କାଳବୈଶାଖୀର କରାଳ ରୂପ, ଉଜୁଡ଼ିଗଲା ଫସଲ

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ): ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ରହିଛି। ଧାନ ଓ ପରିବା ଅଭାବୀ ବିକ୍ରି ସାଧାରଣରେ ପରିଣତ ହୋଇଛି। ଅନ୍ୟପଟେ କେତେବେଳେ ବର୍ଷାଭାବ ତ ଆଉକେବେ ରୋଗପୋକ ଉପଦ୍ରବ ଯୋଗୁ ଫସଲ ଧୂଳିସାତ୍‌ ହୋଇ ଯାଉଛି। ଅନୁରୂପଭାବେ ଶନିବାର ବିଳମ୍ବିତ ରାତିରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ଜିଲାର ବିଭିନ୍ନ ସ୍ଥାନରେ ଉଭୟ ଧାନ ଏବଂ ପରିବା ଫସଲ ଉଜୁଡ଼ି ଯାଇଛି। ଝଡ଼ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ହେବା ଯୋଗୁ ଧାନ ଫସଲ ଅଧିକ ପ୍ରଭାବିତ ହୋଇଥିବାବେଳେ ଗଛରୁ ଆମ୍ବ ମଧ୍ୟ ଝଡ଼ି ନଷ୍ଟ ହୋଇପଡ଼ିଛି। ଏହାକୁ ନେଇ ଚାଷୀକୁଳ ହତାଶ ହୋଇପଡ଼ିଛି।
ଜିଲାର ଭେଡେନ ବ୍ଲକର ୪ପଞ୍ଚାୟତ ରେଶମ, ଅଇଁଲାପାଲି, ଅରେଇଗୁଡ଼ି ଏବଂ ଲୁହାଖଣ୍ଡିରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଥିଲା। ମଧ୍ୟରାତ୍ରିରେ ଝଡ଼ତୋଫାନ ସହିତ କୁଆପଥର ବୃଷ୍ଟି ହୋଇଥିଲା। ଫଳରେ ସମ୍ପୃକ୍ତ ଅଞ୍ଚଳର ଅନେକ ଧାନ ଫସଲ ସେଥିରେ ପ୍ରଭାବିତ ହୋଇଛି। କୁଆପଥର ବୃଷ୍ଟି ଯୋଗୁ ଧାନଗଛ ଗୁଡ଼ିକ ମାତ୍ରାଧିକଭାବେ ନଷ୍ଟ ହୋଇପଡ଼ିଛି। ସେହିପରି ଧାନକ୍ଷେତରେ ଗଛଗୁଡ଼ିକ ଢ଼ଳି ପଡ଼ିବାରୁ ଫସଲ କ୍ଷତିଗ୍ରସ୍ତ ହୋଇଛି। ଏଥିସହିତ ଧାନ କ୍ଷେତକୁ ବିଦ୍ୟୁତ ତାର ଓହଳି ପଡ଼ିଥିବା ଯୋଗୁ ସମ୍ପୃକ୍ତ ଅଞ୍ଚଳ ବିପଦଶଙ୍କୁଳ ହୋଇପଡ଼ିଛି। ରେଶମ ଗ୍ରାମର ଅଧିକାରୀ ପାତ୍ରଙ୍କ ଧାନକ୍ଷେତରେ ଗଛ ଢ଼ଳି ପଡ଼ିଛି। ଅନୁରୂପଭାବେ ଅଇଁଲାପାଲି ଗ୍ରାମର ନିର୍ମଳ ପ୍ରଧାନ, ଧୁବେନପାଲି ଗ୍ରାମର ଗଣ୍ଡାରାମ ଦାଶଙ୍କ ସମେତ ଅଞ୍ଚଳର ଅଧିକାଂଶ ଚାଷୀଙ୍କ ଧାନ ଫସଲ କାଳବୈଶାଖୀର ପ୍ରଭାବରେ ଧୂଳିସାତ୍‌ ହୋଇପଡ଼ିଛି।
ସେହିପରି କାଳବୈଶାଖୀ ଯୋଗୁ ଗଛରୁ ଆମ୍ବ ଝଡ଼ି ନଷ୍ଟ ହୋଇଯାଇଥିବା ଯୋଗୁ ଆମ୍ବଚାଷୀମାନେ ହତାଶ ହୋଇପଡ଼ିଛନ୍ତି। ବିଗତବର୍ଷ ତୁଳନାରେ ଏଥର ଆମ୍ବଗଛ ଗୁଡ଼ିକରେ ପର୍ଯ୍ୟାପ୍ତ ଆମ୍ବ ଆସିଥିଲା। କିନ୍ତୁ ତାହା ଅମଳ ଅବସ୍ଥାକୁ ଆସୁଥିବାବେଳେ କାଳବୈଶାଖୀର ପ୍ରଭାବରେ ଝଡ଼ି ନଷ୍ଟ ହୋଇଯାଇଛି। ଅମ୍ବାଭୋନା, ଭଟଲି ସମେତ ବିଭିନ୍ନ ଅଞ୍ଚଳରେ ପରିବା ଫସଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ତେବେ କେବଳ ଭେଡ଼େନ, ଅମ୍ବାଭୋନା କିମ୍ବା ଭଟଲି ବ୍ଲକ ନୁହେଁ, ଜିଲାର ଅନ୍ୟ ଅଞ୍ଚଳରେ ମଧ୍ୟ କାଳବୈଶାଖୀରେ ଫସଲ ପ୍ରଭାବିତ ହୋଇଥିବାରୁ ଚାଷୀମାନେ ଭାଙ୍ଗି ପଡ଼ିଛନ୍ତି। କାଳବୈଶାଖୀରେ ପ୍ରଭାବିତ ଫସଲର କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଭେଡ଼େନ ଅଞ୍ଚଳର ଚାଷୀନେତା ସୁଦାମ ପାତ୍ର ଦାବି କରିଛନ୍ତି। ମୁଖ୍ୟ ଜିଲା କୃଷି ଅଧିକାରୀ ପ୍ରସନ୍ନ କୁମାର ମିଶ୍ରଙ୍କୁ ପଚାରିବାରୁ କ୍ଷୟକ୍ଷତି ଆକଳନ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି। ସେହିପରି ସହକାରୀ ଉଦ୍ୟାନ ନିର୍ଦ୍ଦେଶକ(ଏଡିଏଚ୍‌) ଗୋବିନ୍ଦ ପଣ୍ଡାଙ୍କୁ ପଚାରିବାରୁ ଭଟଲି ଏବଂ ଅମ୍ବାଭୋନା ବ୍ଲକର ଚାଷୀମାନେ ସେମାନଙ୍କ ପରିବା ଫସଲକ୍ଷତି ନେଇ ଫୋନ କରିଥିଲେ। ବିଭାଗୀୟ କର୍ମଚାରୀଙ୍କୁ ପ୍ରଭାବିତ କ୍ଷେତ୍ର ପରିଦର୍ଶନ ସହିତ କ୍ଷୟକ୍ଷତି ଆକଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ ସେମାନେ ଫେରିବା ପରେ କ୍ଷୟକ୍ଷତି ଉପରେ ଜଣାପଡ଼ିବ ବୋଲି ପଣ୍ଡା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri