ସଡ଼କ ଦୁର୍ଘଟଣାର ପ୍ରଭାବ

ରାଜୀବ କର୍ମୀ

 

ଆମ ଦେଶରେ ସଡକ ଦୁର୍ଘଟଣାଜନିତ କ୍ଷୟକ୍ଷତି ଦିନକୁ ଦିନ ବଢ଼ିବାରେ ଲାଗିଛି। ୨୦୨୦ ତୁଳନାରେ ୨୦୨୨ରେ ଦୁର୍ଘଟଣା ହାରରେ ୨୪ ଭାଗ ବୃଦ୍ଧି ଘଟିଛି। ପରିବହନ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ୨୦୨୨ରେ ଭାରତରେ ୪,୬୧,୩୧୨ ସଡକ ଦୁର୍ଘଟଣା ଘଟିଥିବା ବେଳେ ସେଥିରେ ୧,୬୮,୪୯୧ ଜଣଙ୍କ ପ୍ରାଣହାନି ଘଟିଛି, ଯେଉଁଥିରୁ ୯୫୨୮ ଜଣ ଶିଶୁ ଥିବାବେଳେ ୨୩,୩୧୪ ଜଣ ମହିଳା। ଏହି ସମୟରେ ୪,୪୩,୩୬୬ ଜଣ ସାମାନ୍ୟ ଏବଂ ଗୁରୁତର ଆହତ ହୋଇଥିବା ତଥ୍ୟରେ ପ୍ରକାଶ ପାଇଛି। ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ କେବଳ ଦୁଇଚକିଆ ଯାନ ଏବଂ ଚାଲି ଚାଲି ଯାଉଥିବା ଲୋକ ହାର ସମୁଦାୟ ମୃତ୍ୟୁର ୬୪ ଭାଗ ବୋଲି ତଥ୍ୟ କହୁଛି।
ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁସାରେ, ପୃଥିବୀରେ ବାର୍ଷିକ ହାରାହାରି ୧୩ ଲକ୍ଷ ଲୋକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥାଆନ୍ତି। ପରିସଂଖ୍ୟାନରୁ ଜଣାଯାଇଛି, ଅନେକ ରାଷ୍ଟ୍ର ନିଜ ଜାତୀୟ ଆୟର ଶତକଡା ୩ ଭାଗ କ୍ଷତି, ସଡକଜନିତ ଦୁର୍ଘଟଣା ପାଇଁ ବହନ କରିଥାନ୍ତି। ରାସ୍ତାରେ ଚାଲିଚାଲି ଯାଉଥିବା ବ୍ୟକ୍ତି, ସାଇକେଲ ଏବଂ ମୋଟରସାଇକେଲ ଆରୋହୀମାନେ ଦୁର୍ଘଟଣାଜନିତ ଆହତ ଏବଂ ମୃତ୍ୟୁର ସମ୍ମୁଖୀନ ଅଧିକ ମାତ୍ରାରେ ହୋଇଥାନ୍ତିି। କମ୍‌ ସଂଖ୍ୟକ ମୋଟରଯାନ ଥିବା ସତ୍ତ୍ୱେ ନିମ୍ନ ଏବଂ ମଧ୍ୟ ଆୟକାରୀ ଦେଶରେ ୯୩ ଭାଗ ଦୁର୍ଘଟଣା ଘଟିଥାଏ। ସମୁଦାୟ ୫ରୁ ୨୯ ବର୍ଷ ବୟସ୍କଙ୍କ କ୍ଷେତ୍ରରେ ହେଉଥିବା ମୃତ୍ୟୁର ଏକ ପ୍ରମୁଖ କାରଣ ହେଉଛି ସଡ଼କ ଦୁର୍ଘଟଣା। ଯୁବାବସ୍ଥାରେ ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ସଡକ ଦୁର୍ଘଟଣାର ଶିକାର ହୋଇଥାନ୍ତି, ଯାହକି ୭୩ ଭାଗ।
ସଡ଼କ ଦୁର୍ଘଟଣାଜନିତ କ୍ଷୟକ୍ଷତି, ବ୍ୟକ୍ତି ଏବଂ ପରିବାର ପାଇଁ ଆର୍ଥିକ ବୋଝ ହେବା ସଙ୍ଗେସଙ୍ଗେ ଦେଶ ପାଇଁ ମଧ୍ୟ ବୋଝ ହୋଇଥାଏ। ଯେଉଁ ବୋଝ କି ଦୁର୍ଘଟଣାଜନିତ ଆଘାତର ଚିକିତ୍ସା, ଭିନ୍ନକ୍ଷମତା ଏବଂ ମୃତ୍ୟୁବରଣ କରୁଥିବା ବ୍ୟକ୍ତିର ଉତ୍ପାଦକଜନିତ କ୍ଷତି ଏବଂ ସେମାନଙ୍କ ଯତ୍ନ ପାଇଁ ପରିବାର ଦେଉଥିବା ସମୟଜନିତ କ୍ଷତି, ସମ୍ପତ୍ତି ନଷ୍ଟ, ଦୁର୍ଘଟଣାଜନିତ ଆଇନଗତ ଖର୍ଚ୍ଚ ଅନ୍ତର୍ଭୁକ୍ତ। ସଡକ ଦୁର୍ଘଟଣା ଶାରୀରିକ ଆଘାତ ସହିତ ମନରେ ଗଭୀର ଆଘାତ ଦେଇଥାଏ। ବଞ୍ଚି ଯାଇଥିବା ବ୍ୟକ୍ତିମାନେ ଶକ୍‌, ଚିନ୍ତା, ଉଦାସୀନତା, ଅତ୍ୟଧିକ ଭୟ ଏବଂ ଆଘାତଜନିତ ଚାପ ଦୀର୍ଘଦିନ ଧରି ଅନୁଭବ କରିଥାଆନ୍ତି, ଯାହାକି ସେମାନଙ୍କ ସାଧାରଣ କାର୍ଯ୍ୟକ୍ଷମତା ଏବଂ ଜୀବନକୁ ପ୍ରଭାବିତ କରିଥାଏ। ଏହାଦ୍ୱାରା ବ୍ୟକ୍ତି ସମ୍ପର୍କ ଏବଂ ସମ୍ବନ୍ଧ ଉପରେ ପ୍ରଭାବ ପଡ଼ିଥାଏ। ଏପରି କି ପରିବାର ଏବଂ ସମାଜ ଉପରେ ମଧ୍ୟ ପ୍ରଭାବ ପକାଇଥାଏ।
ଗବେଷଣାରୁ ଜଣାଯାଇଛି ଯେ ଗାଡିର ଗତିକୁ ଯଦି ଘଣ୍ଟା ପ୍ରତି ୧ କିଲୋମିଟର ବୃଦ୍ଧି କରାଯାଏ ତେବେ ୪ ଶତକଡା ଆଘାତ ଏବଂ ୩ ଶତକଡା ଗମ୍ଭୀର କ୍ଷତିର ଆଶଙ୍କାକୁ ବଢ଼ି ଯାଇଥାଏ। ଯଦି ଏହାକୁ ୫୦ରୁ ୬୫ ଘଣ୍ଟା ପ୍ରତି ବଢ଼ାଇ ଦିଆଯାଏ ତେବେ ୪.୫ ଗୁଣ ଚାଲିଚାଲି ଯାଉଥିବା ଲୋକଙ୍କ ଉପରେ ଏବଂ ୮୫ ଶତକଡା କାରକୁ କାର ସହିତ ଦୁର୍ଘଟଣା ହେବାର ସମ୍ଭାବନା ସୃଷ୍ଟି କରିଥାଏ। ନିଶା ସେବନ କରି ଗାଡ଼ି ଚଳାଇବା ଫଳରେ ଗମ୍ଭୀର ଦୁର୍ଘଟଣାର ସମ୍ଭାବନା ବଢ଼ିଥାଏ। ଆଟୋମାଇନ୍‌ ଏମିତି ଏକ ନିଶା, ଯାହାକି ଅନ୍ୟାନ୍ୟ ନିଶା ତୁଳନାରେ ୫ ଗୁଣ ଅଧିକ ଦୁର୍ଘଟଣାର ସମ୍ଭାବନା ସୃଷ୍ଟି କରେ।
ହେଲ୍‌ମେଟ, ସିଟ୍‌ବେଲ୍ଟ ଏବଂ ଶିଶୁଙ୍କ ପାଇଁ ସୁରକ୍ଷିତ ବେଲ୍ଟ ବ୍ୟବହାର ନ କରିବା ଦୁର୍ଘଟଣାର ଏକ ପ୍ରମୁଖ କାରଣ। ହେଲ୍‌ମେଟର ଠିକ୍‌ ବ୍ୟବହାର ଫଳରେ ୪୨ ଭାଗ ଆଘାତ ଏବଂ ୬୯ ଭାଗ ମୁଣ୍ଡ ଆଘାତକୁ ରକ୍ଷା କରାଯାଇ ପାରିବ। ସିଟ୍‌ବେଲ୍ଟ ବାନ୍ଧିବା ଫଳରେ ଉଭୟ ଚାଳକ ଏବଂ ଆଗ ସିଟ୍‌ରେ ବସିଥିବା ଯାତ୍ରୀଙ୍କ ଦୁର୍ଘଟଣାଜନିତ ମୃତ୍ୟୁକୁ ୪୫ରୁ ୫୦ ଭାଗ ଏବଂ ପଛ ସିଟ୍‌ରେ ବସିଥିବା ଯାତ୍ରୀର ୨୫ ଭାଗ ଆଘାତକୁ କମ୍‌ କରାଯାଇପାରିବ। ଶିଶୁଙ୍କ ସୁରକ୍ଷା ବେଲ୍ଟ ବାନ୍ଧିବା ଦ୍ୱାରା ୬୦ ଭାଗ ଶିଶୁଙ୍କୁ ମୃତ୍ୟୁରୁ ରୋକାଯାଇ ପାରିବ।
ଅନ୍ୟମନସ୍କ ଭାବରେ ଗାଡ଼ିଚାଳନା ଯେପରି କି ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ୍‌ର ବ୍ୟବହାର ବର୍ତ୍ତମାନର ସବୁଠାରୁ ବଡ଼ ସମସ୍ୟା। ଗାଡ଼ି ଚଳାଇବା ସମୟରେ ଚାଳକ ଦ୍ୱାରା ମୋବାଇଲ ଫୋନ୍‌ର ବ୍ୟବହାର ଦୁର୍ଘଟଣାର ସମ୍ଭାବନାକୁ ୪ ଗୁଣ ବଢ଼ାଇଥାଏ। ଫୋନ୍‌ର ବ୍ୟବହାର ଦ୍ୱାରା ଟ୍ରାଫିକ୍‌ ସିଗ୍‌ନାଲକୁ ଧ୍ୟାନ ନ ଦେବା, ଭୁଲ ପାର୍ଶ୍ୱରେ ଗାଡ଼ି ଚଳାଇବା, ଗାଡ଼ିରୁ ଗାଡ଼ି ଦୂରତା ବଜାୟ ନ ରଖିବା ଇତ୍ୟାଦି ଘଟିଥାଏ। ଏହା ଉଭୟ ଇୟରଫୋନ ବ୍ୟବହାର ଏବଂ ବ୍ୟବହାର କରୁ ନ ଥିବା ଚାଳକଙ୍କ କ୍ଷେତ୍ରରେ ଘଟେ।
ଅନ୍ୟ କାରଣଟି ହେଉଛି ଅସୁରକ୍ଷିତ ରାସ୍ତା ଏବଂ ଅସୁରକ୍ଷିତ ଯାନର ବ୍ୟବହାର। ସମସ୍ତ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଠିକ୍‌ ଭାବରେ ରାସ୍ତା ନିର୍ମାଣ ହେବା ଜରୁରୀ। ଯେପରି କି ରାସ୍ତାରେ ଚାଲୁଥିବା ବ୍ୟକ୍ତି, ସାଇକେଲ ଏବଂ ମୋଟରସାଇକେଲ ଚାଳକଙ୍କ ପାଇଁ ସ୍ବତନ୍ତ୍ର ରାସ୍ତା, ଉପଯୁକ୍ତ ଟ୍ରାଫିକ୍‌ ସିଗ୍‌ନାଲ ଇତ୍ୟାଦିର ବ୍ୟବସ୍ଥା। ସୁରକ୍ଷିତ ଯାନର ବ୍ୟବହାର ଫଳରେ ଅନେକ ଦୁର୍ଘଟଣାକୁ କମ୍‌ କରାଯାଇ ପାରିବ। ଯେପରି କି ସୁରକ୍ଷିତ ଯାନର ଉତ୍ପାଦନ, ଉପଯୁକ୍ତ ଷ୍ଟିଅରିଙ୍ଗ୍‌ କଣ୍ଟ୍ରୋଲ, ଏଆର୍‌ ବ୍ୟାଗ ଇତ୍ୟାଦି ସମସ୍ତ ଯାନରେ ବାଧ୍ୟତାମୂଳକ ଏବଂ ସିଟ୍‌ବେଲ୍ଟ ବ୍ୟବହାରକୁ ନିଶ୍ଚିତ କରିବା ଜରୁରୀ। ଆଉ ଏକ କାରଣ ହେଉଛି ସଡ଼କ ଦୁର୍ଘଟଣା ସମ୍ପର୍କିତ ନୀତି ନିୟମ। ମଦ୍ୟପାନ କରି ଗାଡ଼ି ଚଳାଇବା, ହେଲ୍‌ମେଟ ବ୍ୟବହାର ନ କରିବା, ସିଟ୍‌ବେଲ୍ଟ ବ୍ୟବହାର ନ କରିବା, ଦ୍ରୁତ ଗତିରେ ଗାଡ଼ି ଚାଳନା, ଟ୍ରାଫିକ୍‌ ନିୟମ ନ ମାନିବା, ଶିଶୁଙ୍କ ପାଇଁ ସୁରକ୍ଷିତ ବେଲ୍ଟ ବାନ୍ଧିବା ଏବଂ ଓଭର ଲୋଡିଙ୍ଗ୍‌ ପାଇଁ ଥିବା ନିୟମକୁ କଡ଼ାକଡ଼ି କରିବା ଜରୁରୀ। ଅନ୍ୟ ମୁଖ୍ୟ ଦିଗଟି ହେଉଛି ଦୁର୍ଘଟଣା ପରବର୍ତ୍ତୀ ଦାୟିତ୍ୱ। ଆଘାତ ପାଇଥିବା ବ୍ୟକ୍ତିର ଚିହ୍ନଟ ଏବଂ ଠିକ୍‌ ସମୟରେ ଡାକ୍ତରଖାନାରେ ପହଞ୍ଚାଇବା, ଡାକ୍ତରଖାନାରେ ପହଞ୍ଚିବା ପୂର୍ବବର୍ତ୍ତୀ ଯତ୍ନ ଇତ୍ୟାଦି ଦୁର୍ଘଟଣାଜନିତ କ୍ଷୟକ୍ଷତି କମ୍‌ ବେଶି କରିଥାଏ।
ଉପରୋକ୍ତ ତଥ୍ୟ ହେଉଛି ସରକାରୀ ତଥ୍ୟ। କିନ୍ତୁ ପ୍ରକୃତରେ କେତେ ଯେ ଧନଜୀବନ ନିମିଷକେ ନଷ୍ଟ ହେଉଥିବ ଏଥିରୁ ଅନୁମେୟ। ଅନେକ ସମୟରେ ସରକାର ଅଳ୍ପ କିଛି ଅନୁକମ୍ପା ରାଶି ଦେଇ ବାଃ ବାଃ ନିଅନ୍ତି। ପ୍ରକୃତ ଦୁଃଖ ପରିବାର ଏବଂ ସମ୍ବନ୍ଧୀୟ ଭୋଗ କରିଥାନ୍ତି। ପରିବହନ ମନ୍ତ୍ରଣାଳୟ ଅନୁସାରେ ଖରାପ ରାସ୍ତା ଏବଂ ଟ୍ରାଫିକ୍‌ ବ୍ୟବସ୍ଥାଜନିତ ଦୁର୍ଘଟଣା ଏକ ପ୍ରମୁଖ କାରଣ ନୁହେଁ। ସକରାରଙ୍କ ଅନୁସାରେ ଅତ୍ୟଧିକ ବେଗରେ ଗାଡି ଚାଳନା ଏକ ପ୍ରମୁଖ କାରଣ, ଯାହାକି ସମସ୍ତ ଦୁର୍ଘଟଣାର ୭୨.୩ ଭାଗ। ତେଣୁ ସରକାର ସୁରକ୍ଷିତ ରାସ୍ତା ଏବଂ ଉପଯୁକ୍ତ ଟ୍ରାଫିକ୍‌ ବ୍ୟବସ୍ଥାକୁ ଗୁରୁତ୍ୱ ଦେବା ଦରକାର। କେବଳ ସଡକ ସୁରକ୍ଷା କାର୍ଯ୍ୟକ୍ରମକୁ ପଦଯାତ୍ରାରେ ସୀମିତ ନ ରଖି ଏଥିପ୍ରତି ବିଚାର କରିବା ନିହାତି ଜରୁରୀ।
ସଗଡ଼ା, ବୌଦ୍ଧ
ମୋ: ୮୩୨୮୮୪୮୧୪୫


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri