ରଙ୍ଗର ପ୍ରଭାବ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଆମ ଜୀବନଶୈଳୀ ଉପରେ ରଙ୍ଗର ମଧ୍ୟ ଅନେକ ପ୍ରଭାବ ରହିଛି। ଯଦି ଏହାର ସଠିକ୍‌ ଚୟନ ନ କରାଯାଏ, ତା’ହେଲେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ବିଶ୍ୱାସ ରହିଛି। ତେବେ କେଉଁ ରଙ୍ଗର କି ପ୍ରଭାବ ରହିଛି ଜାଣନ୍ତୁ ସେ ସମ୍ପର୍କରେ…
ନାଲି ରଙ୍ଗ ଅନ୍ୟ ରଙ୍ଗ ତୁଳନାରେ ଅଧିକ ପ୍ରଭାବଶାଳୀ ହୋଇଥାଏ। ଯେଉଁ ରୁମ୍‌ରେ ଗହଳିଚହଳି ଲାଗି ରହିଥାଏ, ସେଠାରେ ଏହି ରଙ୍ଗ ଲଗାଇବା ଠିକ୍‌ ହେବ; ଯେମିତିକି ଡ୍ରଇଂ ରୁମ୍‌।
ଧଳା ରଙ୍ଗ ମାନସିକ ସ୍ତରରେ ଆମକୁ ଦୃଢ କରେ। ତେଣୁ ଯେଉଁ ଘରେ କୌଣସି ଗୁରୁତ୍ୱପୂର୍ଣ୍ଣ କଥାର ନିଷ୍ପତି ନିଆଯାଏ, ସେଠାରେ ଏହି ରଙ୍ଗ ଲଗାଇବା ଶୁଭ ହୋଇଥାଏ।
ଉତ୍ସାହର ପ୍ରତୀକ କୁହାଯାଉଥିବା ହଳଦିଆ ରଙ୍ଗକୁ ଡ୍ରଇଂ ରୁମ୍‌ ଅବା ହଲ୍‌ରେ ଲଗାଇବା ଶୁଭ।
ଶାନ୍ତିର ପ୍ରତୀକ ସବୁଜ ରଙ୍ଗକୁ ବେଡ୍‌ରୁମ୍‌ରେ ଲଗାଇବା ଭଲ।
ସତ୍ୟତାର ସମ୍ପର୍କ ନୀଳ ରଙ୍ଗ ସହିତ ରହିଛି। ଯେଉଁ ଘରେ କୌଣସି ଦୋଷାରୋପକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୁଏ, ସେହି ଘରେ ଏହି ରଙ୍ଗ ଲଗାଇବା ଶୁଭ।
ପୂଜା ଘରେ ବାଇଗଣୀ ରଙ୍ଗ ଲଗାଇବା ଶୁଭ; କାରଣ ଏହି ରଙ୍ଗ ମନକୁ ଆଧ୍ୟାତ୍ମିକତା ଆଡ଼କୁ ଅଗ୍ରସର କରାଇଥାଏ।
ସୁନେଲି ରଙ୍ଗ ଆତ୍ମସମ୍ମାନ ତଥା ଧନବୃଦ୍ଧିକୁ ସୂଚାଇଥାଏ। ଗୃହସ୍ଥ ଚାହିଁଲେ ଘରକୁ ଏହି ରଙ୍ଗରେ ପେଣ୍ଟିଂ କରି ହେଉ ଅବା ଡୋର୍‌ ସ୍କ୍ରିନ୍‌ ଲଗାଇ ସୌଭାଗ୍ୟକୁ ଆମନ୍ତ୍ରିତ କରିପାରିବେ।
କଳା ରଙ୍ଗ ଅବସାଦର ପ୍ରତୀକ ହୋଇଥିବାବେଳେ ଧଳା ରଙ୍ଗ ମନକୁ ଶାନ୍ତି ଦେଇଥାଏ। ତେଣୁ ଘରର ଯେ କୌଣସି ରୁମ୍‌ରେ ଧଳା ରଙ୍ଗ ଲଗାଇହେବ କିନ୍ତୁ କଳା ରଙ୍ଗ କେଉଁଠି ବି ଲଗାଇବେ ନାହିଁ। ପ୍ରବେଶ ଦ୍ୱାରରେ ତ ଆଦୌ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri