କାଳବୈଶାଖୀର କରାଳ ରୂପ, ଉଜୁଡ଼ିଗଲା ଫସଲ

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ): ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ରହିଛି। ଧାନ ଓ ପରିବା ଅଭାବୀ ବିକ୍ରି ସାଧାରଣରେ ପରିଣତ ହୋଇଛି। ଅନ୍ୟପଟେ କେତେବେଳେ ବର୍ଷାଭାବ ତ ଆଉକେବେ ରୋଗପୋକ ଉପଦ୍ରବ ଯୋଗୁ ଫସଲ ଧୂଳିସାତ୍‌ ହୋଇ ଯାଉଛି। ଅନୁରୂପଭାବେ ଶନିବାର ବିଳମ୍ବିତ ରାତିରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ଜିଲାର ବିଭିନ୍ନ ସ୍ଥାନରେ ଉଭୟ ଧାନ ଏବଂ ପରିବା ଫସଲ ଉଜୁଡ଼ି ଯାଇଛି। ଝଡ଼ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ହେବା ଯୋଗୁ ଧାନ ଫସଲ ଅଧିକ ପ୍ରଭାବିତ ହୋଇଥିବାବେଳେ ଗଛରୁ ଆମ୍ବ ମଧ୍ୟ ଝଡ଼ି ନଷ୍ଟ ହୋଇପଡ଼ିଛି। ଏହାକୁ ନେଇ ଚାଷୀକୁଳ ହତାଶ ହୋଇପଡ଼ିଛି।
ଜିଲାର ଭେଡେନ ବ୍ଲକର ୪ପଞ୍ଚାୟତ ରେଶମ, ଅଇଁଲାପାଲି, ଅରେଇଗୁଡ଼ି ଏବଂ ଲୁହାଖଣ୍ଡିରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଥିଲା। ମଧ୍ୟରାତ୍ରିରେ ଝଡ଼ତୋଫାନ ସହିତ କୁଆପଥର ବୃଷ୍ଟି ହୋଇଥିଲା। ଫଳରେ ସମ୍ପୃକ୍ତ ଅଞ୍ଚଳର ଅନେକ ଧାନ ଫସଲ ସେଥିରେ ପ୍ରଭାବିତ ହୋଇଛି। କୁଆପଥର ବୃଷ୍ଟି ଯୋଗୁ ଧାନଗଛ ଗୁଡ଼ିକ ମାତ୍ରାଧିକଭାବେ ନଷ୍ଟ ହୋଇପଡ଼ିଛି। ସେହିପରି ଧାନକ୍ଷେତରେ ଗଛଗୁଡ଼ିକ ଢ଼ଳି ପଡ଼ିବାରୁ ଫସଲ କ୍ଷତିଗ୍ରସ୍ତ ହୋଇଛି। ଏଥିସହିତ ଧାନ କ୍ଷେତକୁ ବିଦ୍ୟୁତ ତାର ଓହଳି ପଡ଼ିଥିବା ଯୋଗୁ ସମ୍ପୃକ୍ତ ଅଞ୍ଚଳ ବିପଦଶଙ୍କୁଳ ହୋଇପଡ଼ିଛି। ରେଶମ ଗ୍ରାମର ଅଧିକାରୀ ପାତ୍ରଙ୍କ ଧାନକ୍ଷେତରେ ଗଛ ଢ଼ଳି ପଡ଼ିଛି। ଅନୁରୂପଭାବେ ଅଇଁଲାପାଲି ଗ୍ରାମର ନିର୍ମଳ ପ୍ରଧାନ, ଧୁବେନପାଲି ଗ୍ରାମର ଗଣ୍ଡାରାମ ଦାଶଙ୍କ ସମେତ ଅଞ୍ଚଳର ଅଧିକାଂଶ ଚାଷୀଙ୍କ ଧାନ ଫସଲ କାଳବୈଶାଖୀର ପ୍ରଭାବରେ ଧୂଳିସାତ୍‌ ହୋଇପଡ଼ିଛି।
ସେହିପରି କାଳବୈଶାଖୀ ଯୋଗୁ ଗଛରୁ ଆମ୍ବ ଝଡ଼ି ନଷ୍ଟ ହୋଇଯାଇଥିବା ଯୋଗୁ ଆମ୍ବଚାଷୀମାନେ ହତାଶ ହୋଇପଡ଼ିଛନ୍ତି। ବିଗତବର୍ଷ ତୁଳନାରେ ଏଥର ଆମ୍ବଗଛ ଗୁଡ଼ିକରେ ପର୍ଯ୍ୟାପ୍ତ ଆମ୍ବ ଆସିଥିଲା। କିନ୍ତୁ ତାହା ଅମଳ ଅବସ୍ଥାକୁ ଆସୁଥିବାବେଳେ କାଳବୈଶାଖୀର ପ୍ରଭାବରେ ଝଡ଼ି ନଷ୍ଟ ହୋଇଯାଇଛି। ଅମ୍ବାଭୋନା, ଭଟଲି ସମେତ ବିଭିନ୍ନ ଅଞ୍ଚଳରେ ପରିବା ଫସଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ତେବେ କେବଳ ଭେଡ଼େନ, ଅମ୍ବାଭୋନା କିମ୍ବା ଭଟଲି ବ୍ଲକ ନୁହେଁ, ଜିଲାର ଅନ୍ୟ ଅଞ୍ଚଳରେ ମଧ୍ୟ କାଳବୈଶାଖୀରେ ଫସଲ ପ୍ରଭାବିତ ହୋଇଥିବାରୁ ଚାଷୀମାନେ ଭାଙ୍ଗି ପଡ଼ିଛନ୍ତି। କାଳବୈଶାଖୀରେ ପ୍ରଭାବିତ ଫସଲର କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଭେଡ଼େନ ଅଞ୍ଚଳର ଚାଷୀନେତା ସୁଦାମ ପାତ୍ର ଦାବି କରିଛନ୍ତି। ମୁଖ୍ୟ ଜିଲା କୃଷି ଅଧିକାରୀ ପ୍ରସନ୍ନ କୁମାର ମିଶ୍ରଙ୍କୁ ପଚାରିବାରୁ କ୍ଷୟକ୍ଷତି ଆକଳନ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି। ସେହିପରି ସହକାରୀ ଉଦ୍ୟାନ ନିର୍ଦ୍ଦେଶକ(ଏଡିଏଚ୍‌) ଗୋବିନ୍ଦ ପଣ୍ଡାଙ୍କୁ ପଚାରିବାରୁ ଭଟଲି ଏବଂ ଅମ୍ବାଭୋନା ବ୍ଲକର ଚାଷୀମାନେ ସେମାନଙ୍କ ପରିବା ଫସଲକ୍ଷତି ନେଇ ଫୋନ କରିଥିଲେ। ବିଭାଗୀୟ କର୍ମଚାରୀଙ୍କୁ ପ୍ରଭାବିତ କ୍ଷେତ୍ର ପରିଦର୍ଶନ ସହିତ କ୍ଷୟକ୍ଷତି ଆକଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ ସେମାନେ ଫେରିବା ପରେ କ୍ଷୟକ୍ଷତି ଉପରେ ଜଣାପଡ଼ିବ ବୋଲି ପଣ୍ଡା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?