Posted inଫୁରସତ

ସବୁଜ ପୃଥିବୀ ଲାଗି ପ୍ରୟାସ

ଦିନକୁ ଦିନ ପୃଥିବୀରୁ ପ୍ରାକୃତିକ ଜଙ୍ଗଲ କ୍ଷୟ ହେଉଛି। ଏଥିଯୋଗୁ ଜଳବାୟୁ ପରିବର୍ତ୍ତନ ଘଟୁଛି। ପରିବେଶଜନିତ ନାନା ସମସ୍ୟା ଲାଗି ପ୍ରାଣୀମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି। ଏମିତି ପରିସ୍ଥିତିରେ ପରିବେଶ ସୁରକ୍ଷା ପାଇଁ ଅଣ୍ଟାଭିଡ଼ିଛନ୍ତି ଜଣେ ଗୃହିଣୀ। ସେ ହେଲେ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅଧୀନ କମାଳସିଂ ଗ୍ରାମର ଅମିତା ତରେଇ। ସେ କୁହନ୍ତି, ସ୍କୁଲ୍‌ ବୟସରୁ ବିଭିନ୍ନ ଚାରା ରୋପଣ କରିବା ମୋର ଅଭ୍ୟାସ ଥିଲା। ମୋ ବାପଘର କମାଳସିଂ ଓ ଶାଶୁଘର ଝାରକଟା। ଏହି ଗାଁର ସ୍କୁଲ ପରିସର, ମଠ, ଗ୍ରାମ୍ୟପାର୍କ ଓ ରାସ୍ତାକଡ଼ ଆଦି କେତେକ ସ୍ଥାନରେ ବର୍ଷାଦିନେ ନିମ୍ବ, ବେଲ, ଅଁଳା, ହରିଡ଼ା, ବାହାଡ଼ା, ଅର୍ଜୁନ, କଦମ, ବାଦାମ, ଆମ୍ବ, ଲେମ୍ବୁ, ପଣସ, ବଉଳକୋଳି ଆଦି ଗଛ ଲଗାଇଥିଲି। ୨୦୧୯ ମସିହାରେ ଆମ ଅଞ୍ଚଳରେ ଗଠନ ହୋଇଥିବା ଗ୍ରୀନ୍‌ ପାରିକୁଦ ସଂଗଠନରେ ବି ଯୋଗଦେଇଥିଲି। ସେବେଠାରୁ ପ୍ରତିଦିନ ଦୁଇଘଣ୍ଟା ସମୟ ଦେଇ ଲଗାଇଥିବା ବୃକ୍ଷର ଯତ୍ନ ପାଇଁ କିଛି କିଛି ପରିଶ୍ରମ କରୁଛି। ଗତ ୫ ବର୍ଷ ଭିତରେ ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ବିଭିନ୍ନ ସଂଗଠନରେ ମିଶି ବହୁ ସଂଖ୍ୟକ ବିଭିନ୍ନ ପ୍ରକାରର ବୃକ୍ଷ ଏବଂ ୨୫ ହଜାର ତାଳଗୋଟମା ପୋତିବାରେ ସକ୍ଷମ ହୋଇଛି। ଅନ୍ୟପକ୍ଷେ କାହାରି ଜନ୍ମଦିନ, ବିବାହ ବାର୍ଷିକୀ, ଶ୍ରାଦ୍ଧ ଉତ୍ସବ, ବିଭିନ୍ନ ପର୍ବପର୍ବାଣି, ମହାପୁରୁଷଙ୍କ ଜନ୍ମଦିବସ ଅବସରରେ ବି ବୃକ୍ଷ ରୋପଣ କରିବା ପାଇଁ ଲୋକମାନଙ୍କୁ କହିଥାଏ। ଏକାଧିକଥର ମାଗଣା ରକ୍ତଦାନ ଶିବିରେ ଯୋଗଦେଇ ରକ୍ତ ଦାନ ମଧ୍ୟ କରିଛି। ଆମ ବ୍ଲକ ମିଶନ ଶକ୍ତିରେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଛି। ଏଭଳି ପରିବେଶ ସୁରକ୍ଷା ଏବଂ ସାମାଜିକ କାର୍ଯ୍ୟ ପାଇଁ ସବୁଜ ବାହିନୀ ବ୍ରହ୍ମପୁର, ଶୁଭଚିନ୍ତକ ଟ୍ରଷ୍ଟ ବ୍ରହ୍ମପୁରରୁ କର୍ମବୀର ସମ୍ମାନ, ବିପଦର ବନ୍ଧୁ ଓଡ଼ଶା ତରଫରୁ ବିପଦରବନ୍ଧୁ ସମ୍ମାନ, କ୍ରିଷ୍ଣାଫାଉଣ୍ଡେସନ କଟକରୁ କୃଷିମିତ୍ର, ଭାରତ ବିକାଶ ଅଭିଯାନ ତରଫରୁ ସମ୍ମାନ, ଆଶାର ଆଲୋକ ସଂସ୍ଥା ବାଲେଶ୍ୱରରୁ ସେବା ସମ୍ମାନ, ସୃଜନୀ ସାତପଡ଼ାରୁ ସୃଜନୀ ସମ୍ମାନ, କୃଷ୍ଣ ପ୍ରସାଦ ବ୍ଲକ ତରଫରୁ ମିଶନଶକ୍ତି କାର୍ଯ୍ୟ ପାଇଁ ସମ୍ମାନିତ ଓ ପ୍ରଶଂସିତ ହୋଇପାରିଛି। ଏଥିରେ ମୋତେ ମାନସିକ ଶାନ୍ତି ମିଳିପାରୁଛ।
-କୈଳାସ ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri