Categories: କଟକ

‘ମନର ଶୁଦ୍ଧିକରଣ ଦିଗରେ ପ୍ରୟାସ ଜରୁରୀ’

କଟକ,୩୧ା୧୨: ଦୀର୍ଘ ୨୩ ବର୍ଷ ହେଲା ପ୍ରକାଶିତ ହୋଇ ଆସୁଥିବା ଧର୍ମ, ତତ୍ତ୍ୱ, ଜ୍ଞାନ, ଜ୍ୟୋତିଷ, ସମ୍ବାଦ ଓ ସଂସ୍କାରମୂଳକ ଲୋକପ୍ରିୟ ଆଧ୍ୟାତ୍ମିକ ପତ୍ରିକା ‘ଦିବ୍ୟାଲୋକ ସନ୍ଧାନେ ’ର ଜାନୁୟାରୀ ସଂଖ୍ୟା ଏକକ ଅତିଥି ବୌଦ୍ଧ ଦର୍ଶନର ମହାନ ସନ୍ନ୍ୟାସୀ ତଥା ପ୍ରଜ୍ଞା ଫାଉଣ୍ଡେଶନର ଅଧ୍ୟକ୍ଷ ଶ୍ରୀ ଆନନ୍ଦ ବୋଧି ଜୀଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି। ସଦର ଥାନା ଅଧୀନ ବଡ଼ ଝରିଲୋ ଗ୍ରାମରେ ଥିବା ବୌଦ୍ଧ ସାଧନା ପୀଠ ମୈତ୍ରୀ ବିହାର ପରିସରରେ ଅନୁଷ୍ଠିତ ଏହି ପତ୍ରିକା ଉନ୍ମୋଚନ ଅବସରରେ ସ୍ବାମୀଜୀ ମନ ଉପରେ ଗୁରୁତ୍ୱ ଦେଇ ଏହାର ଶୁଦ୍ଧିକରଣ ଦିଗରେ ପ୍ରୟାସ ଆରମ୍ଭ କରାଯିବା ଉଚିତ ବୋଲି କହିବା ସହ ପ୍ରତ୍ୟହ ଧ୍ୟାନ କରିବା ପାଇଁ ଉପଦେଶ ଦେଇଥିଲେ। ପତ୍ରିକାର ସମ୍ପାଦକ ଶ୍ରୀସନ୍ନ୍ୟାସୀ ଜୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବିଶିଷ୍ଟ ଶିକ୍ଷାବିତ ଡଃ ଶରତ କୁମାର ରଥ, ଓଡ଼ିଶା ସାମ୍ବାଦିକ ସଂଘର କଟକ ଜିଲା ସଭାପତି ସାମ୍ବାଦିକ ରମେଶ ଚନ୍ଦ୍ର ପ୍ରଧାନ, ବୁଦ୍ଧ ଅନୁଗାମୀ ରଜନୀକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପରିଚାଳନା ସମ୍ପାଦକ ଇଂ. ବିପ୍ଳବ ଦାସ କୃତଜ୍ଞତା ଜ୍ଞାପନ କରିଥିଲେ।