଜା ଅନୁଷ୍ଠାନର କର୍ମକର୍ତ୍ତାମାନେ କଡ଼ାକଡ଼ି ଭାବେ ପାଳନ କରୁଛନ୍ତି। ୩୦ ତାରିଖ ରାତିରୁ ପୂଜା ଆରମ୍ଭ ହୋଇ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ୯ରେ ଭସାଣି ହେବ।
-ବିଶ୍ୱନାଥ ବେହେରା, ମିଳିତ ବଜାର ପୂଜା କମିଟି ସଭାପତି


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଗୋଟିଏ ପଟେ ଯୁଦ୍ଧ, ଅନ୍ୟପଟେ ଟଙ୍କା ରୋଜଗାର କରିବାରେ ବ୍ୟସ୍ତ ହୋଇ ପଡିଛନ୍ତି ଟ୍ରମ୍ପଙ୍କ ପୁଅ!

ଓ୍ବାଶିଂଟନ,୫।୪: ଆମେରିକା ଏବଂ ଇରାନ ମଧ୍ୟରେ ସମ୍ଭାବ୍ୟ ସଂଘର୍ଷକୁ ନେଇ ଉତ୍ତେଜନାପୂର୍ଣ୍ଣ ପରିବେଶ ମଧ୍ୟରେ, ଏକ ନୂତନ ବିବାଦ ଦେଖାଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri