ଦେବଗଡ଼ରେ ବନ୍ଦର ପ୍ରଭାବ: ଯାନବାହନ ଚଳାଚଳ ବନ୍ଦ

ଦେବଗଡ଼,୧୬।୧(ଶଶାଙ୍କ ଶେଖର ଝାଙ୍କର): ଧାନମଣ୍ଡି ଅବ୍ୟବସ୍ଥା ନେଇ ମଙ୍ଗଳବାର ୧୨ ଘଣ୍ଟିଆ ଦେବଗଡ଼ ଜିଲା ବନ୍ଦ ପାଳନ କରାଯାଇଛି। ସକାଳ ୬ରୁ ସା ୬ ଯାଏ ଜିଲା କଂଗ୍ରେସ କମିଟି ବନ୍ଦ ଡାକରା ଦେଇଛି । ଏହି ବନ୍ଦକୁ ଜିଲା କୃଷକ ସଙ୍ଘର୍ଷ ସଙ୍ଘ ସମର୍ଥନ କରୁଛି। ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ, ବ୍ୟାଙ୍କ ଓ କଲେଜ, ଦୋକାନ ବଜାର ଏବଂ ଯାନବାହନ ଚଳାଚଳ ବନ୍ଦ ରହଛି। ସକାଳୁ କଂଗ୍ରେସ କର୍ମୀ ପିକେଟିଂ କରି ଦୋକାନ ବଜାର ବନ୍ଦ କରିଛନ୍ତି। ୪୯ ନମର ଜାତୀୟ ରାଜପଥ ସମେତ ଜିଲାରେ ଗାଡ଼ି ଚଳାଚଳ ବନ୍ଦ ରହିଛି।