ଖରସ୍ରୋତାକୁ ଚିରସ୍ରୋତା କରିବାକୁ ପ୍ରୟାସ

ରସୁଲପୁର,୩୧ା୮(ଡି.ଏନ.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକର ଉତ୍ତର ସୀମାରେ ପ୍ରବାହିତ ମୂଳ ଖରସ୍ରୋତା ନଦୀକୁ ବଞ୍ଚାଇ ଚିରସ୍ରୋତା କରିବା ପାଇଁ ପୁନରୁଦ୍ଧାର ସମିତି ପକ୍ଷରୁ ପ୍ରୟାସ କରାଯାଉଛି। ଏ ନେଇ ସମିତି ପକ୍ଷରୁ ପ୍ରତ୍ୟେକ ମାସର ୩୦ ତାରିଖରେ ପଦଯାତ୍ରା କରାଯାଉଛି। ବ୍ଲକର ଅଞ୍ଚଳର ବିଭିନ୍ନ ପ୍ରାନ୍ତରୁ ପଦଯାତ୍ରାମାନ ଆୟୋଜନ କରାଯାଉଛି। ଏହିକ୍ରମରେ ବ୍ଲକ ଅଧୀନ ଭୋଟକା ପଞ୍ଚାୟତର ଇଚ୍ଛାପୁର ଜଗନ୍ନାଥ ମନ୍ଦିରଠାରୁ ପଦଯାତ୍ରା ଆରମ୍ଭ କରାଯାଇଥିଲା। ସମିତିର ଆବାହକ ଶିକ୍ଷାବିତ୍‌ କୈଳାସ ଚନ୍ଦ୍ର ନାୟକଙ୍କ ଆହ୍ବାନରେ ଆୟୋଜିତ ପଦଯାତ୍ରାରେ ଇଂ. ବିଶ୍ୱଜିତ୍‌ ମହାନ୍ତି ନେତୃତ୍ୱ ନେଇଥିଲେ। ଏହି ପଦଯାତ୍ରା ବିଭିନ୍ନ ଗଁା ଦେଇ ରସୁଲପୁର ବ୍ଲକରେ ପହଞ୍ଚତ୍ ଥିଲା। ଉକ୍ତ ପଦଯାତ୍ରୀମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ଗୋଲଖ ବିହାରୀ ମଲ୍ଲିକ, ବର୍ଷିୟାନ ସାମାଜିକ କର୍ମୀ ଲକ୍ଷ୍ମଣ ରାଉତ, ସୁଧାଶୁଂ ମିଶ୍ର, ଗୌରହରି ପତି, ରଘୁନାଥ ଦାସ, ବାଉରୀବନ୍ଧୁ ମହାନ୍ତ ପ୍ରମୁଖ ଥିଲେ। ପଦଯାତ୍ରୀମାନେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚତ୍ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ରସୁଲପୁର ବିଡିଓ ଅବନିକାନ୍ତ ସାହୁଙ୍କ ଜରିଆରେ ପ୍ରଦାନ କରିଥିଲେ। ବିଡିଓ ସାହୁ ଦାବିପତ୍ର ଗ୍ରହଣ କରିବା ସହ ଆସନ୍ତା ମଙ୍ଗଳବାର ନଦୀସ୍ଥଳ ପରିଦର୍ଶନ କରିବା ପରେ ଯାହାକିଛି ପଦକ୍ଷେପ ନେବେ ବୋଲି ସୂଚନା ଦେଇଥିଲେ। ପ୍ରକାଶଥାଉ କି ମୃତ ନଦୀକୁ ବଂଚାଇବା ପାଇଁ ସମିତି ପକ୍ଷରୁ ୫ବର୍ଷ ଧରି ଆନ୍ଦୋଳନ ଜାରି ରହିଛି। ଏ ଦିଗରେ ପ୍ରଶାସନ ପକ୍ଷରୁ ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ। ତେବେ ସମିତି ପକ୍ଷରୁ ନଦୀର ଉପରମୁଣ୍ଡ ଟିକରପଡାଠାରେ ଏକ ସ୍ଲୁଇସ୍‌ ଗେଟ୍‌ ନିର୍ମାଣ ପାଇଁ ଦାବି ହୋଇଆସୁଛି। ଚଳିତବର୍ଷ ଏହି ଦାବି ପୂରଣ ପାଇଁ ସମିତିର କାର୍ଯ୍ୟକର୍ତ୍ତାମାନେ ରାଜରାସ୍ତାକୁ ଓହ୍ଲାଇ ଥିବାର ଦେଖାଯାଉଛି। ପ୍ରଶାସନ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ନିଆ ନ ଗଲେ ସମିତି ପକ୍ଷରୁ ଆନ୍ଦୋଳନକୁ ନିର୍ଣ୍ଣାୟକ ମୋଡ ଦିଆଯିବ ବୋଲି ସମିତିର ସଭାପତି ଦେଣୁଧର ଦୋବାଇ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri