Posted inପୁରୀ

‘ସାହିତ୍ୟ ସାଧନା ପାଇଁ ପ୍ରଚେଷ୍ଟା ଦରକାର’

ପୁରୀ,୧୬ା୩: ପୁରୀର ଅଗ୍ରଣୀ ପ୍ରକାଶନୀ ସଂସ୍ଥା ‘ଅଭିମାନ’ର ଚତୁର୍ଥ ବାର୍ଷିକ ଉତ୍ସବ ଜିଏସ୍‌ଟି ସମ୍ମିଳନୀ କକ୍ଷରେ ଦୋଳପୂର୍ଣିମା ଅବସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥି ଭାବରେ ସାମାଜିକ କର୍ମୀ ତଥା କବି ଶୈଳଜ ରବି, କଥାକାର ହିରଣ୍ମୟୀ ମିଶ୍ର, କବୟିତ୍ରୀ ସୁଚେତା ମିଶ୍ର, କବି ତଥା ଔପନାସିକ ଭବାନୀ ଶଙ୍କର ପାଟ୍ଟଯୋଷୀ ଯୋଗ ଦେଇ ସାହିତ୍ୟ ସାଧନା ପାଇଁ ପ୍ରଚେଷ୍ଟା ଦରକାର ବୋଲି ମନ୍ତବ୍ୟ ପ୍ରଦାନ କରି ଉପସ୍ଥିତ ଦର୍ଶକ ମଣ୍ଡଳୀଙ୍କୁ ମୁଗ୍ଧ କରିଥିଲେ। ଏହି ପରିପ୍ରେକ୍ଷୀରେ କାନନବାଳା ନାୟକଙ୍କ ଗଳ୍ପ ସଂକଳନ ‘ଈଶ୍ବରଙ୍କ ହସ’, ବିନୋଦିନୀ ଗନ୍ତାୟତଙ୍କ ‘ବୋଉ’ ଏବଂ ଅନ୍ୟାନ୍ୟ ଗଳ୍ପ, ସୁରେନ୍ଦ୍ର କୁମାର ଦାଶଙ୍କ ‘ମଣି କାଞ୍ଚନ’, ସନ୍ତୋଷିନୀ ଦାଶ ଗିରିଙ୍କ ‘ଭକ୍ତି ଅର୍ଘ୍ୟ’, ଭବାନୀ ଶଙ୍କର ପାଟ୍ଟଯୋଷୀଙ୍କ କବିତା ସଂକଳନ ‘ଉଦାର ଅନ୍ଧାର’ ସ୍ବର୍ଗତ ଗୋଲକ ବିହାରୀ ରଥଙ୍କ ଭକ୍ତି କବିତା ସଂକଳନ ‘ସମର୍ପଣ’ ଏବଂ ବୃନ୍ଦାବନ ଦାଶଙ୍କ କବିତା ସଂକଳନ ‘ଗୀତିବୀଥି’ ଲୋକାର୍ପିତ ହୋଇଯାଇଛି । ନିଜର ସୁନ୍ଦର ଅଭିଭାଷଣରେ ବିଖ୍ୟାତ ସଂଯୋଜକ ଶ୍ୟାମ ପ୍ରକାଶ ସେନାପତି ସଭାକାର୍ଯ୍ୟ ଶୁଭାରମ୍ଭ କରିଥିଲାବେଳେ ନିବେଦିତା ନନ୍ଦ ପ୍ରାରମ୍ଭିକ ଭକ୍ତି ସଙ୍ଗୀତ ଗାନ ଏବଂ ଶ୍ୱେତପଦ୍ମା ପାଢ଼ୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ଏହି ଅବସରରେ ଅଭିମାନ ତରଫରୁ ଗୋଲକ ବିହାରୀ ରଥ ସ୍ମୃତି ପୁରସ୍କାର କବି ବୃନ୍ଦାବନ ଦାଶଙ୍କୁ , ‘ଜଗନ୍ନାଥ ଦାଶ ସ୍ମୃତି ସମ୍ମାନ ‘ କବୟିତ୍ରୀ ସୁଶ୍ରୀ ହରପ୍ରିୟା ସାହୁଙ୍କୁ, ‘ଗୋବିନ୍ଦ ଚନ୍ଦ୍ର ଦାଶ ସ୍ମୃତି ସମ୍ମାନ’ ଅନୁବାଦିକାୟ, ଗାଳ୍ପିକା ନନ୍ଦିତା ମହାନ୍ତିଙ୍କୁ ‘କବି ପଦ୍ମଜା ଶରଣ’ ଏବଂ କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କୁ ‘ଅଭିମାନ ସର୍ଜକ ଯୁଗଳ ସମ୍ମାନ‘ ‘ଅଭିମାନ ବନ୍ଧୁ ସମ୍ମାନ’ ତ୍ରିଲୋଚନ ସାହୁ, ଲକ୍ଷ୍ମୀପ୍ରସାଦ ରାଉତ, ପ୍ରଶାନ୍ତ ପୋଥାଳଙ୍କୁ ପ୍ରଦାନ କରାଯାଇଥିଲା। ସଙ୍ଗୀତ ଓ ସାହିତ୍ୟର ଏହି ସର୍ଜନାତ୍ମକ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ଭବାନୀ ଭୂୟାଁ ।
ଉକ୍ତ କାର୍ଯ୍ୟକ୍ରମରେ ଲକ୍ଷ୍ମୀପ୍ରିୟା ନାୟକ, ଶରତ କୁମାର ବିଶ୍ବାଳ , କଲ୍ୟାଣି ନାୟକ, ସଂଯୁକ୍ତା ପାଢ଼ୀ, ଅଜୟ ପ୍ରଧାନ, ଚିନ୍ମୟ ବିବେକ, ସନ୍ନ୍ୟାସୀ ନାୟକ, ସୁଚିତ୍ରା ମିଶ୍ର , ଜୟଶ୍ରୀ ମୁଦ୍ରା, ଜ୍ୟୋତ୍ସ୍ନା ମହାପାତ୍ର , ଶ୍ରୀମାନ ସର୍ଗିଳା, ଓଁ ଅଭିଜ୍ଞାନ ସାହୁ, ଶାନ୍ତନୁ କୁମାର ଦାଶ, ସୁଧୀର କୁମାର ସାହୁ, ଶର୍ମିଷ୍ଠା ଜେନା, କାମଦେବ ମହାରଣା, ମନୋଜ ଦାସ, ଅତୁଲ ଗନ୍ତାୟତ ପ୍ରମୁଖ ଉପସ୍ଥିତ ଥିଲେ। ସଫଳ ଭାବରେ କାର୍ଯ୍ୟକ୍ରମଟି ସମ୍ପନ୍ନ ହୋଇଯାଇଛି ବୋଲି ଅଭିମାନର ପ୍ରକାଶିକା ମାନମୟୀ ରଥ ଆନନ୍ଦ ବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁଙ୍କ ଶରଣ ପଶିଲେ ଟିମ୍‌ ଇଣ୍ଡିଆର ଖେଳାଳି

ଭୁବନେଶ୍ୱର,୯।୧୨: ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁ ଶୀ ଜଗନ୍ନାଥଙ୍କ ଶରଣ ପଶିଛନ୍ତି ଟିମ ଇଣ୍ଡିଆର ଖେଳାଳି। ପୁରୀ ଅଭିମୁଖେ ଟିମ ଇଣ୍ଡିଆର ୪ ଖେଳାଳି ବାହାରିଛନ୍ତି।...

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

୧.୫ ବର୍ଷର ନିଜ ଝିଅକୁ ଗଛରେ ଝୁଲାଇ ହତ୍ୟା କଲା ପିଶାଚୀ ମା’

ପୁରୀ,୫।୧୨: ପାରିବାରିକ କଳହର ଏକ ଅତ୍ୟନ୍ତ ଦୁଃଖଦ ପରିଣାମରେ, ପୁରୀ ଜିଲା ଡେଲାଙ୍ଗ ଅଞ୍ଚଳରେ ଜଣେ ମା’ ନିଜର ଦେଢ଼ ବର୍ଷର ଶିଶୁ କନ୍ୟାକୁ ହତ୍ୟା...

ଲୁଟ ଘଟଣାର ପର୍ଦ୍ଦାଫାଶ: ୭୮ ଲକ୍ଷର ସୁନା, ଟଙ୍କା ଜବତ

ପୁରୀ,୨।୧୨: ପୁରୀ ଜିଲା ଚନ୍ଦନପୁର ଜୁଏଲାରୀ ମାଲିକଙ୍କଠାରୁ ହୋଇଥିବା ଲୁଟ୍‌ ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି । ଘଟଣାରେ ସମ୍ପୃକ୍ତ ୪ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ...

ଆରମ୍ଭ ହେଲା କୋଣାର୍କ ଉତ୍ସବ

କୋଣାର୍କ,୨ା୧୨(ଜ୍ୟୋତିରାଜ ମହାନ୍ତି): କୋଣାର୍କ ସ୍ଥିତ ସୂର୍ଯ୍ୟ ମନ୍ଦିର ପାଦଦେଶରେ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ଆରମ୍ଭ ହୋଇଛି  ୩୬ତମ କୋଣାର୍କ ଉତ୍ସବ। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ,...

ବାରବାଟୀ T20 ମ୍ୟାଚର ପ୍ରଥମ ଟିକେଟ୍ ମହାପ୍ରଭୁ ଜଗନ୍ନାଥଙ୍କୁ ସମର୍ପଣ କଲା OCA

ପୁରୀ, ୩୦।୧୧: ଆଗାମୀ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ T20 ଆନ୍ତର୍ଜାତିକ ମ୍ୟାଚ୍ ପାଇଁ ରବିବାର ଓଡ଼ିଶା କ୍ରିକେଟ୍...

କେମିତି ତିଆରି ହୋଇଥିଲା ବଡ଼ଦେଉଳ, କହିଲେ ଶ୍ରୀମନ୍ଦିର ପୂର୍ବତନ ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର

ଓଡ଼ିଶାର ଗୌରବ ତଥା ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ଶ୍ରୀ ମନ୍ଦିର (ବଡ଼ଦେଉଳ) ନିର୍ମାଣ ରହସ୍ୟ ଓ ଏହାର ସଂରକ୍ଷଣ ବିଷୟରେ ପୂର୍ବତନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା...

ମହାପ୍ରଭୁଙ୍କ ବଡ଼ ମହାସ୍ନାନ

ପୁରୀ,୨୮ା୧୧: ଶୁକ୍ରବାର ଶ୍ରୀଜିଉଙ୍କ ବଡ଼ ମହାସ୍ନାନ କରାଯାଇଛି। ଭିତରକାଠ ଦର୍ଶନ ବେଳେ ଚାଙ୍ଗଡ଼ା ଘର ନିକଟରେ ଜଣେ ଶ୍ରଦ୍ଧାଳୁ ବାନ୍ତି କରିଦେଇଥିଲେ। ଏହା ପରେ ମହାପ୍ରଭୁଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri